Advertisment

Heavy Rain:ଲଗାଣ ବର୍ଷା ଯୋଗୁ ଫୁଲୁଛି ନଦୀ, ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା

ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଫୁଲୁଛି ନଦୀ। ବାଲେଶ୍ବରର ରାଜଘାଟରେ ସତର୍କ ସଂକେତ ପାର କରିଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ରାଜଘାଟଠାରେ ସତର୍କ ସଂକେତ ୯.୪୫ ମିଟର ଥିବା ବେଳେ ଏବେ ସୁବର୍ଣ୍ଣରେଖା ୧୦.୩୫ ମିଟରରେ ପ୍ରବାହିତ ହେଉଛି।

author-image
Manasranjan Mohanty
rain alert

rain alert

ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଫୁଲୁଛି ନଦୀ । ବାଲେଶ୍ବରର ରାଜଘାଟରେ ସତର୍କ ସଂକେତ ପାର କରିଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ରାଜଘାଟଠାରେ ସତର୍କ ସଂକେତ ୯.୪୫ ମିଟର ଥିବା ବେଳେ ଏବେ ସୁବର୍ଣ୍ଣରେଖା ୧୦.୩୫ ମିଟରରେ ପ୍ରବାହିତ ହେଉଛି ।

Advertisment

ସେହିପରି ଭଦ୍ରକରେ ବିପଦ ସଂକେତ ଉପରେ ବୈତରଣୀ ନଦୀର ଜଳସ୍ତର । ଆଖୁଆପଦା ଠାରେ ବିପଦ ସଂକେତ ୧୮.୩୩ ମିଟର ଥିବା ବେଳେ ଏବେ ଜଳସ୍ତର ୧୮.୪୨ ମିଟର ରହିଛି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।

ସେପଟେ ଲଘୁଚାପ ପ୍ରଭାବରେ ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା। କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏବେ ଲଘୁଚାପ ସକ୍ରିୟ ରହିଛି। ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଝାଡ଼ଖଣ୍ଡ ମୁହାଁ ହେବ। ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି।

Advertisment

ଆଜି ପାଇଁ ୪ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। ସେହିପରି ୧୬ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ନେଇ ସତର୍କ ସୂଚନା ଜାରି ହୋଇଛି। ୨୭ ଯାଏଁ କିଛି କିଛି ସ୍ଥାନରେ ଅତି ପ୍ରବଳ ଓ କେତେକ ସ୍ଥାନରେ ପ୍ରବଳ ବର୍ଷିପାରେ। ଫଳରେ ଲଘୁଚାପ ବର୍ଷାରେ ଫିକା ପଡ଼ିପାରେ ଗଣେଶ ପୂଜା ଓ ନୂଆଖାଇ ଖୁସି। ...

Odisha Rain Alert Baitarani River Subarnarekha River
Advertisment
Related Articles
Advertisment