Advertisment

Baijayant Panda’s Team On Abroad Visit: ଖୋଲିବ ପାକିସ୍ତାନର ମୁଖା; ବୈଜୟନ୍ତଙ୍କ ନେତୃତ୍ୱରେ ବିଦେଶ ଗସ୍ତରେ ଆଉ ୪ ସଂସଦୀୟ ପ୍ରତିନିଧି ଦଳ

ଆତଙ୍କବାଦ ବିରୋଧୀ ବାର୍ତ୍ତା ନେଇ ବିଦେଶ ଗସ୍ତ କରୁଛି ସର୍ବଦଳୀୟ ଟିମ୍ । ଆଜି ଆଉ ୪ ସଂସଦୀୟ ପ୍ରତିନିଧି ଦଳ ବିଦେଶ ଗସ୍ତ କରିଛନ୍ତି । ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ପ୍ରତିନିଧି ମଣ୍ଡଳୀ ଆଜିଠୁ ଗସ୍ତ ଆରମ୍ଭ କରିଛନ୍ତି ।

author-image
Lipsa Mohapatra
ଅଦ୍ୟତନ ହୋଇଛି
 Baijayant Panda’s Team On Abroad Visit

Baijayant Panda’s Team On Abroad Visit

ବିଶ୍ୱ ସମୁଦାୟ ଆଗରେ ପାକିସ୍ତାନର ଆତଙ୍କୀ ମୁଖା ଖୋଲିବ ସର୍ବଦଳୀୟ ଟିମ୍ । ବିଦେଶ ଗସ୍ତରେ ଆଉ ୪ ସଂସଦୀୟ ପ୍ରତିନିଧି ଦଳ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ପ୍ରତିନିଧି ମଣ୍ଡଳୀ ଗସ୍ତ କରିଛନ୍ତି । ଏହି ଟିମ୍ ପ୍ରଥମେ ବାହାରିନ୍ ଯାଇଛି । ପରେ କୁଏତ, ସାଉଦି ଆରବ ଓ ଆଲଜେରିଆ ଯିବ । ୪ଟି ଯାକ ସଂସଦୀୟ ପ୍ରତିନିଧି ଦଳ ସଦସ୍ୟଙ୍କୁ ଭାରତର ଏଜେଣ୍ଡା ସମ୍ପର୍କରେ ଅବଗତ କରିଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି ।

Advertisment

ଅପରେସନ୍ ସିନ୍ଦୂର ଏବଂ ଆତଙ୍କବାଦ ବିରୋଧରେ ଭାରତର ଲଢେଇ ପ୍ରସଙ୍ଗରେ ରାଷ୍ଟ୍ର ନେତାଙ୍କୁ ଅବଗତ କରିବେ ଏହି ଟିମ୍। ବୈଜୟନ୍ତ ପଣ୍ଡାଙ୍କ ସହିତ ରବିଶଙ୍କର ପ୍ରସାଦ, ଶଶି ଥରୁର, ଅସଦୁଦ୍ଦିନ ଓୱେସି, ଗୁଲାମ ନବୀ ଆଜାଦ, ସୁପ୍ରିୟା ସୁଲେ, ବିକ୍ରମଜିତ୍ ସିଂ ପ୍ରମୁଖ ବିଦେଶ ଗସ୍ତ କରିଛନ୍ତି । 

ବିଜେପି ରାଷ୍ଟ୍ରୀୟ  ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, "ଆତଙ୍କବାଦ ପ୍ରତି ଆମର ଶୂନ୍ୟ ସହନଶୀଳତା ରହିବ। ଆତଙ୍କବାଦକୁ ଆମେ ଉଚିତ ଜବାବ ଦେବୁ... ଆମେ ଅପରେସନ୍ ସିନ୍ଦୂର ମାଧ୍ୟମରେ ଏହା ପ୍ରମାଣ କରିଛୁ। ପାକିସ୍ତାନର ମିଛ ଗୋଟିଏ ପରେ ଗୋଟିଏ ଖୋଲାଯାଉଛି ।"

Advertisment

ସୂଚନାଯୋଗ୍ୟ, ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ନୀତିର ବାର୍ତ୍ତା ନେଇ ସହଯୋଗୀ ରାଷ୍ଟ୍ର ଗସ୍ତ କରୁଛନ୍ତି ଭାରତର ସର୍ବଦଳୀୟ ଟିମ୍ । ଏନେଇ ୭ଟି ପ୍ରତିନିଧି ଦଳ ଗଠନ କରାଯାଇଛି । ୭ଟି ଟିମର ନେତୃତ୍ୱ ନେଉଛନ୍ତି ୭ ଜଣ ବରିଷ୍ଠ ସାଂସଦ ।

ଅଧିକ ପଢନ୍ତୁ : ବିଶ୍ୱରେ ଖୋଲିବ ପାକିସ୍ତାନ ଅସଲ ମୁଖା; ବିଦେଶ ଯିବେ ସର୍ବଦଳୀୟ ପ୍ରତିନିଧି ଦଳ, ବିଜେପିରୁ ବୈଜୟନ୍ତ ଓ ରବିଶଙ୍କର

Baijayant Panda India Pakistan War Anti Terroism Operation Sindoor
Advertisment
Related Articles
Advertisment