Advertisment

New Income Tax Bill: ଆଜି ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍

୩୧ ଜଣିଆ ସିଲେକ୍ଟ କମିଟିର ସଂଶୋଧିତ ପ୍ରସ୍ତାବ ପରେ ଆଜି ସଂସଦରେ ସଂଶୋଧିତ ଆୟକର ବିଲ୍ ଉପସ୍ଥାପନ ହେବ। ଏହି ବିଲରେ ଟିକସଦାତାଙ୍କୁ ଆଶ୍ବସ୍ତି, ଆୟକର ଟିକସ ରିଫଣ୍ଡ୍ ନିୟମରେ ପରିବର୍ତ୍ତନ ହୋଇଛି।

author-image
Chinmayee Sahoo
INCOME-TAX

INCOME-TAX

ଆଜି ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍ । କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ୩୧ ଜଣିଆ ସିଲେକ୍ଟ କମିଟିର ସଂଶୋଧିତ ପ୍ରସ୍ତାବ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆ ଆୟକର ବିଲ୍-୨୦୨୫କୁ ଆଜି ସଂସଦରେ ପୁଣିଥରେ ଆଗତ କରିବେ । ନୂଆ ଆଇନକୁ ବର୍ତ୍ତମାନର ଫ୍ରେମୱାର୍କ ସହ ଯୋଡ଼ିବା ଉପରେ କମିଟି ପ୍ରସ୍ତାବ ଦେଇଛି। ପାଖାପାଖି ୫ ହଜାର ପୃଷ୍ଠାର ରିପୋର୍ଟରେ ୫୬୬ଟି ସଂଶୋଧନ ପ୍ରସ୍ତାବ ଦିଆଯାଇଥିଲା ।

Advertisment

ଟିକସଦାତାଙ୍କୁ ଆଶ୍ବସ୍ତି ସହିତ ଆୟକର ଟିକସ ରିଫଣ୍ଡ୍ ନିୟମରେ ପରିବର୍ତ୍ତନ, ଟିଡିଏସ ନିୟମରେ ପରିବର୍ତ୍ତନ ଆଦି ପ୍ରସ୍ତାବ ଏଥିରେ ସାମିଲ ରହିଛି । ବର୍ତ୍ତମାନ ନଗଦ, ସୁନା ଏବଂ ଅଳଙ୍କାର ଅନ୍ତର୍ଭୁକ୍ତ ହେବା ପରି କ୍ରିପ୍ଟୋ ସମ୍ପତ୍ତିକୁ ଯେକୌଣସି ଅପ୍ରକାଶିତ ଆୟ ଅଧୀନରେ ଗଣାଯିବ। ଏହା ଦ୍ବାରା ଡିଜିଟାଲ୍ କାରବାରକୁ ମଧ୍ୟ ସ୍ବଚ୍ଛ ଏବଂ ଆଇନଗତ ଭାବରେ ନିୟନ୍ତ୍ରଣ କରାଯାଇ ପାରିବ। ବିଭିନ୍ନ ପ୍ରକାର ଦରମା ସମ୍ବନ୍ଧୀୟ କାଟ ମଧ୍ୟ ଗୋଟିଏ ସ୍ଥାନରେ ତାଲିକାଭୁକ୍ତ କରାଯାଇଛି।

ପୂର୍ବରୁ ଫେବ୍ରୁଆରୀ ୧୩ରେ ଆଗତ ଆୟକର ବିଲ୍ ତର୍ଜମା ପାଇଁ ସିଲେକ୍ଟ କମିଟି ନିକଟକୁ ପଠାଯାଇଥିଲା । ଏହାକୁ ଅନୁଧ୍ୟାନ କରିବା ଲାଗି ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ୩୧ ଜଣିଆ ସିଲେକ୍ଟ କମିଟି ଗଠନ କରିଥିଲେ।

Advertisment

ସଂଶୋଧିତ ବିଲ୍ ଗତ ଶୁକ୍ରବାର କ୍ୟାବିନେଟ୍ ଅନୁମୋଦନ ପାଇଥିଲା। ଚୟନ କମିଟି ପରିବର୍ତ୍ତନ ବିଷୟରେ ସୁପାରିଶ କରିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂତନ ଆୟକର ବିଲ୍ ୨୦୨୫କୁ ପ୍ରତ୍ୟାହାର କରି ନେଇଥିଲେ।

Finance Minister Nirmala Sitharaman Baijayant Panda Loksabha
Advertisment
Advertisment