/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752562355.jpg)
MP Baijayant Panda Offers Condolences on Soumyashree’s Death
ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ମୃତ୍ୟୁ ଖବର ଶୁଣି ଗଭୀର ଶୋକ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା । ଏହି ଦୁଃଖ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପୀଡ଼ିତାଙ୍କ ପରିବାରକୁ ଅସୀମ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ସେ କାମନା କରିଛନ୍ତି । ରାଜ୍ୟ ସରକାର ପୀଡ଼ିତାଙ୍କ ପରିବାର ସହ ସର୍ବଦା ଛିଡ଼ା ହୋଇଛନ୍ତି । ଏହି ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ବୈଜୟନ୍ତ ।
ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଖବରକୁ ନେଇ ଗଭୀର ମର୍ମାହତ କହିଲେ ରାଜ୍ୟପାଳ । ଛାତ୍ରୀଙ୍କ ଅକାଳ ବିୟୋଗ ଶୁଣି ମୁଁ ଗଭୀର ମର୍ମାହତ । ଏହା କେବଳ ଏକ ଦୁଃଖଦ ଘଟଣା ନୁହେଁ ଆମ କ୍ୟାମ୍ପସକୁ ସୁରକ୍ଷିତ ରଖିବାକୁ ଜରୁରୀ ଆବଶ୍ୟକତା ବୋଲି ମନେ ପକାଉଛି । ଆଇନ୍ କଡ଼ା ପଦକ୍ଷେପ ନେବ, ସଂପୃକ୍ତ ବ୍ୟକ୍ତିଙ୍କୁ ଦଣ୍ଡ ମିଳିବ ବୋଲି କହିଛନ୍ତି ରାଜ୍ୟପାଳ ।
ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଦୁଃଖପ୍ରକାଶ କଲେ ନବୀନ ପଟ୍ଟନାୟକ। ବିଫଳ ବ୍ୟବସ୍ଥା କିପରି ଜଣଙ୍କ ଜୀବନ ନେଇ ଯାଇପାରେ ଅଧିକ ବିଚଳିତ କରୁଛି ‘ସବୁଠୁ ଦୁଃଖର କଥା, ଏହା କୌଣସି ଦୁର୍ଘଟଣା ନୁହେଁ, ବ୍ୟବସ୍ଥାର ଫଳ ବୋଲି ପୋଷ୍ଟରେ ଲେଖିଛନ୍ତି। ନ୍ୟାୟ ପାଇବାକୁ ସଂଗ୍ରାମ କରି ଜଣେ ଝିଅଟି ଆଖି ବୁଜିଲା। ଯୌନ ନିର୍ଯାତନା ବିଷୟରେ ସେ ସମସ୍ତଙ୍କୁ ଅବଗତ କରିଥିଲା, କେହି ହସ୍ତକ୍ଷେପ କରିଥିଲେ ହୁଏତ ଝିଅଟି ବଞ୍ଚିଯାଇଥାନ୍ତା ବୋଲି ଲେଖିଛନ୍ତି ନବୀନ। ଏହା ଯୋଜନାବଦ୍ଧ ଅନ୍ୟାୟ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପିସିସି ସଭାପତି ଭକ୍ତ ଦାସଙ୍କ ଉପରେ ବର୍ଷିଲେ ପ୍ରତାପ ଷଡ଼ଙ୍ଗୀ । ଏମାନେ ମିଡିଆ ଆଗରେ ନାଟକବାଜୀ କରୁଛନ୍ତି। ଶବ ଉପରେ ରାଜନୀତି କରୁଛି କଂଗ୍ରେସ ବୋଲି ସେ ଆକ୍ଷେପ କରିଛନ୍ତି । କଂଗ୍ରେସକୁ ଏବେ ଟିକିଏ ଅକ୍ସିଜେନ ମିଳିଛି । କଂଗ୍ରେସକୁ ଅନ୍ୟ ୭ ରାଜନୈତିକ ଦଳର ସମର୍ଥନ ପ୍ରସଙ୍ଗରେ ପ୍ରତାପ କହିଛନ୍ତି ଶତ୍ରୁର ଶତ୍ରୁ ମିତ୍ର । ସେହିପରି ବିଜେଡି ସମୟରେ ଘଟିଥିବା ଅନେକ ଘଟଣା ଗଣାଇଲେ ପ୍ରତାପ ଷଡ଼ଙ୍ଗୀ । ହତ୍ୟାର ରାଜନୀତି କରୁଛି କଂଗ୍ରେସ । ଗଣତନ୍ତ୍ର, ସମ୍ବିଧାନ ଉପରେ କଥା କହିବାର ଅଧିକାର ଏମାନଙ୍କର ନାହିଁ । ୧୭ ତାରିଖ ବନ୍ଦ ସଫଳ ହେବନି ବଂର ଏମାନେ କଚଡ଼ା ଖାଇବେ ବୋଲି ସିଧା କହିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ ।
ଅଧିକ ପଢନ୍ତୁ: ବାଲେଶ୍ବର ଘଟଣାକୁ ବିରୋଧ; ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ...
Congress Calls Odisha Bandh: ବାଲେଶ୍ବର ଘଟଣାକୁ ବିରୋଧ; ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ...

FM Student Death: ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା, ଦୋଷୀଙ୍କୁ କଠୋରରୁ ଅତି କଠୋର ଦଣ୍ଡ ଦିଆଯିବ କହିଲେ ମୁଖ୍ୟମନ୍ତ୍ରୀ

FM Student: ଶୋକାକୁଳ ପରିବେଶରେ ଏଫଏମ ପୀଡିତା ଛାତ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)