Advertisment

Baijayant Panda Reaches Assam: ଆସାମ ଗସ୍ତରେ ବୈଜୟନ୍ତ, ବିପୁଳ ସ୍ବାଗତ ସମ୍ବର୍ଦ୍ଧନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସାମ ଗସ୍ତ ପୂର୍ବରୁ ସେଠାରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ତାଙ୍କୁ ସେଠାରେ ବିପୁଳ ସ୍ବାଗତ କରାଯାଇଛି।

author-image
Chinmayee Sahoo
Baijayant Panda

Baijayant Panda Photograph: (OTV)

ଆସାମରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସାମ ଗସ୍ତ ପୂର୍ବରୁ ପହଞ୍ଚିଲେ ବିଜେପି ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା। ତାଙ୍କୁ ସେଠାରେ ବିପୁଳ ସ୍ବାଗତ କରାଯାଇଛି। ଆସାମ ରାଜ୍ୟ ସଭାପତି ଦିଲୀପ ସାଇକିଆ, ରାଜ୍ୟ ସଂଗଠନ ପ୍ରଭାରୀ ହରିଶ ଦ୍ୱିବେଦୀ, ମନ୍ତ୍ରୀ ପିଜୂଷ ହଜାରିକା, କୌଶିକ ରାୟ ବୈଜୟନ୍ତଙ୍କୁ ସ୍ବାଗତ କରିଛନ୍ତି। ଦଳର ବରିଷ୍ଠ ପଦାଧିକାରୀ, ବିଧାୟକ ଏବଂ ଅନ୍ୟମାନଙ୍କ ବୈଜୟନ୍ତଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରିଥଲେ। 

Advertisment

ଆସନ୍ତାବର୍ଷ ମାର୍ଚ୍ଚ-ଏପ୍ରିଲରେ ଆସାମରେ ବିଧାନସଭା ନିର୍ବାଚନ ହେବ। ତାପୂର୍ବରୁ ବୈଜୟନ୍ତଙ୍କୁ ପୁଣି ଥରେ ଆସାମ ଦାୟିତ୍ବ ଦେଇଛି ଦଳ। ୨୦୨୧ରେ ଆସାମରେ ବିଜେପି ସଂଗଠନ ଇନଚାର୍ଜ ଥିଲେ ବୈଜୟନ୍ତ। ତାଙ୍କ ମାର୍ଗଦର୍ଶନରେ ଦଳ ନିର୍ବାଚନ ଲଢ଼ିଥିଲା ଓ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଆସାମ ଗସ୍ତରେ ଯାଇ ଗୌହାଟୀରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ପ୍ରଧାନମନ୍ତ୍ରୀ ଆସାମ ଆନ୍ଦୋଳନର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଦଳୀୟ କର୍ମୀ ଏବଂ ଜନସାଧାରଣଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
•    ଆସାମ ଗସ୍ତରେ ବୈଜୟନ୍ତ
•    ଆସାମରେ ବିଜେପିର ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା
•    ପ୍ରଧାନମନ୍ତ୍ରୀଙ୍କ ଆସାମ ଗସ୍ତ ପୂର୍ବରୁ ପହଞ୍ଚିଲେ ବୈଜୟନ୍ତ 
•    ବୈଜୟନ୍ତଙ୍କୁ ସ୍ବାଗତ ଜଣାଇଲେ ରାଜ୍ୟ ସଭାପତି ଦିଲୀପ ସାଇକିଆ
•    ୨୦୨୧ରେ ଆସାମର ସଂଗଠନ ଇନଚାର୍ଜ ଦାୟିତ୍ବ ତୁଲାଇଥିଲେ ବୈଜୟନ୍ତ
•    ବୈଜୟନ୍ତଙ୍କ ମାର୍ଗଦର୍ଶନରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ବିଜେପି

Advertisment
Baijayant Panda
Advertisment
Related Articles
Advertisment