Advertisment

Pakistan's Terror Face Exposed: ବିଶ୍ୱରେ ଖୋଲିବ ପାକିସ୍ତାନ ଅସଲ ମୁଖା; ଆଜି ୟୁଏଇ ଯିବ ସର୍ବଦଳୀୟ ପ୍ରତିନିଧି ଦଳ

ପାକିସ୍ତାନର ଆତଙ୍କୀ ମୁଖା ଖୋଲିବାକୁ ଆଜିଠୁ ବିଭିନ୍ନ ଦେଶକୁ ଗସ୍ତ ଆରମ୍ଭ କରିବେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ। ଆଜି ୟୁଏଇକୁ ପ୍ରଥମ ପ୍ରତିନିଧି ଦଳ ଗସ୍ତ କରିବ। ଏହାର ନେତୃତ୍ବ ନେବେ ଶିବସେନା ସାଂସଦ ଶ୍ରୀକାନ୍ତ ଏକନାଥ ସିନ୍ଦେ।

author-image
Tapaswini Nayak
ଅଦ୍ୟତନ ହୋଇଛି
operation sindoor

operation sindoor

ପାକିସ୍ତାନର ଆତଙ୍କୀ ମୁଖା ଖୋଲିବାକୁ ଆଜିଠୁ ବିଭିନ୍ନ ଦେଶକୁ ଗସ୍ତ ଆରମ୍ଭ କରିବେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ। ଆଜି ୟୁଏଇକୁ ପ୍ରଥମ ପ୍ରତିନିଧି ଦଳ ଗସ୍ତ କରିବ। ଏହାର ନେତୃତ୍ବ ନେବେ ଶିବସେନା ସାଂସଦ ଶ୍ରୀକାନ୍ତ ଏକନାଥ ସିନ୍ଦେ।

Advertisment

ଅଧିକ ପଢ଼ନ୍ତୁ: ପାକିସ୍ତାନର ପୋଲ୍ ଖୋଲିବ ସର୍ବଦଳୀୟ ଟିମ୍, ସାମିଲ ହେବାକୁ ମନାକଲେ ୟୁସୁଫ

ଏହି ଦଳ କଙ୍ଗୋ, ସିଏରା ଲିଓନି ଓ ଲାଇବେରିଆକୁ ମଧ୍ୟ ଯିବ। ୨୫ ତାରିଖ ଭିତରେ ଅନ୍ୟ ୬ଟି ଦଳ ମଧ୍ୟ ଭିନ୍ନ ଭିନ୍ନ ସାଂସଦଙ୍କ ନେତୃତ୍ୱରେ ବିଶ୍ୱର ବିଭିନ୍ନ ଦେଶ ଗସ୍ତ କରିବ।

Advertisment

ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ୨୩ ତାରିଖରେ ବାହାରିନ୍, କୁଏତ୍, ସାଉଦି ଆରବ ଓ ଆଲଜେରିଆ ପାଇଁ ଗସ୍ତ ଆରମ୍ଭ କରିବେ ପ୍ରତିନିଧି ଦଳ। ଅପରେସନ୍ ସିନ୍ଦୂରର ସଫଳତା, ପାକିସ୍ତାନର ଆତଙ୍କୀ ପ୍ରେମ ଏବଂ ଭାରତର ଆତଙ୍କବାଦ ପ୍ରତି ଜିରୋ-ଟଲରାନ୍ସ ନୀତିକୁ ବିଶ୍ବ ସମୁଦାୟ ଆଗରେ ରଖିବାକୁ ଏହି ଅଭିଯାନ କାର୍ଯ୍ୟ କରିବ।

 ଉଲ୍ଲେଖଯୋଗ୍ୟ, ବିଦେଶ ଗସ୍ତରେ ଯିବେ ନାହିଁ ୟୁସୁଫ ପଠାନ । ସର୍ବଦଳୀୟ ପ୍ରତିନିଧି ଦଳରେ ସାମିଲ ହେବାକୁ ମନା କଲେ ଟିଏମସି ସାଂସଦ ୟୁସୁଫ ପଠାନ। ବିଦେଶ ଗସ୍ତରେ ଯିବେ ନାହିଁ ବୋଲି ୟୁସୁଫ କହିଥିବା ନେଇ ସୂଚନା ମିଳିଛି। ସଞ୍ଜୟ ଝାଙ୍କ ନେତୃତ୍ବାଧୀନ ଟିମ୍‌ରେ ଥିଲେ ୟୁସୁଫ । ଅନ୍ୟପଟେ ତୃଣମୂଳ କଂଗ୍ରେସର କେହି ବି ସର୍ବଦଳୀୟ ପ୍ରତିନିଧି ଭାବେ ବିଦେଶ ଯିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

ଅଧିକ ପଢନ୍ତୁ : ବିଶ୍ୱରେ ଖୋଲିବ ପାକିସ୍ତାନ ଅସଲ ମୁଖା; ବିଦେଶ ଯିବେ ସର୍ବଦଳୀୟ ପ୍ରତିନିଧି ଦଳ, ବିଜେପିରୁ ବୈଜୟନ୍ତ ଓ ରବିଶଙ୍କର

Baijayant Panda India Pakistan War Operation Sindoor
Advertisment
Advertisment