/odishatv-khabar/media/media_files/2026/03/09/brutal-acid-attack-on-live-in-partner-2026-03-09-14-23-17.jpg)
Brutal Acid Attack on Live-In Partner Photograph: (OTV)
ମହିଳା ଦିବସରେ ଅସହ୍ୟ ନିର୍ଯାତନା। ପିଟିପିଟି ପ୍ରେମିକାକୁ ବେହାଲ୍ କଲା। ମନ ସହିଲାନି ଯେ, ଆହତ ପ୍ରେମିକାକୁ ହସ୍ପିଟାଲରେ ଯାଇ ଏସିଡ୍ ଫିଙ୍ଗିଲା ନୃଶଂସ ପ୍ରେମିକ। ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ଗୁରୁଗ୍ରାମରେ।
ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପୀଡିତା ଜଣକ ଅଭିଯୁକ୍ତ ପ୍ରେମିକ ସହ ଲିଭ୍ ଇନ୍ ରେ ରହୁଥିଲେ। ମାର୍ଚ୍ଚ ୮ ତାରିଖରେ ଅଭିଯୁକ୍ତ ପୀଡିତା ଯୁବତୀଙ୍କୁ ମାଡ ମାରିଥିଲେ। ଯାହା ପରେ ସେ ଚିକିତ୍ସା ପାଇଁ ହସ୍ପିଟାଲକୁ ଯାଇଥିଲେ। କିନ୍ତୁ ଅଭିଯୁକ୍ତ ହସ୍ପିଟାଲରେ ପହଞ୍ଚି ତାଙ୍କ ଉପରେ ଏସିଡ୍ ଆକ୍ରମଣ କରିଥିଲେ। ବର୍ତ୍ତମାନ ପୋଲିସ ଅଭିଯୁକ୍ତ ପବନକୁ ଗିରଫ କରିଛି। ମାମଲାର ତଦନ୍ତ କରାଯାଉଛି।
ପୋଲିସ କହିଛି ଯେ ୮ ମାର୍ଚ୍ଚ, ମହିଳା ଦିବସରେ, ଗୁରୁଗ୍ରାମର ସେକ୍ଟର 10A ଥାନାକୁ ସିଭିଲ୍ ହସ୍ପିଟାଲରୁ ସୂଚନା ମିଳିଥିଲା ଯେ ଜଣେ ମହିଳା ସେକ୍ଟର 10ର ସରକାରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ। ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଏସିଡ୍ ଆକ୍ରମଣ କରି ଆହତ କରିଥିଲେ। ସୂଚନା ପାଇବା ପରେ, ଏକ ପୋଲିସ ଟିମ୍ ତୁରନ୍ତ ସିଭିଲ୍ ହସ୍ପିଟାଲରେ ପହଞ୍ଚି ତାଙ୍କ ବୟାନ ରେକର୍ଡ କରିଥିଲା।
ବୟାନରେ ଯୁବତୀ ଜଣକ କହିଛନ୍ତି ଯେ ସେ ପ୍ରାୟ ଚାରି ବର୍ଷ ପୂର୍ବେ କାମ ଖୋଜିବା ପାଇଁ ଗୁରୁଗ୍ରାମ ଆସିଥିଲେ। ସେ ଗୁରୁଗ୍ରାମର ସେକ୍ଟର 72ରେ ଏକ ଫ୍ଲାଟରେ ପବନ ନାମକ ଜଣେ ବ୍ୟକ୍ତିଙ୍କ ସହିତ ରହୁଥିଲେ। ମାର୍ଚ୍ଚ ୮ ତାରିଖରେ ପବନ ତାଙ୍କୁ ମାଡ ମାରିଥିଲେ। ସିଭିଲ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସମୟରେ ସେ ତାଙ୍କ ଉପରେ ଏସିଡ୍ ଫିଙ୍ଗି ଦେଇଥିଲେ, ଯାହା ଫଳରେ ତାଙ୍କ ପୋଷାକ ପୋଡ଼ି ଯାଇଥିଲା। ପୀଡିତାଙ୍କୁ ଅଧିକ ଚିକିତ୍ସା ପାଇଁ ପିଜିଆଇ ରୋହତକକୁ ପଠାଯାଇଥିଲା, ସେଠାରେ ତାଙ୍କ ଚିକିତ୍ସା ପରେ ତାଙ୍କୁ ତୁରନ୍ତ ଡିସଚାର୍ଜ କରାଯାଇଥିଲା।
ପୋଲିସ କହିଛି ଯେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ରେୱାରି ଜିଲ୍ଲାର ବାସିନ୍ଦା ପବନ ବୋଲି ଜଣାପଡିଛି।
YouTuber Stabs Twin Sister | ନିଜ ଘରେ ରକ୍ତର ନଦୀ ବୁହାଇଲା ୟୁଟ୍ୟୁବର

Iran Nuclear Weapon: ବିଶ୍ବଠାରୁ ପରମାଣୁ ଅସ୍ତ୍ର ଲୁଚାଇ ରଖିଛି ଇରାନ !

Global Oil Price Surge: ବଢ଼ିଲା ତୈଳ ଦର, ୫୨ ସପ୍ତାହ ମଧ୍ୟରେ ସର୍ବୋଚ୍ଚ ସ୍ତରକୁ ଛୁଇଁଲା

Odisha Inspiring Women: ସ୍ବଚ୍ଛତା କହିଲେ ଶାନ୍ତି-ସଞ୍ଜୁ, କାହାଣୀ ଶୁଣିଲେ ବାଃ ବାଃ କରିବେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)