/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702276915.jpg)
Acid attack
ଜମିବାଡି ବିବାଦକୁ ନେଇ ବାପପୁଅଙ୍କୁ ଏସିଡ ମାଡ଼ । ଏସିଡ ମାଡ଼ରେ ଉଭୟ ଗୁରୁତର ହୋଇଛନ୍ତି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଉଆସପଦର ଗାଁରେ ଏହି ଏସିଡ ମାଡ଼ ହୋଇଛି । ଗୁରୁତର ଦୁଇଜଣଙ୍କୁ ପ୍ରଥମେ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଦୁଇ ଗୁରୁତର ହେଉଛନ୍ତି ଅଧିକାରୀ ତରେଇ ଏବଂ ରାଜେନ୍ଦ୍ର ତରେଇ ।
ସୂଚନା ଅନୁସାରେ ଦୁଇ ପରିବାର ମଧ୍ୟରେ ଦୀର୍ଘଦିନ ଧରି ଜମିବାଡ଼ି ବିବାଦ ରହିଥିଲା ଯାହା ଉଗ୍ର ରୂପ ନେଇଥିଲା । ଅଭିଯୋଗ ଅନୁସାରେ ସକାଳୁ ନିଜ ଘରର ବାରିପଟେ ଜମିରେ କାମ କରୁଥିବା ବେଳେ ସନ୍ତୋଷ ମହାରଣା ନାମକ ଜଣେ ବ୍ୟକ୍ତି ଏସିଡ ଆଣି ଅଧିକାରୀ ଏବଂ ରାଜେନ୍ଦ୍ରଙ୍କୁ ମାଡ କରିଥିଲା। ଆଉ ତା’ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ।
ପରିବାର ଲୋକେ ବାପ ଓ ପୁଅକୁ ପ୍ରଥମେ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଏନେଇ ପରିବାର ସଦସ୍ୟ କୃଷ୍ଣପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ଏବେ ପୋଲିସ ସନ୍ତୋଷ ମହାରଣାକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)