• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ପ୍ରେମର ପ୍ରମାଣ ଦେବାକୁ ଯାଇ ପୂର୍ବତନ ପ୍ରେମିକଙ୍କୁ ମରଣାନ୍ତକ ଆକ୍ରମଣ। ଏସିଡ୍ ଫିଙ୍ଗିବା ସହ ଛାତିରେ କଣ୍ଟା ଭୁସି ଦେଇଥିଲେ ପ୍ରେମିକା ଓ ତା'ର ପୁରୁଷ ବନ୍ଧୁ। ରାଜସ୍ଥାନ ପ୍ରତାପଗଡର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନାର୍କୋଟିକ୍ସ ବିଭାଗର ଜଣେ ସବ୍ ଇନ୍ସପେକ୍ଟରଙ୍କୁ ଏପରି ମରଣାନ୍ତକ ଆକ୍ରମଣ କରାଯାଇଛି। ଏହି ମାମଲାରେ ପୋଲିସ ସବ୍ ଇନ୍ସପେକ୍ଟରଙ୍କ ପୂର୍ବତନ ବାନ୍ଧବୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ସେମାନଙ୍କଠାକୁ ଆକ୍ରମଣରେ ବ୍ୟବହୃତ ଅସ୍ତ୍ର, ଏସିଡ୍ ବୋତଲ ସହ ବାଇକ୍ ଜବତ କରାଯାଇଛି। 

ସୂଚନା ଅନୁସାରେ, ଗତ ଗୁରୁବାର ନାର୍କୋଟିକ୍ସ ବିଭାଗର ସବ୍ ଇନ୍ସପେକ୍ଟର ହର୍ଷବର୍ଦ୍ଧନ ସିଂଙ୍କ ଉପରେ ଏସିଡ୍ ଆକ୍ରମଣ ହୋଇଥିଲା । ଏହା ପରେ ସବ୍ ଇନ୍ସପେକ୍ଟରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାରେ ପୋଲିସ ୨୨ ବର୍ଷୀୟା ଖୁସି ରାଓ ଏବଂ ତା'ର ପ୍ରେମିକ ପ୍ରିୟାଂଶୁ ରାଠୋରକୁ ଗିରଫ କରି ପଚରାଉଚରା କରିଥିଲା। ପଚରାଉଚରା ବେଳେ ଏହି ସାଂଘାତିକ ଘଟଣା ସାମନାକୁ ଆସିଛି।

ପୂର୍ବରୁ ଖୁସିଙ୍କ ସହ ସବ୍ ଇନ୍ସପେକ୍ଟର ହର୍ଷବର୍ଦ୍ଧନଙ୍କ ସଂପର୍କ ଥିଲା। ସେମାନଙ୍କ ମଧ୍ୟରେ ଅନେକ ସମୟରେ ବିବାଦ ଲାଗି ରହୁଥିଲା ​। ଏହା ପରେ ଖୁସି ପ୍ରିୟାଂଶୁ ସହ ସମ୍ପର୍କ ସ୍ଥାପନ କରିଥିଲା। ଖୁସି ହର୍ଷବର୍ଦ୍ଧନଙ୍କୁ ହତ୍ୟା କରି ତାଙ୍କ ନୂତନ ପ୍ରେମିକ ପ୍ରିୟାଂଶୁଙ୍କ ପ୍ରତି ତାଙ୍କର ପ୍ରକୃତ ପ୍ରେମ ପ୍ରମାଣ କରିବାକୁ ଚାହୁଁଥିଲେ। ସେଥିପାଇଁ ପ୍ରିୟାଂଶୁଙ୍କ ସାମ୍ନାରେ ହର୍ଷବର୍ଦ୍ଧନଙ୍କୁ ହତ୍ୟା କରିବା ପାଇଁ ସେମାନେ ପ୍ଲାନ କରିଥିଲେ। ତାଙ୍କୁ ପୋଡି ଦେବାକୁ ଚେଷ୍ଟା କରିଥିଲେ।

ପ୍ରତାପଗର ଏସପି ଭିନେଟ ବନସଲଙ୍କ ଅନୁଯାୟୀ, ନାର୍କୋଟିକ୍ସ ବିଭାଗରେ ସବ୍ ଇନ୍ସପେକ୍ଟର ଭାବେ ପୋଷ୍ଟିଂ ହୋଇଥିବା ହର୍ଷବର୍ଦ୍ଧନ ସିଂ ଏବଂ ପ୍ରତାପଗରର ଖୁସି ରାଓଙ୍କ ମଧ୍ୟରେ ଇନଷ୍ଟାଗ୍ରାମରେ ବନ୍ଧୁତା ହୋଇଥିଲା। ପରେ ଏହା ପ୍ରେମ ସଂପର୍କରେ ପରିଣତ ହେଲା। ପ୍ରାୟ ଦେଢ ବର୍ଷ ପରେ ଦୁହେଁ ବ୍ରେକଅପ୍ କରିଦେଲେ। ଖୁସି ରାଓ ପ୍ରିୟାଂଶୁଙ୍କ ସହ ରିଲେସନ୍‌ସିପ୍‌ରେ ଥିଲା। ବ୍ରେକଅପ୍ ପରେ ମଧ୍ୟ ହର୍ଷବର୍ଦ୍ଧନ ଏବଂ ଖୁସିଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏ ସମ୍ପର୍କରେ ଖୁସି ତା'ର ନୂଆ ପ୍ରେମିକକୁ ଜଣାଇଥିଲା। ଏହାପରେ ଉଭୟ ମିଶି ସବ୍ ଇନ୍ସପେକ୍ଟରଙ୍କୁ ରାସ୍ତାରୁ ହଟାଇବା ପାଇଁ ଷଡଯନ୍ତ୍ର କରିଥିଲେ। ଖୁସି ସବ୍ ଇନ୍ସପେକ୍ଟରଙ୍କ ଛାତିକୁ କଣ୍ଟାରେ ଆକ୍ରମଣ କରିବା ସହ ଏସିଡ୍ ପିଙ୍ଗିଥିଲା।

ପ୍ରତାପଗଡ କୋଟୱାଲୀ ଥାନା ଅଧିକାରୀ ଦୀପକ ବନଜାରାଙ୍କ ଅନୁଯାୟୀ, ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ସବ୍ ଇନ୍ସପେକ୍ଟର ହର୍ଷବର୍ଦ୍ଧନଙ୍କୁ ଖୁସି ବାଗବାସ ନିକଟକୁ ଡାକିଥିଲେ। ହର୍ଷବର୍ଦ୍ଧନ କାର୍ ନେଇ ସେଠାରେ ପହଞ୍ଚିଲେ, ଖୁସି ବ୍ୟାଗ ଧରି ତାଙ୍କ କାରର ପଛ ସିଟରେ ବସିଥିଲା। ଯେତେବେଳେ କାର୍ ଚାଲିବା ଆରମ୍ଭ କଲା, ସେତେବେଳେ ପ୍ରିୟାଂଶୁ ବାଇକରେ କାରକୁ ପିଛା କରିଥିଲା। ହର୍ଷବର୍ଦ୍ଧନ କିଛି ବୁଝିବା ପୂର୍ବରୁ ଖୁସି ବ୍ୟାଗରୁ ଏକ କଣ୍ଟା ଲଗା କାଠ ବାହାର କରି ହର୍ଷବର୍ଦ୍ଧନଙ୍କ ଛାତି ଉପରେ ଆକ୍ରମଣ କରିଥିଲା।

ସବ୍ ଇନ୍ସପେକ୍ଟର ଚିତ୍କାର କରିବାରୁ ଖୁସି ଏସିଡ୍ ଫିଙ୍ଗିଥିଲେ। ହର୍ଷବର୍ଦ୍ଧନ କାରରୁ ଓହ୍ଲାଇବା ମାତ୍ରେ ବାଇକରେ ଯାଉଥିବା ପ୍ରିୟାଂଶୁ ତାଙ୍କୁ ବାଇକରେ ଧକ୍କା ଦେବାକୁ ଚେଷ୍ଟା କରିଥିଲା। ଏହି ଘଟଣା ପରେ ସ୍ଥାନୀୟ ଲୋକ ଆହତ ହର୍ଷବର୍ଦ୍ଧନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୋଲିସ ୨ଅଭିଯୁକ୍ତଙ୍କୁ ଗିରଫ କରିଛି।

OTV is now on Whatsapp

Join and get latest news update delivered to you via whatsapp

Join Now