Advertisment

Acid Attack on Mother and Son: ମାଆ, ପୁଅଙ୍କୁ ଏସିଡ୍ ମାଡ଼, ପୋଲିସ୍‌ର ଛାନଭିନ୍ ଆରମ୍ଭ

ପୂର୍ବ ଶତ୍ରୁତାରୁ ମାଆପୁଅଙ୍କୁ ଏସିଡ୍ ମାଡ଼। ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ବାଛରl ଗାଁର ଘଟଣା। ଗୁରୁତର ମାଆ ଓ ପୁଅଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାର ତଦନ୍ତ କରୁଛି ପୋଲିସ

author-image
Chinmayee Sahoo
Acid Attack

Acid Attack Photograph: (OTV)

ପୂର୍ବ ଶତ୍ରୁତାରୁ ମାଆପୁଅଙ୍କୁ ଏସିଡ୍ ମାଡ଼ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବାଛରl ଗାଁରେ ଘଟିଛି ଅଭାବନୀୟ ଘଟଣା । ଗୁରୁତର ମାଆପୁଅଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । 

Advertisment

ସୂଚନା ଅନୁସାରେ, ଗତକାଲି ଦୁଇ ପଡ଼ୋଶୀ ବିଜୟ ସାହୁ ଓ ରବୀନ୍ଦ୍ର ମଧ୍ୟରେ ପୂର୍ବର ଶତ୍ରୁତାରୁ ବଚସା ଲାଗିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ବିଜୟ ରବୀନ୍ଦ୍ରଙ୍କ ଉପରକୁ ଏସିଡ୍ ଫିଙ୍ଗିଥିଲେ। ଏସିଡ୍ ମାଡ଼ରେ ରବୀନ୍ଦ୍ର ଓ ତାଙ୍କ ମାଆ ଗୁରୁତର ହୋଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

ମାଆ, ପୁଅଙ୍କୁ ଏସିଡ୍ ମାଡ଼
ପୂର୍ବ ଶତ୍ରୁତାରୁ ମାଆପୁଅଙ୍କୁ ଏସିଡ୍ ମାଡ଼
ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ବାଛରl ଗାଁର ଘଟଣା
ଗୁରୁତର ମାଆପୁଅ କଟକ ସ୍ଥାନାନ୍ତର
ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଗଣ୍ଡଗୋଳରୁ ଏସିଡ୍ ମାଡ଼
ଘଟଣାର ତଦନ୍ତ କରୁଛି ପୋଲିସ

Advertisment
Acid Attack
Advertisment