Advertisment

Chasing Glory: ୱାର୍ଲ୍ଡ ରେକର୍ଡ କରିବେ ଓଡିଆ ପୁଅ ସୁମିତ ସିଂହ, ଚାଲିଲେ ୪୮ ଘଣ୍ଟା

ୱାର୍ଲ୍ଡ ରେକର୍ଡ କରିବେ ଓଡିଆ ପୁଅ ସୁମିତ ସିଂହ। ଲଗାତର ୪୮ ଘଣ୍ଟା ଟ୍ରେଡ ମିଲରେ ଚାଲି କରିବାକୁ ଯାଉଛନ୍ତି ବିଶ୍ୱ ରେକର୍ଡ। ରାଉରକେଲାରେ ସେ ତାଙ୍କ ପ୍ରଦର୍ଶନର ରେକର୍ଡିଂ କରାଇଛନ୍ତି ।

author-image
Tapan Swain
Sumit-Singh

Sumit-Singh Photograph: (OTV)

ୱାର୍ଲ୍ଡ ରେକର୍ଡ କରିବେ ଓଡିଆ ପୁଅ ସୁମିତ ସିଂହ। ଲଗାତର ୪୮ ଘଣ୍ଟା ଟ୍ରେଡ ମିଲରେ ଚାଲି କରିବାକୁ ଯାଉଛନ୍ତି ବିଶ୍ୱ ରେକର୍ଡ। ରାଉରକେଲା ସିଭିକ ସେଣ୍ଟର୍ ଠାରେ ସେ ଏହି ରେକର୍ଡ କରିବାକୁ ଯାଉଛନ୍ତି । ଏହି ଯୁବକଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା।

Advertisment

ତେବେ ସୁମିତ ଏହି ଜାଗାରେ ପହଞ୍ଚିବା ପାଇଁ କଠୋର ପରିଶ୍ରମ କରିଛନ୍ତି ଆଉ ସମସ୍ତଙ୍କ ଅବିଶ୍ୱାସକୁ ବିଶ୍ୱାସରେ ପରିଣତ କରିଦେଇଛନ୍ତି। ରାଉରକେଲାର ଏହି ଯୁବ ପ୍ରତିଭାବାନ କ୍ରୀଡ଼ାବିତ୍‌ ଏବେ ନିଜକୁ ଜଣେ ‘ଅଲ୍‌ଟ୍ରା ରନର୍‌’ ଭାବେ ପ୍ରତିଷ୍ଠିତ କରିପାରିଛନ୍ତି। ଏ କ୍ଷେତ୍ରରେ ସୁମିତଙ୍କ ପରିବାର ତାଙ୍କୁ ପୂର୍ଣ୍ଣ ସମର୍ଥନ କରିଥିବା ସେ କହିଛନ୍ତି।

ଏତେ ସମୟର ରନିଂ, ତାହା ପୁଣି ଟ୍ରେଡ୍ ମିଲ୍ ଉପରେ। ସାଧାରଣତଃ ଦେଖାଯାଏ ଯେ, ଟ୍ରେଡ୍ ମିଲ୍ ଉପରେ ଏକକାଳୀନ ପାଖାପାଖି ୧୫ ମିନିଟ୍ ଚାଲିଲେ ଦେହ କ’ଣ ହୋଇଯାଏ। ତେବେ ଲଗାତର ୪୮ ଘଣ୍ଟା ଚାଲିବା ନିଶ୍ଚିତ ଏକ ଗୌରବର କଥା। ତେବେ ଏହାରି ଭିତରେ ତାଙ୍କର ଡାଏଟ୍ କିପରି ଓ କ’ଣ ଥିଲା ତାଙ୍କ ପତ୍ନୀ ଆଉ ଡାକ୍ତର କହିଛନ୍ତି।

Advertisment

ସୁମିତ୍ ୧୩ ଡିସେମ୍ବରରୁ ୧୫ ଡିସେମ୍ବର ପର୍ଯ୍ୟନ୍ତ ଚାଲିଛନ୍ତି। ତାଙ୍କର ୪୮ ଘଣ୍ଟା ଚାଲିବାର ଭିଡିଓ ମଧ୍ୟ ରେକର୍ଡିଂ ହୋଇଛି । ଏହାକୁ ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡସକୁ ପଠାଯିବ। ତାଙ୍କର ଏହି ସଫଳତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଉତ୍ସାହ ଦେଖାଦେଇଛି।

୪୮ ଘଣ୍ଟାର ଭିଡିଓ ରେକର୍ଡିଂ

ମାନୁଆଲ ଟ୍ରେଡ଼ମିଲ୍ରେ ଚାଲି ରାଉରକେଲାର ଯୁବକ କରିଛନ୍ତି ବିଶ୍ୱ ରେକର୍ଡ଼ l ଟ୍ରେଡ଼ମିଲ୍ରେ ଯେଉଁଠି ୪୫ ମିନିଟ୍ ଚାଲିବା କଷ୍ଟକର ସେଇଠି ୪୮ ଘଣ୍ଟା ଧରି ଚାଲିବା ସମସ୍ତଙ୍କୁ ଚକିତ କରିଛି l ରାଉରକେଲା ଷ୍ଟିଲ ପ୍ଳାଣ୍ଟର କିଛି କର୍ମଚାରୀ ମଧ୍ୟ ସମ୍ପୂର୍ଣ୍ଣ ଭାବେ ୪୮ ଘଣ୍ଟା ଚାଲିବାର ରେକର୍ଡ଼କୁ ମନିଟରିଂ କରୁଥିଲେ l

ସୁମିତଙ୍କ ୪୮ ଘଣ୍ଟା ଚାଲିବାର ଭିଡିଓ ରେକର୍ଡିଂ ମଧ୍ୟ ହୋଇଥିଲା । ଏହି ଭିଡିଓ ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡସକୁ ପଠାଯିବ l ୪୮ ଘଣ୍ଟା ଚାଲିବା ସମୟରେ ପ୍ରତି ଘଣ୍ଟାରେ ପାଞ୍ଚ ମିନିଟର ବ୍ରେକ୍ ମଧ୍ୟ ମିଳୁଥିଲା l ଘଣ୍ଟାଏ ଚାଲିଲେ ପାଞ୍ଚ ମିନିଟର ବ୍ରେକ୍ l  ରାଉରକେଲାର ବହୁ ଲୋକ ଏହାର ସାକ୍ଷୀ ହୋଇଥିଲେ l ସମସ୍ତଙ୍କ ପାଇଁ ଏହା କିଛି ନୂଆ ଥିଲା l

Rourkela World Record
Advertisment