/odishatv-khabar/media/media_files/2025/12/22/ms-dhoni-2025-12-22-15-45-53.jpg)
MS-Dhoni Photograph: (OTV)
ଧୋନୀଙ୍କୁ ବିଦାୟ ଦେବାକୁ ପ୍ରସ୍ତୁତ CSK । ୩୨.୫୦ କୋଟି ଟଙ୍କା ଖର୍ଚ୍ଚ କଲା ଦଳ । ଆଉ ଖେଳିବେ ନାହିଁ କି କ୍ୟାପଟେନ୍ କୁଲ୍ ? IPL 2026 ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ଆଇପିଲର ସଫଳତମ ଦଳରୁ ଗୋଟିଏ ଥିବା ଚେନ୍ନାଇ ସୁପର କିଙ୍ଗସକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।
ଆଉ ସବୁ ବର୍ଷ ଭଳି ଦଳର ବରିଷ୍ଠ ତଥା ମହେନ୍ଦ୍ର ସିଂ ଧୋନୀଙ୍କ ରିଟାୟାରମେଣ୍ଟକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା। ପ୍ରତିବର୍ଷ ଭଳି ଏଥର ମଧ୍ୟ ୪୪ ବର୍ଷୀୟ ଧୋନୀଙ୍କ ଏହା ଶେଷ ଆଇପିଏଲ୍ ସିଜିନ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ପଛରେ ଖୋଦ CSKର ଭବିଷ୍ୟତ ପ୍ଲାନ ଏକ ସଙ୍କେତ ଦେଉଛି।
କାରଣ ମାହିଙ୍କ ଅବସର ପରେ ତାଙ୍କ ବ୍ୟାକଅପ୍ ଖେଳାଳିଙ୍କୁ ନିଯୁକ୍ତି ଦେବା ପାଇଁ CSK ₹32.50 କୋଟି ଟଙ୍କା ଖର୍ଚ୍ଚ କରିଛି। ଏଥର ସିଏସକେ ଦଳରେ ଜଣେ ନୁହେଁ ବରଂ ତିନି ଜଣ ୱିକେଟକିପରଙ୍କୁ ସାମିଲ କରିଛି। ଏଥିରେ ସଞ୍ଜୁ ସାମସନ, କାର୍ତ୍ତିକ ଶର୍ମା ଏବଂ ଏବଂ ଉର୍ଭିଲ ପଟେଲ ଅନ୍ତର୍ଭୁକ୍ତ। ଆଇପିଏଲ ମିନି-ନିଲାମରେ କାର୍ତ୍ତିକଙ୍କୁ ₹14.20 କୋଟି ଏବଂ ଉର୍ଭିଲଙ୍କୁ ₹30 ଲକ୍ଷ ମୂଲ୍ୟରେ ଅଧିଗ୍ରହଣ କରିଛି CSK। ଆଉ ଏହି ତିନି ଜଣ ୱିକେଟକିପର-ବ୍ୟାଟସମ୍ୟାନ୍ ଭବିଷ୍ୟତରେ ସିଏସକେ ପାଇଁ ଧୋନିଙ୍କ ସ୍ଥାନ ନେବେ।
ସଞ୍ଜୁ ସାମସନ ସାମିଲ୍
ଆଇପିଏଲ ନିଲାମ ପୂର୍ବରୁ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନଙ୍କୁ ରବୀନ୍ଦ୍ର ଜାଡେଜା ଏବଂ ସାମ କରନଙ୍କ ବଦଳରେ ଏକ ରିଟେନସନ୍ ଡିଲ୍ କରିଥିଲା ଚେନ୍ନାଇ। ସଞ୍ଜୁଙ୍କ ଆଗମନ ସ୍ପଷ୍ଟ କରିଥିଲା ସେ ଧୋନିଙ୍କ ସ୍ଥାନ ନେବେ। ସେହିପରି ଅନକ୍ୟାପ୍ଡ ଖେଳାଳି କାର୍ତ୍ତିକ ଶର୍ମାଙ୍କୁ ସଞ୍ଜୁଙ୍କ ବ୍ୟାକଅପ୍ ଭାବରେ ପ୍ରସ୍ତୁତ କରିବ ଦଳ। ଯୁବ ଉର୍ଭିଲ ପଟେଲ ମଧ୍ୟ ସିଏସକେ ପାଇଁ ଏକ ଟ୍ରମ୍ପ କାର୍ଡ ପ୍ରମାଣିତ ହୋଇପାରନ୍ତି।
CSKକୁ ପାଞ୍ଚଥର IPL ଜିତାଇବାରେ କ୍ୟାପେଟେନ୍ କୁଲ MSDଙ୍କ ବଡ଼ ଭୂମିକା ରହିଛି। ଗତ ସିଜିନରେ ଏକ ଅନକ୍ୟାପ୍ଡ ଖେଳାଳି ଭାବରେ CSK ପାଇଁ ଖେଳିଥିଲେ। ଯଦିଓ ସିଏସକେ ଧୋନିଙ୍କ ଅବସର ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରିନାହିଁ। ଏଥର ମଧ୍ୟ ଧୋନି 2026 ଆଇପିଏଲ ଖେଳିବେ। ହେଲେ ଅନେକଙ୍କ ମତ ଏହା ତାଙ୍କ ଶେଷ ଆଇପିଏଲ ସିଜିନ ହୋଇପାରେ।
Special Wedding Scheme: ଝିଅ ବାହାଘରରେ ମିଳିବ ଗିଫ୍ଟ, ଆକାଉଣ୍ଟକୁ ଆସିବ ଗହଣା ଟଙ୍କା

Pandian storm in the BJD: ଖୁଲମଖୁଲା ପାଣ୍ଡିଆନଙ୍କ ନାଁ ନେଇ ଧୋଇଲେ ସମ୍ବିତ, କହିଲେ...

Pregnant Woman Beaten To Death: ସହି ପାରିଲାନି ଗର୍ଭବତୀ ଝିଅର ସୁଖ; ପିଟିପିଟି ହତ୍ୟା କଲା ବାପା

Chit Fund Refund: ଚିଟଫଣ୍ଡ ଟଙ୍କା ପାଇବେ ଜମାକାରୀ, ଜାଣନ୍ତୁ ଟଙ୍କା ଫେରସ୍ତ ପାଇଁ କ'ଣ କରିବେ

Air India Flight Suffers Engine Scare: ମଝି ଆକାଶରେ ବିମାନ ଇଞ୍ଜିନ ଫେଲ୍, ଦିଲ୍ଲୀରୁ ଉଡାଣ ଭରିଥିଲା AI-887

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)