Advertisment

India squad announced for T20 World Cup: T20 ବିଶ୍ବକପ୍ ପାଇଁ ଟିମ ଇଣ୍ଡିଆ ଘୋଷଣା

T-20 ବିଶ୍ବକପ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ୧୫ ଜଣିଆ ସ୍କ୍ବାର୍ଡରୁ ବାଦ୍ ପଡ଼ିଛନ୍ତି ODI ଓ ଟେଷ୍ଟ ଅଧିନାୟକ ଶୁବମନ ଗିଲ୍। ଈଷାନ କିଶନ ଓ ରିଙ୍କୁ ସିଂଙ୍କୁ ସାମିଲ କରାଯାଇଛି।

author-image
Chinmayee Sahoo
T20 Worldcup

T20 Worldcup Photograph: (OTV)

ଆସନ୍ତା ଫେବୃଆରୀ ୭ରୁ ଆରମ୍ଭ ହେବ ଟି-ଟ୍ବେଣ୍ଟି ବିଶ୍ବକପ୍‌। ଆଇସିସି ପୁରୁଷ T20 ବିଶ୍ବକପ୍‌ ୨୦୨୬ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଟିମ୍ ବିଶ୍ବକପ୍ ମୁକାବିଲା ଲଢ଼ିବ। ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ନୂଆ ଉପଅଧିନାୟକ ଦାୟିତ୍ବ ମିଳିଛି।

Advertisment

ଦଳରୁ ଶୁବମନ ଗିଲ୍‌ ବାଦ୍‌ ପଡିଥିବା ବେଳେ ସାମିଲ ହୋଇଛନ୍ତି ଇଶାନ କିଷନ। ତାଙ୍କ ସ୍ଥାନରେ ଈଷାନ କିଶନ ଓ ରିଙ୍କୁ ସିଂଙ୍କୁ ସାମିଲ କରାଯାଇଛି।

T20 ବିଶ୍ବକପ୍‌ ଭାରତ ସ୍କ୍ବାର୍ଡ: ସୂର୍ଯ୍ୟ କୁମାର ଯାଦବ (ଅଧିନାୟକ), ଅକ୍ଷର ପଟେଲ (ଉପଅଧିନାୟକ), ସଞ୍ଜୁ ସାମସନ (ୱିକେଟ କିପର), ଈଶାନ କିଶନ (ୱିକେଟ କିପର), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ, ଯଶପ୍ରୀତ ବୁମରା, ହର୍ଷିତ ରାଣା, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ ସୁନ୍ଦର।
•    T20 ବିଶ୍ବକପ୍ ପାଇଁ ଟିମ ଇଣ୍ଡିଆ ଘୋଷଣା 
•    T20 ବିଶ୍ବକପ୍ ପାଇଁ ‘ଟିମ୍ ଇଣ୍ଡିଆ’ 
•    ସୂର୍ଯ୍ୟକୁମାର ଯାଦବ କ୍ୟାପଟେନ୍ 
•    ଉପଅଧିନାୟକ-ଅକ୍ଷର ପଟେଲ୍ 
•    T20 ବିଶ୍ବକପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ 
•    ବାଦ୍ ପଡ଼ିଲେ ଶୁଭମନ୍ ଗିଲ୍

Advertisment
BCCI ICC T20 World Cup
Advertisment
Related Articles
Advertisment