/odishatv-khabar/media/media_files/2025/12/21/shubman-gill-2025-12-21-14-49-07.jpg)
Shubman Gill Photograph: (OTV)
୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛନ୍ତି ବିସିସିଆଇ ସଚିବ ଦେବଜିତ ସାଇକିଆ। ତେବେ ଆଶ୍ଚର୍ଯ୍ୟଜନକ ଭାବେ ଦଳରୁ ଉପ-ଅଧିନାୟକ ଶୁଭମନ ଗିଲଙ୍କୁ ବାଦ ଦିଆଯାଇଛି। ତାଙ୍କ ସ୍ଥାନରେ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ ନିଯୁକ୍ତ କରାଯାଇଛି। ସେହିପରି ସଞ୍ଜୁ ସାମସନ ୱିକେଟକିପର-ବ୍ୟାଟ୍ସମ୍ୟାନ୍ ଅଛନ୍ତି। ଆଉ ଦ୍ୱିତୀୟ ୱିକେଟ ଭାବେ ଖେଳିବାକୁ ଯାଉଛନ୍ତି ଇଶାନ କିଶନ।
ତେବେ ଗିଲଙ୍କୁ ଦଳରୁ ବାଦ ଦେବା ପରେ ଏହା ପଛର କାରଣକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଏହି ବର୍ଷ ଶୁଭମନ ଗିଲ୍ ଙ୍କ ଟି-୨୦ ଫର୍ମ ଖରାପ ରହିଛି। ସେ ଏବେ ରନ ସ୍କୋର କରିବାରେ ସଂଘର୍ଷ କରୁଛନ୍ତି ଏବଂ ସେଥିପାଇଁ ତାଙ୍କୁ ଚୟନ କରାଯାଇ ନଥିବା କୁହାଯାଉଛି। ତେବେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏନେଇ ମୁହଁ ଖୋଲିଛନ୍ତି। ଗିଲଙ୍କୁ ବାଦ ଦେବା ପଛରେ ଖରାପ ଫର୍ମ କାରଣ ନୁହଁ ବୋଲି କହିଛନ୍ତି। ତାଙ୍କ ଦକ୍ଷତା ବିଷୟରେ କୌଣସି ସନ୍ଦେହ ନାହିଁ; ସେ ଜଣେ ମହାନ ଖେଳାଳି ବୋଲି କହିଛନ୍ତି। ଦଳରେ ଶୀର୍ଷ କ୍ରମରେ ଜଣେ ୱିକେଟକିପର ଦରକାର ଥିଲା। ସେଥିପାଇଁ ଗିଲଙ୍କ ସ୍ଥାନରେ ସାମସନ ଓ ୨ୟ ଓ୍ବିକେଟ କିପର ଭାବେ ଇଶାନ କିଶନଙ୍କୁ ଚୟନ କରାଯାଇଛି।
ସୟଦ ମୁସ୍ତାକ ଅଲି ଟ୍ରଫିରେ ବ୍ୟାଟସମ୍ୟାନ୍ ଭାବରେ ଇଶାନଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଥିଲା। ସେ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ସ୍କୋରର ଥିଲେ। ତେଣୁ କିଶାନଙ୍କୁ ବହୁତ ଦିନ ପରେ ଟିମ୍ ଇଣ୍ଡିଆକୁ ଫେରାଇଛନ୍ତି ସିଲେକ୍ଟର। ସେହିପରି ପୂର୍ବରୁ, ଗିଲ ତାଙ୍କର ଟେଷ୍ଟ କ୍ରିକେଟ ଦାୟିତ୍ୱ ଯୋଗୁଁ ଟି-୨୦ ଖେଳୁ ନଥିଲେ, ଏବଂ ଅକ୍ଷର ପଟେଲ ଉପ-ଅଧିନାୟକ ଭାବରେ କାର୍ଯ୍ୟ କରୁଥିଲେ। ତେଣୁ ପୁଣିଥରେ ଅକ୍ଷରଙ୍କ ଉପରେ ଭରସା କରିଛି ଦଳ। ଆଉ ସଭିଙ୍କ ଆଶା ୨୦୨୬ରେ ଟ୍ରଫି ଉଠାଇବେ ସୂର୍ଯ୍ୟକୁମାର ଆଣ୍ଡ କୋ ।
Saudi Arabia Deports Pakistanis: ୨୪ ହଜାର ପାକିସ୍ତାନୀଙ୍କୁ ତଣ୍ଟିଆ ମାରି ବିଦା କଲା ସାଉଦି, ବିଶ୍ବର ଚିନ୍ତା ବଢ଼ାଉଛନ୍ତି ପାକ୍ ଭିକାରୀ

Human Sagar Death Case: ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲା: ଥାନାରେ ଏତଲା ଦେଲେ ହ୍ୟୁମାନଙ୍କ ମାଆ, ତଦନ୍ତ ଦାବି କଲେ

Train Ticket Price Increased: ବଢ଼ିଲା ଟ୍ରେନ୍ ଭଡ଼ା, ୬୦୦ କୋଟି ଟଙ୍କାର ଆୟ କରିବ ରେଲୱେ

Gaganyaan Boost: ଆଉପାଦେ ଆଗେଇଲା ମିଶନ୍ ଗଗନଯାନ ଅଭିଯାନ, ଡ୍ରୋଗ୍ ପାରାଚ୍ୟୁଟ୍ ପରୀକ୍ଷଣ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)