/odishatv-khabar/media/media_files/2025/12/17/ipl-2025-12-17-09-50-42.jpg)
IPL Photograph: (OTV)
IPL ୧୯ତମ ସିଜିନ୍ର ସବୁଠୁ ମହଙ୍ଗା ଖେଳାଳି ଅଷ୍ଟ୍ରେଲିଆ ଅଲରାଉଣ୍ଡର କାମେରନ୍ ଗ୍ରୀନ୍। ତାଙ୍କୁ ୨୫କୋଟି ୨୦ ଲକ୍ଷରେ କିଣିଛି କୋଲକାତା ନାଇଟ୍ ରାଇଡର୍ସ। ଗ୍ରୀନକୁ କିଣିବା ପାଇଁ ରାଜସ୍ଥାନ, ଚେନ୍ନାଇ ସହ ତ୍ରିମୁଖୀ ଲଢ଼େଇରେ ବାଜି ଜିତିଲା କୋଲକାତା। ସେ ଆଇପିଏଲ ଇତିହାସରେ ତୃତୀୟ ସବୁଠାରୁ ମହଙ୍ଗା ଓ ସବୁଠାରୁ ମହଙ୍ଗା ବିଦେଶୀ ଆଇପିଏଲ ଖେଳାଳି ହୋଇଛନ୍ତି।
ସିଂହଳୀ ବୋଲର ମଥିଶା ପଥିରାନାଙ୍କୁ କେକେଆର ୧୮ କୋଟି ଟଙ୍କାରେ, ଭାରତୀୟ ବୋଲର ରବି ବିଷ୍ଣୋଇଙ୍କୁ ୭.୨ କୋଟି ଟଙ୍କାରେ କିଣିଛି ରାଜସ୍ଥାନ ରୟାଲ୍ସ। ନିଲାମରେ ସମସ୍ତଙ୍କୁ ଚମକାଇ ଦେଇଛନ୍ତି ଉତ୍ତରପ୍ରଦେଶର ୨୦ ବର୍ଷୀୟ ପ୍ରଶାନ୍ତ ବୀର ଓ ରାଜସ୍ଥାନର ୧୯ ବର୍ଷୀୟ ୱିକେଟ କିପର ବ୍ୟାଟର କାର୍ତ୍ତିକ ଶର୍ମା। ଦୁହେଁ ରାତାରାତି କୋଟିପତି ହୋଇଛନ୍ତି।
ପ୍ରଶାନ୍ତଙ୍କ ବେସ୍ ପ୍ରାଇସ ୩୦ ଲକ୍ଷ ଟଙ୍କା ଥିବା ବେଳେ ତାଙ୍କୁ ୧୪ କୋଟି ୨୦ ଲକ୍ଷରେ କିଣିଛି ଚେନ୍ନାଇ ସୁପରକିଙ୍ଗସ୍। ସେହିପରି କାର୍ତ୍ତିକ ଶର୍ମାଙ୍କୁ ବି ଚେନ୍ନାଇ କିଙ୍ଗସ ସମାନ ୧୪ କୋଟି ୨୦ ଲକ୍ଷରେ କିଣିଛି। ଅଭିଜ୍ଞ କ୍ବିଣ୍ଟନ ଡି’କକ୍ ଙ୍କୁ ମାତ୍ର ୧ କୋଟିରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ। ଆବୁଧାବିରେ IPL ନିଲାମରେ ୩୬୦ରୁ ଅଧିକ ଖେଳାଳିଙ୍କ ଉପରେ ବିଡ୍ ଲାଗିଛି। ଆସନ୍ତା ମାର୍ଚ୍ଚ ୨୦୨୬ରୁ ଚାଲିବ ଫଟାଫଟ୍ କ୍ରିକେଟ ସମର
• ଗ୍ରୀନ୍ ଦାମୀ, ଚମକାଇଲେ ଦେଶୀ ବୟ
• ସବୁଠୁ ଦାମୀ ଅଷ୍ଟ୍ରେଲୀୟ ଅଲରାଣ୍ଡର କାମେରନ୍ ଗ୍ରୀନ୍
• ଗ୍ରୀନଙ୍କୁ ୨୫ କୋଟି ୨୦ ଲକ୍ଷରେ କିଣିଲା କୋଲକାତା
• ଶ୍ରୀଲଙ୍କା ଦ୍ରୁତ ବୋଲର ପଥିରାଣା ୧୮ କୋଟିରେ ବିକ୍ରି
• ପଥିରାଣାଙ୍କୁ ବି କିଣିଲା କୋଲକାତା ନାଇଟ୍ ରାଇଡର୍ସ
• ଚମକାଇଲେ ଉତ୍ତରପ୍ରଦେଶର ୨୦ ବର୍ଷୀୟ ପ୍ରଶାନ୍ତ ବୀର
• ରାଜସ୍ଥାନର ୧୯ ବର୍ଷୀୟ କାର୍ତ୍ତିକ ଶର୍ମା ପାଲଟିଲେ କୋଟିପତି
• ପ୍ରଶାନ୍ତ ଓ କାର୍ତ୍ତିକଙ୍କୁ ୧୪ କୋଟି ୨୦ ଲକ୍ଷରେ କିଣିଲା ଚେନ୍ନାଇ
• ପ୍ରଶାନ୍ତ ଓ କାର୍ତ୍ତିକଙ୍କ ବେସ୍ ପ୍ରାଇସ୍ ଥିଲା ୩୦ ଲକ୍ଷ ଟଙ୍କା
• ଜମ୍ମୁ-କାଶ୍ମୀରର ନବାଗତ ଆକ୍ବିବ ଦର୍ ଙ୍କୁ ୮.୪ କୋଟିରେ କିଣିଲା DC
• ରବି ବିଷ୍ଣୋଇଙ୍କୁ ୭ କୋଟି ୨୦ ଲକ୍ଷରେ କିଣିଲା ରାଜସ୍ଥାନ
• ଭେଙ୍କଟେଶ ଆୟରଙ୍କୁ ୭ କୋଟିରେ କିଣିଲା RCB
• ଅଭିଜ୍ଞ କ୍ବିଣ୍ଟନ ଡି’କକ୍ ଙ୍କୁ ମାତ୍ର ୧ କୋଟିରେ କିଣିଲା MI
• IPL-2026 ଖେଳାଳି ନିଲାମରେ ଉଡୁଛି ଟଙ୍କା
• ରାତାରାତି କୋଟିପତି ହେଲେ କ୍ରିକେଟର
• ସବୁଠୁ ଦାମୀ ଅଷ୍ଟ୍ରେଲୀୟ ଅଲରାଉଣ୍ଡର କାମେରନ୍ ଗ୍ରୀନ
• କାମେରନଙ୍କୁ ୨୫ କୋଟି ୨୦ ଲକ୍ଷରେ କିଣିଲା କୋଲକାତା
• ୧୮ କୋଟିରେ ଶ୍ରୀଲଙ୍କା ବୋଲର ପଥିରାଣା ବିକ୍ରି
• ଚମକାଇଲେ ଉତ୍ତରପ୍ରଦେଶର ୨୦ ବର୍ଷୀୟ ପ୍ରଶାନ୍ତ ବୀର
• କୋଟିପତି ପାଲଟିଲେ ରାଜସ୍ଥାନର ୧୯ ବର୍ଷୀୟ କାର୍ତ୍ତିକ ଶର୍ମା
• ଆସନ୍ତା ମାର୍ଚ୍ଚରୁ ଫଟାଫଟ୍ କ୍ରିକେଟ ମହାସମର
4th T20 Today in Lucknow: ଲକ୍ଷ୍ନୌରେ ଚତୁର୍ଥ T-20; ଟାର୍ଗେଟ୍ ଆଗୁଆ ସିରିଜ୍ କବଜା

The Great Honour Nishan of Ethiopia: ପ୍ରଧାନମନ୍ତ୍ରୀ ମୋଦିଙ୍କୁ 'ଦ ଗ୍ରେଟ୍ ଅନର୍ ନିଶାନ୍' ସମ୍ମାନ, ଭାରତୀୟଙ୍କୁ ଉତ୍ସର୍ଗ କଲେ

Daily Horoscope 17th December 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 17th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)