ବର୍ତ୍ତମାନର ଯୁଗ ବିଜ୍ଞାନ ଓ ପ୍ରଯୁକ୍ତିର ଯୁଗ । ହାତ ପାହାନ୍ତାରେ ମିଳିଯାଉଛି ସବୁକିଛି । ବଦଳୁଥିବା ଦୁନିଆ ସହ ତାଳ ଦେଇ ବଦଳୁଛି ମଣିଷ । ଅନେକ ସମୟରେ ଇଣ୍ଟରନେଟର ଖରାପ ବ୍ୟବହାର ଅଡ଼ୁଆରେ ପକାଉଛି ।
ଲଞ୍ଚ ହେଉ ହେଉ ଘଟିଲା ବିସ୍ଫୋରଣ । ଅଧା ଆକାଶରେ ଫାଟିଗଲା ରକେଟ । ଉତକ୍ଷେପଣ ପରେ ମାତ୍ର ୧୦ ସେକେଣ୍ତ ଭିତରେ ଫାଟିଲା ରକେଟ । ଏପରି ଘଟଣା ଘଟିଛି ଜାପାନରେ । ଏକ ପ୍ରାଇଭେଟ କମ୍ପାନୀ ତରଫରୁ ରକେଟ ଉତକ୍ଷେପଣ କରାଯାଉଥିଲା ।
ଗତ ସୋମବାର ଭାରତ ଅନେକ ଯୁଦ୍ଧାସ୍ତ୍ରଯୁକ୍ତ ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ କରିସାରିଛି । ଏଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ 'ମିଶନ ଦିବ୍ୟାସ୍ତ୍ର' ବୋଲି ମଧ୍ୟ ଘୋଷଣା କରି ସାରିଛନ୍ତି । ଅଗ୍ନି କ୍ଷେପଣାସ୍ତ୍ର ଉପରେ କାର୍ଯ୍ୟ କରୁଥିବା ମହିଳା ବୈଜ୍ଞାନିକ ପ୍ରୋଜେକ୍ଟର ନେତୃତ୍ୱ ନେଇଥିଲେ ।
ଚାଟ୍ ଜିପିଟି ଆଜିକାଲି ଅନେକ କାର୍ଯ୍ୟ କରୁଛି । ମଣିଷର ବୁଦ୍ଧିମତ୍ତାରୁ ବହୁ ଆଗରେ ଚାଟ୍ ଜିପିଟିର ବୁଦ୍ଧି କାର୍ଯ୍ୟ କରୁଛି । ଇମେଜ୍ ମେକିଂଠାରୁ ଆରମ୍ଭ କରି ଏହା ଇମେଜରୁ ଭିଡିଓ ମଧ୍ୟ ତିଆରି କରିପାରୁଛି ।
ଚନ୍ଦ୍ରଯାନ-୪ରେ ଯିବ ୨ଟି ରକେଟ୍ । ଗୋଟିଏ ମିଶନ ପାଇଁ ୨ଟି ପର୍ଯ୍ୟାୟରେ ପଠାଯିବ ୨ଟି ଭିନ୍ନ ଭିନ୍ନ ରକେଟ୍ ।
ମେସିନ କୁକୁର! ବର୍ତ୍ତମାନ ଚୀନ ମିଲିଟାରୀରେ ସାମିଲ ହେବାକୁ ଯାଉଛି ଏହି କୁକୁର । ଏହାକୁ ନେଇ ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ଦେଖିବାକୁ ଅବିକଳ କୁକୁର ପରି । କେବଳ ଫରକ ଏତିକି, ଏହା ଜୀବନ୍ତ ନୁହେଁ.. କେବଳ ମେସିନ ।
କର୍କଟ ଗବେଷଣା ଓ ଚିକିତ୍ସା କ୍ଷେତ୍ରରେ ନୂଆ ସଫଳତା । ମାରାତ୍ମକ କ୍ୟାନସରକୁ ମାତ୍ ଦେବ ମାତ୍ର ୧୦୦ ଟଙ୍କିଆ ଟାବଲେଟ୍ । ଶରୀରରେ କ୍ୟାନସର ସେଲ୍ ବ୍ୟାପିବାରୁ ରୋକିବ ।
ଟାଟାର ଦାବି ଅନୁସାରେ କ୍ୟାନ୍ସର ନଷ୍ଟ କରିବାକୁ ପ୍ରସ୍ତୁତ ହୋଇଛି ଏକ ଟାବ୍ଲେଟ୍ । ଯାହା ଖୁବ୍ଶୀଘ୍ର ବଜାରକୁ ଆସିବ । ସବୁଠାରୁ ବଡ଼ କଥା ହେଉଛି ଏହା ଶସ୍ତାରେ ବଜାରରେ ଉପଲବ୍ଧ ହେବ ।
ଏହି ଆବିଷ୍କାର ବିଶ୍ୱରେ ପ୍ରଥମ ବୋଲି ବୈଜ୍ଞାନିକ ନନ୍ଦକୁମାର କାମାଟ କହିଛନ୍ତି। ବର୍ତ୍ତମାନ ନାନୋ ପାର୍ଟିକିଲ୍ ବ୍ୟବସାୟ ପାଇଁ ୪୫୦ମିଲିୟନ ଡଲାର ଖର୍ଚ୍ଚ ହେଉଛି। ଏହାକୁ ବିଦେଶରୁ ଆମଦାନୀ କରୁଛି ଭାରତ ।
କିପରି ମହାଶୂନ୍ୟରେ, ଜିରୋ ଗ୍ରାଭିଟିରେ ରହିବା ପାଇଁ ପ୍ରଶିକ୍ଷଣ ନେଉଛନ୍ତି ଏହି ୪ ସମ୍ଭାବ୍ୟ ମହାକାଶଚାରୀ।
କିପରି ମହାଶୂନ୍ୟରେ, ଜିରୋ ଗ୍ରାଭିଟିରେ ରହିବା ପାଇଁ ପ୍ରଶିକ୍ଷଣ ନେଉଛନ୍ତି ଏହି ୪ ସମ୍ଭାବ୍ୟ ମହାକାଶଚାରୀ।
ଗଗନଯାନ ମିଶନରେ ମହାକାଶ ଯିବାକୁ ଥିବା ୪ ଜଣ ହେଲେ ଭାରତୀୟ ବାୟୁସେନାର ୪ ପାଇଲଟ୍।
୪ ମହାକାଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ । ଗଗନଯାନ ମିଶନରେ ମହାକାଶ ଯିବାକୁ ଥିବା ୪ ଜଣଙ୍କ ନାଁ ଘୋଷଣା ହୋଇଛି ।
ଗଗନଯାନ ମିଶନକୁ ନେଇ ବଡ଼ ଅପଡେଟ୍ । ଆଜି ସାମ୍ନାକୁ ଆସିପାରେ ମହାକାଶ ଯିବାକୁ ଥିବା ୪ ଭାରତୀୟଙ୍କ ନାଁ । ଗଗନଯାନ ମିଶନ ପାଇଁ ପ୍ରଶିକ୍ଷିତ ୪ ପାଇଲଟଙ୍କ ନାଁ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏହା ହେଉଛି ସବୁଠାରୁ ଶକ୍ତିଶାଳୀ ସ୍ପେକ୍ଟ୍ରାଲ୍ ଟେଲିସ୍କୋପ୍। ଏହା ଚୀନ୍ ଏବଂ ବିଶ୍ୱର ଅନ୍ୟ ବୈଜ୍ଞାନିକମାନଙ୍କୁ ମହାକାଶର ରହସ୍ୟ ଭେଦ କରିବାରେ ସାହାଯ୍ୟ କରିବ।
ସ୍ପେସ୍ ଏକ୍ସ ପ୍ରତିଷ୍ଠାତା ଏଲୋନ୍ ମସ୍କ ସୋସିଆଲ ମିଡିଆ X ରେ ଏକ ପୋଷ୍ଟର ଉତ୍ତରରେ କହିଛନ୍ତି ଯେ ସଭ୍ୟତା ଅନ୍ୟ ଗ୍ରହକୁ ଖୁବଶୀଘ୍ର ଯାତ୍ରା କରିବ। ପୃଥିବୀରୁ ମହାକାଶଯାନ ବନ୍ଦ ହେଲେ ମଧ୍ୟ ମଙ୍ଗଳ ଗ୍ରହରେ ବଞ୍ଚିବା ସମ୍ଭବ ହେବ।
ଏହି ଗ୍ରହ ପୃଥିବୀଠାରୁ ଟିକିଏ ବଡ଼ ଏବଂ ବାସ ଉପଯୋଗୀ ହୋଇପାରେ ବୋଲି ନାସା ପକ୍ଷରୁ କୁହାଯାଇଛି । ଏହି ଗ୍ରହଟି ଏହ ନକ୍ଷତ୍ର ଚାରିପଟେ ପରିକ୍ରମା କରୁଛି ଯାହାକି ସୂର୍ଯ୍ୟ ଅପେକ୍ଷା ଆକାରରେ ଛୋଟ ଓ ଅପେକ୍ଷାକୃତ ଶୀତଳ।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ପୋଷ୍ଟ କରି ଏଲନ୍ ମସ୍କ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, 'ଗତକାଲି ଜଣେ ବ୍ୟକ୍ତିଙ୍କ ମସ୍ତିଷ୍କରେ ‘ନ୍ୟୁରାଲିଙ୍କ’ ପ୍ରତ୍ୟାରୋପଣ କରାଯାଇଥିଲା ଏବଂ ଚିପ୍ ପ୍ରତ୍ୟାରୋପଣ ପରେ ସେ ଶୀଘ୍ର ସୁସ୍ଥ ହେଉଛନ୍ତି।
କଥା କୁହା ଗଛ! ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ମଣିଷଙ୍କ ପରି ଗଛ ମଧ୍ୟ କଥା କହେ । ଭାବ ଆଦାନପ୍ରଦାନ କରେ। ମଣିଷ ପରି ଗଛର ମଧ୍ୟ ଭାଷା ରହିଛି। ନିକଟରେ ଏପରି କିଛି ଗବେଷଣା କରି କହିଛନ୍ତି ଜାପାନର ଏକ ବୈଜ୍ଞାନିକ ଟିମ୍।
ବାସ୍ତବରେ ପୃଥିବୀରେ ୧୨ ଘଣ୍ଟା ଦିନ ଓ ୧୨ ଘଣ୍ଟା ରାତି ହୋଇଥାଏ। କିନ୍ତୁ ମହାକାଶରେ ଏହାର ବିପରୀତ ଅର୍ଥାତ ୪୫ ମିନିଟ୍ ଦିନ ଓ ୪୫ ମିନିଟ୍ ରାତି ହୋଇଥାଏ।
ନୂଆବର୍ଷରେ ଦେଶକୁ ନୂଆ ଉପହାର ଦେବ ଇସ୍ରୋ । ଆରମ୍ଭ ହେବ ଆଉ ଏକ ଐତିହାସିକ ଅଭିଯାନ ତଥା ୨୦୨୪ର ପ୍ରଥମ ମିଶନ । ଆଜି ସକାଳ ୯ଟା ୧୦ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟର ୧ନମ୍ବର ଲଞ୍ଚ ପ୍ୟାଡରୁ ଉତକ୍ଷେପଣ ହେବ ଭାରତର ପ୍ରଥମ ପୋଲାରିମେଟ୍ରି ମିଶନ୍ ଏକ୍ସପୋସାଟ୍ ।
ମହଙ୍ଗାଇ ମାଡ଼ରେ ବେହାଲ ସାଧାରଣ ଜନତା । ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଙ୍ଗା, ଖାଦ୍ୟ ସାମଗ୍ରୀ ମହଙ୍ଗା, ଶିକ୍ଷା ମହଙ୍ଗା । ବର୍ତ୍ତମାନ ସ୍ବାସ୍ଥ୍ୟ ସେବା ମଧ୍ୟ ମହଙ୍ଗା ।
ପାଞ୍ଚ ଦିନ ଧରି ହାଇଡ୍ରାମା । ପ୍ରଥମେ ବହିଷ୍କାର ପୁଣି ପ୍ରତ୍ୟାବର୍ତ୍ତନ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଓପନ AI କୁ ଫେରିବେ ସାମ ଅଲ୍ଟମ୍ୟାନ ।
ଘର ଭିତରେ ଲାଇଟ ୱେବ ସାହାଯ୍ୟରେ ଡାଟା ଉପଲବ୍ଧ ହେବ । ଗ୍ରାହକଙ୍କ ଉପରେ ରେଡିଏସନର ପ୍ରଭାବ ଦୂର ହେବ ।
ପ୍ରଥମ ଥର ପାଇଁ ସୌର ଝଡ଼ର ସାମ୍ନା କଲା ଆଦିତ୍ୟ L1। ୧୦ ଘଣ୍ଟା ଧରି ତୀବ୍ରତା ମାପିଲା ହିଲିୟସ ପେ-ଲୋଡ୍। ସୂର୍ଯ୍ୟ ରହସ୍ୟ ଭେଦିବାକୁ ସେପ୍ଟେମ୍ବର ୨ରେ ହୋଇଛି ଲଞ୍ଚ୍।