Astrospeak
  • Live TV
  • Read In English

ସଂକ୍ଷେପରେ ଆଜିର ତାଜା ଖବର - Monday, 14 April 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Book Launch Event in Bhubaneswar: ନୂଆବର୍ଷରେ ପାଠକାର୍ପିତ ହେଲା ୧୦ ନୂଆ ଲେଖିକାଙ୍କ ବହି

ମହାବିଷୁବ ସଂକ୍ରାନ୍ତି ଓ ନବବର୍ଷ ଉପଲକ୍ଷେ ଆୟୋଜିତ ଏହି ଉତ୍ସବକୁ ଓଡ଼ିଆ ସାହିତ୍ୟରେ ପ୍ରଥମଥର ଲାଗି ପାଦ ଦେଇଥିବା ଦଶଜଣ ନବପ୍ରତିଭାଙ୍କ ପ୍ରଥମ ପୁସ୍ତକର ପାଠକାର୍ପଣ ସହ ପଣାପାନରେ ବର୍ଷାରମ୍ଭକୁ ସ୍ୱାଗତ କରାଯାଇଥିଲା। More

Pana Sankranti and Hanuman Jayanti Celebrations: ମହାବିଷୁବ ସଂକ୍ରାନ୍ତିରେ ପୁର ପଲ୍ଲୀରେ ଭକ୍ତିର ମାହୋଲ

ଆଜି ମହାବିଷୁବ ସଂକ୍ରାନ୍ତି। ଓଡ଼ିଆ ନୂଆବର୍ଷ, ତା ସାଙ୍ଗକୁ ହନୁମାନ ଜୟନ୍ତୀ। ଘରେ ଘରେ ପବିତ୍ର ପରିବେଶ। ସବୁଠି ପଣାର ମହକ। ସେହିପରି ଆଜି ଝାମୁଯାତ୍ରା ଓ ଦଣ୍ଡଯାତ୍ରା ବି ସଂପନ୍ନ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଦଣ୍ଡପାଟୁଆମାନେ ଭକ୍ତି ଓ ନିଷ୍ଠାର ପ୍ରଦର୍ଶନ ସ୍ବରୂପ ରଡ ନିଆଁରେ ଚାଲିଛନ୍ତି। More

Odia Panjika 2025: ଆଜିଠୁ ଚଳିଲା ନୂଆ ପଞ୍ଜିକା; କେମିତି କଟିବ ଏ ବର୍ଷ ? ବଡ଼ ଭବିଷ୍ୟବାଣୀ କଲେ ଜ୍ୟୋତିର୍ବିଦ୍

ଚାଷକୁ ଏ ବର୍ଷ ବଢ଼ିଆ ପାଗ । ଭଲ ଫସଲ ହେବ, ଅମଳ ବଢ଼ିବ । ହେଲେ ତା' ସାଙ୍ଗକୁ ମହାବନ୍ୟା ବିପତ୍ତି ବି ଅଛି । ପବିତ୍ର ପଣାସଂକ୍ରାନ୍ତିରେ ଆଜିଠୁ ପ୍ରଚଳିତ ନୂଆ ପଞ୍ଜିକା କିଛି ଏପରି କହୁଛି । ପାଞ୍ଜି ଗଣନାରୁ ଜ୍ୟୋତିର୍ବିଦଙ୍କ ମତରେ ରାଜ୍ୟ ରାଜନୈତିକ ସ୍ଥିତି ବି ବେଶ୍ ରୋଚକ ରହିବ । ଖାସ୍ କରି ବିରୋଧୀଦଳରୁ ବହୁ ନେତା ଦଳବଦଳ କରିବାର ସମ୍ଭାବନା ରହିଛି । More

BJD Hijack Speculation: କିଏ କରୁଛି ବିଜେଡିକୁ ହାଇଜାକ୍ ଉଦ୍ୟମ ? ନାଁ ନନେଇ ପାଣ୍ଡିଆନ୍ ଆଣ୍ଡ କୋ’ଙ୍କୁ ଟାର୍ଗେଟ୍ କଲେ ରାଜା ସ୍ୱାଇଁ

କିଏ କରୁଛି ବିଜେଡିକୁ ହାଇଜାକ୍ ଉଦ୍ୟମ ? ନାଁ ନନେଇ ପାଣ୍ଡିଆନ୍ ଆଣ୍ଡ କୋ’ଙ୍କୁ ଟାର୍ଗେଟ୍ କଲେ ରାଜା ସ୍ବାଇଁ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ରାଜା ସ୍ବାଇଁଙ୍କ ଚିଠି । ସେପଟେ ୱକଫ୍‌ ପ୍ରସଙ୍ଗରେ ସୁଲତାଙ୍କୁ ଦେବାଶିଷଙ୍କ ପାଲଟା ନିଶାନା । ସୁପ୍ରିମୋ କହିବା ପରେ ବି ପୋଷ୍ଟ କରି ଶୃଙ୍ଖଳା ଭାଙ୍ଗୁଛନ୍ତି ଜୁନିୟର ସଭ୍ୟ । More

Healthcare Recruitment Scandal: ସ୍ବାସ୍ଥ୍ୟକର୍ମୀ ନିଯୁକ୍ତିରେ ବଡ଼ କେଳେଙ୍କାରୀ, ଗ୍ରେଡେସନ୍ ତାଲିକାରେ ରହିଛି ୫୮

୨୩ ଜଣଙ୍କୁ ନିଯୁକ୍ତି ମିଳିଥିଲା, ହେଲେ ଗ୍ରେଡେସନ୍ ତାଲିକାରେ ରହିଛି ୫୮ ଜଣଙ୍କ ନାଁ। କଟକ CDMO କାର୍ଯ୍ୟାଳୟରେ ସାମ୍ନାକୁ ଆସିଛି ଏଭଳି ବଡ଼ ଧରଣର ନିଯୁକ୍ତି କେଳେଙ୍କାରୀ। More

Panchang Today 14th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ସୋମବାର । ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି- ପ୍ରତିପଦ ଦିବା ୦୮.୨୫ ଗତେ ୨ୟା । ଘାତଚନ୍ଦ୍ର- ନାସ୍ତି । More

BJD Internal Conflict: ୮ ଦିନ ଚୁପ୍‌ ଥିଲେ, ଏବେ ନବୀନଙ୍କ ନେଇ ମୁହଁ ଖୋଲିଲେ ସୁଲତା...

ସସ୍ମିତଙ୍କୁ ସମର୍ଥନ କରି ମୁନାଙ୍କୁ ଟାର୍ଗେଟ୍‌ କଲେ । ସଭାପତିଙ୍କୁ କଥା କହି ପାଣ୍ଡିଆନ୍‌ଙ୍କୁ ଆଗ କରିଦେଲେ ସାଂସଦ ସୁଲତା । More

Hanuman Jayanti celebrated: ହନୁମାନ ଜୟନ୍ତୀ: ରାଜ୍ୟ ବ୍ୟାପୀ କଡ଼ା ସୁରକ୍ଷା ବ୍ୟବସ୍ଥା; ସୋସିଆଲ ମିଡିଆରେ ଗୁଜବ ଉପରେ ନଜର...

ହନୁମାନ ଜୟନ୍ତୀ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ। ହନୁମାନ ଜୟନ୍ତୀକୁ ମହାସମାରୋହରେ ପାଳିବାକୁ ସବୁଠି ପ୍ରସ୍ତୁତି।  ସମ୍ବଲପୁରରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ହନୁମାନ ଜୟନ୍ତୀ ପାଳିବାକୁ ପ୍ରସ୍ତୁତି ଶେଷ ହୋଇଛି। More

Chadak Festival Conclusion: ଚଡକ ଯାତ୍ରାର ଅନ୍ତିମ ଦିନ, ପୀଠରେ ହେଲା ପାଟ ପର୍ବ; ଲକ୍ଷାଧିକ ଭକ୍ତଙ୍କ ସମାଗମ...

ବେକରେ ପଇତା.. ହାତରେ ଝୁଣା ସରା... ଶରୀର ସାରା କଣ୍ଟା। ନିଷ୍ଠା ସାଧନାରେ ବ୍ରତ ଶିବ ଭକ୍ତ। କିଏ ପିଠିରେ ତ କିଏ ଗାଲରେ.. କାହା ଜିଭରେ ତ କିଏ ସାରା ଶରୀରରେ ଫୋଡିଛି କଣ୍ଟା। ୨ରୁ ୨ ହଜାର ଯାଏଁ, ଶିବପ୍ରାପ୍ତି ପାଇଁ କଣ୍ଟା ଫୋଡି ଶରୀରକୁ ଦେଇଛନ୍ତି ଅସହ୍ୟ ପୀଡା।  More

Jatra Artist Ban Controversy: ଜଲିଉଡରେ ଥମୁନି ପାର୍ଟି ଡିଆଁ ବିବାଦ, ନ୍ୟାୟ ଅପେକ୍ଷାରେ ନରି ପଣ୍ଡା

ଯାତ୍ରାରେ ଥମୁନି ପାର୍ଟିଡିଆଁ ବିବାଦ ଯାତେରା। ହାଇପେଡ୍ ଆର୍ଟିଷ୍ଟ ପୀୟୂଷ ଦୁଇ ପାର୍ଟିଠୁ ନେଇଥିବା ଟଙ୍କା ଫେରାଇ, ମାଲିକ ସଂଘ ବୈଠକର ନିଷ୍ପତ୍ତି ଅନୁଯାୟୀ ବର୍ଷେପାଇଁ ମଂଚରୁ ଓହରିଯାଇଛନ୍ତି, ହେଲେ ପାଖାପାଖି ସମାନ କାରଣ ପାଇଁ ବ୍ୟାନ୍ ହୋଇ ଏବେ ବି ନ୍ୟାୟ ଅପେକ୍ଷାରେ ହାସ୍ୟ କଳାକାର ନରି ପଣ୍ଡା। More

Cyber Crime Scam in Bhubaneswar: ଦେହରେ ଖାକିବର୍ଦ୍ଦି, ମନରେ ସୈତାନୀ ଫଣ୍ଡା; ଲୁଟିନେଲେ ୮ ଲକ୍ଷ...

ସୋସିଆଲ୍ ମିଡ଼ିଆ ବନ୍ଧୁ ବାନ୍ଧି ଆପଣ କେବେ ହରଡ଼ଘଣାରେ ପଡ଼ିଛନ୍ତି କି ? କେବେ କାହା ପାଲରେ ପଡ଼ି ହରାଇଛନ୍ତି କି ସର୍ବସ୍ବ ? ଯଦି ନା ତେବେ ସାବଧାନ୍।  More

BJP Odisha Training Camp 2023: ତିନି ଦିନିଆ ପ୍ରଶିକ୍ଷଣ ଶିବିର ଶେଷ, ଟିପ୍ସ ଦେଲେ ବିଜେପିର ଟପ୍ ଥ୍ରୀ

ଶେଷ ହୋଇଛି ବିଜେପିର ତିନି ଦିନିଆ ପ୍ରଶିକ୍ଷଣ ଶିବିର। ନୀତି, ନୈତିକତା ଏବଂ ଆଚରଣ ଉଚ୍ଚାରଣର ପାଠ ପଢିଲେ ବିଧାୟକ ଏବଂ ସାଂସଦ। ପୁରୀରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରର ଶେଷ ଦିନରେ ବହୁ ଗୁରୁତ୍ବପୂର୍ଣ୍ଣ ଟିପ୍ସ ଦେଇଛନ୍ତି ବିଜେପି ସଂଗଠନର ଟପ୍ ଥ୍ରୀ ନେତୃତ୍ୱ। More

Political Violence in Jajpur: ରାଜନୈତିକ ହିଂସାକୁ ନେଇ ସରଗରମ ଯାଜପୁର, ପୂର୍ବତନ ବିଧାୟକଙ୍କ ଗାଡ଼ି ଉପରେ ଆକ୍ରମଣ

ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ହମଲାକୁ ନେଇ ତୀବ୍ର ହୋଇଛି ଆରୋପ ପ୍ରତ୍ୟାରୋପ। ଆଜି ଆରୁହା ଗାଁକୁ ହିଙ୍ଗୁଳା ଯଜ୍ଞରେ ଯୋଗ ଦେବାକୁ ଯାଉଥିବା ବେଳେ ପ୍ରଣବଙ୍କ ଗାଡ଼ି ଉପରେ ହୋଇଛି ଆକ୍ରମଣ। More