Advertisment

Healthcare Recruitment Scandal: ସ୍ବାସ୍ଥ୍ୟକର୍ମୀ ନିଯୁକ୍ତିରେ ବଡ଼ କେଳେଙ୍କାରୀ, ଗ୍ରେଡେସନ୍ ତାଲିକାରେ ରହିଛି ୫୮

୨୩ ଜଣଙ୍କୁ ନିଯୁକ୍ତି ମିଳିଥିଲା, ହେଲେ ଗ୍ରେଡେସନ୍ ତାଲିକାରେ ରହିଛି ୫୮ ଜଣଙ୍କ ନାଁ। କଟକ CDMO କାର୍ଯ୍ୟାଳୟରେ ସାମ୍ନାକୁ ଆସିଛି ଏଭଳି ବଡ଼ ଧରଣର ନିଯୁକ୍ତି କେଳେଙ୍କାରୀ।

author-image
Saroj Kumar Jena
cdmo

cdmo

୨୩ ଜଣଙ୍କୁ ନିଯୁକ୍ତି ମିଳିଥିଲା, ହେଲେ ଗ୍ରେଡେସନ୍ ତାଲିକାରେ ରହିଛି ୫୮ ଜଣଙ୍କ ନାଁ। କଟକ CDMO କାର୍ଯ୍ୟାଳୟରେ ସାମ୍ନାକୁ ଆସିଛି ଏଭଳି ବଡ଼ ଧରଣର ନିଯୁକ୍ତି କେଳେଙ୍କାରୀ। ନିଯୁକ୍ତି ପତ୍ରରେ ନାଁ ନଥାଇ ମଧ୍ୟ ଏକାଧିକ ବ୍ୟକ୍ତିଙ୍କୁ ଗ୍ରେଡେସନ କରାଯାଇ ପଦୋନ୍ନତି ଦିଆଯିବା ପାଇଁ ପ୍ରକ୍ରିୟା କରାଯାଉଛି। ବହୁମୁଖୀ ପୁରୁଷ ସ୍ୱାସ୍ଥ୍ୟକର୍ମୀ ବା MPHW ନିଯୁକ୍ତିରେ ଦୁର୍ନୀତି ହୋଇଥିବା ପ୍ରମାଣ ଲାଗିଛି ଓଟିଭି ହାତରେ। କଟକ CDMO କାର୍ଯ୍ୟାଳୟରେ ନିଯୁକ୍ତି କେଳେଙ୍କାରୀ।ସ୍ବାସ୍ଥ୍ୟକର୍ମୀ ନିଯୁକ୍ତିରେ ବଡ଼ ଦୁର୍ନୀତି । ୨୩ ଜଣଙ୍କୁ ନିଯୁକ୍ତି, ଗ୍ରେଡେସନ୍ ତାଲିକାରେ ୫୮ ନାଁ। ନିଯୁକ୍ତ ପତ୍ରରେ ନାଁ ନାହିଁ ହେଲେ ପଦୋନ୍ନତି ପତ୍ରରେ ଏକାଧିକ ବ୍ୟକ୍ତିଙ୍କ ନାଁ। କଟକ ସିଡିଏମଓ କାର୍ଯ୍ୟାଳୟରେ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତିରେ ହୋଇଥିବା କେଳେଙ୍କାରୀର ପ୍ରମାଣ ଲାଗିଛି ଓଟିଭି ହାତରେ। ନଜର ପକାନ୍ତୁ ୫ ଅଗଷ୍ଟ ୨୦୦୫ରେ ଖବରକାଗଜରେ ପ୍ରକାଶ ପାଇଥିବା ଏହି ବିଜ୍ଞାପନ ଉପରେ। MPHW ବା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଭାବେ ୨୪ ଜଣଙ୍କ ନିଯୁକ୍ତି ପାଇଁ ବାହାରିଥିଲା ବିଜ୍ଞାପନ।

Advertisment

ଅଧିକ ପଢ଼ନ୍ତୁ: ମାଆ ହତ୍ୟାର ବଦଲା ନେଲା ପୁଅ; ବାପାକୁ କଲା ହତ୍ୟା !

୪ ମେ ୨୦୦୬। ଚିଠି ନମ୍ବର ୪୬୦୯ରେ ୨୩ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା। ପରେ ସେଥିରୁ ୨୦ ଜଣ କାର୍ଯ୍ୟରେ ଯୋଗ ଦେଇଥିଲେ। ଅବଶିଷ୍ଟ ୩ଟି ପଦବୀରେ ପୁଣି ହୋଇଥିଲା ନିଯୁକ୍ତି। ୨୦୦୬ ମେ ୩୦। ଚିଠି ନମ୍ବର ୫୮୪୯ରେ ୩ ଜଣ ନିଯୁକ୍ତି ଦିଆଗଲା। ଦୁଇ ଥରରେ ମୋଟ୍ ୨୩ ଜଣ ନିଯୁକ୍ତି ପାଇଲେ। ଏବେ ନଜର ପକାନ୍ତୁ ସେହି ଦୁଇ ଚିଠି ନମ୍ବରରେ ଗ୍ରେଡେସନ୍ ତାଲିକା ଉପରେ। ଚାକିରି ପାଇଥିଲେ ୨୩, ହେଲେ ଗ୍ରେଡେସନ୍ ତାଲିକାରେ ରହିଛି ୫୮ ନାଁ। କୁଆଡୁ ଆସିଲେ ବଳକା ୩୫ କର୍ମଚାରୀ? କେବେ ଏବଂ କେମିତି ନିଯୁକ୍ତି ପାଇଥିଲେ? ଗ୍ରେଡେସନ୍ ତାଲିକାରେ କେମିତି ଆସିଲା ସେମାନଙ୍କ ନାଁ ?
ଗ୍ରେଡେସନ୍ ପାଇଁ ଚଳିତ ବର୍ଷ ଜାନୁଆରୀ ପହିଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ CDMOଙ୍କ କାର୍ଯ୍ୟାଳୟକୁ ଚିଠି ଆସିବା ପରେ ସାମ୍ନାକୁ ଆସିଛି ଏଭଳି ଚଂଚକତା। ନିଯୁକ୍ତି ସଂକ୍ରାନ୍ତୀୟ ରେକର୍ଡ ହଜିଯାଇଥିବା ଦର୍ଶାଇ ୩୫ ଜଣ କର୍ମଚାରୀଙ୍କ ଗ୍ରେଡେସନ୍ ନିମନ୍ତେ ସିଡିଏମଓଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି। ଏନେଇ ଯଦି କାହାର କିଛି ଅଭିଯୋଗ ଥାଏ ତେବେ ୧୫ ଦିନ ମଧ୍ୟରେ ଜଣାଇବା ପାଇଁ କୁହାଯାଇଛି। ପ୍ରଶ୍ନ ଉଠୁଛି, ନିଯୁକ୍ତି ସଂକ୍ରାନ୍ତୀୟ ରେକର୍ଡ ହଜିଥିବା ସତ ନା ଚଂଚକତା ? ବିନା ବିଜ୍ଞପ୍ତିରେ କେଳେଙ୍କାରୀ କରି ନିଯୁକ୍ତି ହୋଇନି ତ ? ଦୁର୍ନୀତି ପଛରେ କାହାର ରହିଛି ହାତ ?
ଏପଟେ ବର୍ତ୍ତମାନର ସିଡିଏମଓ ଡାକ୍ତର ପ୍ରଦୀପ ରଥ କହିଛନ୍ତି, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏହି ଗ୍ରେଡେସନ ତାଲିକା ପ୍ରସ୍ତୁତ କରିଛନ୍ତି। ଏ ବାବଦରେ ତାଙ୍କୁ ଜଣାନାହିଁ। ତେବେ ତତ୍କାଳୀନ ସିଡିଏମଓଙ୍କ ସମୟରେ କିଛି ଚଞ୍ଚକତା ହୋଇଥାଇପାରେ ବୋଲି ସେ ଆଶଙ୍କା କରିଛନ୍ତି। ଯାଞ୍ଚ କରାଯାଉଛି, ନିଯୁକ୍ତି ପ୍ରକ୍ରିୟାରେ କେଳେଙ୍କାରୀ ହୋଇଥିଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସିଡିଏମଓ।
ସିଡିଏମଓ କାର୍ଯ୍ୟାଳୟରେ ନିଯୁକ୍ତି କେଳେଙ୍କାରୀ ନୂଆ ନୁହେଁ। ପୂର୍ବରୁ ସାଧାରଣ ବର୍ଗ ବ୍ୟକ୍ତି, SC-STସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଥିବା ଘଟଣା ସାମ୍ନାକୁ ଆସିଥିଲା।

ଅଧିକ ପଢ଼ନ୍ତୁ: ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ, ଉଡ଼ାଇଦେବୁ କାର୍

Cuttack CDMO
Advertisment
Advertisment