ସଂକ୍ଷେପରେ ଆଜିର ତାଜା ଖବର - Monday, 24 February 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Unique Love Story: ଦିବ୍ୟାଙ୍ଗ ପ୍ରେମିକା ମଥାରେ ସିନ୍ଦୂର ଭରି ଚର୍ଚ୍ଚାରେ ଦାଦନ ପ୍ରେମିକ

ପଞ୍ଚାନନ ଜେନା ଓ ଅନ୍ନପୂର୍ଣ୍ଣା ପାତ୍ର। ଚା’ଖଣ୍ଡେ ପେଟ ପାଇଁ ପଞ୍ଚାନନ ଗୋଆରେ ସାଜିଛନ୍ତି ଦାଦନ ଶ୍ରମିକ । ଦିବ୍ୟାଙ୍ଗ ଅବସ୍ଥାରେ ଖଣ୍ଡିଏ ହ୍ବିଲ୍ ଚେୟାରରେ ଜୀବନ ଜୀଉଁଛନ୍ତି ଅନ୍ନପୂର୍ଣ୍ଣା ପାତ୍ର । ହେଲେ ଉଭୟେ ଏବେ ବନିଛନ୍ତି ପତି-ପତ୍ନୀ । More

Road Problem At Koraput: ୫୦ ବର୍ଷ ହେଲା ଡଙ୍ଗା ଭରଷାରେ ଗ୍ରାମବାସୀ; ସରୁନି ଦଶମନ୍ତପୁରର ୧୨ ଗ୍ରାମବାସୀଙ୍କ ଦୁଃଖ ?

ପ୍ରାୟ ୩୩ କୋଟି ଟଙ୍କା ବ୍ୟୟ ଅଟକଳରେ ବ୍ରିଜର ନିର୍ମାଣ କାମ ନେଇଛି ଭଦ୍ରକର ଏକ ଘରୋଇ ସଂସ୍ଥା । ହେଲେ କାମର ମନ୍ଥର ଗତି ଏବଂ ଗ୍ରାଉଣ୍ଡର ସ୍ଥିତି କହୁଛି, ମାତ୍ର ୨୮୫ ମିଟରର ବ୍ରିଜ୍ କାମ ଆସନ୍ତା ବର୍ଷ ବି ସରିବ କି ନାହିଁ ସନ୍ଦେହ । More

Drop out Rate increasing: ଡ୍ରପ ଆଉଟ କମୁନି, ଦଶମ ପରୀକ୍ଷା ଦେଲେନି ୧୦ ହଜାର ପିଲା

ବର୍ଷସାରା ପାଠ ପଢିଲେ, ପରୀକ୍ଷା ପାଇଁ ଫର୍ମ ପୂରଣ ବି କଲେ। ହେଲେ ପରୀକ୍ଷା ବେଳକୁ ଦେଖାନାହିଁ। ଏଥର ମାଟ୍ରିକ ପରୀକ୍ଷା ଦେଉନାହାଁନ୍ତି ରାଜ୍ୟର ପ୍ରାୟ ୧୦ ହଜାର ପିଲା। ଉପକୂଳରୁ ଉପାନ୍ତ ସବୁ ଜିଲ୍ଲାରେ ଅନୁପସ୍ଥିତି। ଦାଦନ ଖଟିବାକୁ କିଏ ବାହାର ରାଜ୍ୟକୁ ଯାଇଛି ତ କିଏ ପରିବାର ପାଇଁ ମୂଲ ଲଗୁଛି। More

AI Camera: ଟ୍ବିନ୍‌ସିଟିରେ ଟ୍ରାଫିକ ଖିଲାଫକାରୀ ସହ ଅପରାଧୀଙ୍କୁ ଧରିବ ଉଚ୍ଚମାନର AI କ୍ୟାମେରା

ଅମାନିଆ ଓ ଅପରାଧୀଙ୍କୁ ସାବାଡ କରିବାକୁ କମିଶନରେଟ ପୋଲିସର ବଡ଼ ନିଷ୍ପତ୍ତି । ଟ୍ବିନସିଟିକୁ ଜଗିବ ଏଆଇ କ୍ୟାମେରା । ଭୁବନେଶ୍ବର ଓ କଟକରେ ଲାଗିବ ହାଇ ରିଜୋଲ୍ୟୁସନ ଏଆଇ କ୍ୟାମେରା । ଏହି ଉଚ୍ଚମାନର ଏଆଇ କ୍ୟାମେରା ଟ୍ରାଫିକ୍ ଖିଲାପକାରୀଙ୍କ ସହ ଅପରାଧୀଙ୍କୁ ମଧ୍ୟ ଧରିବ । More

KIIT occupying Public road: ସରକାରୀ ଜମି ପରେ ସଡକ ହଡପ କରିଛି କିଟ, ସାଧାରଣ ଲୋକଙ୍କୁ ବାଟ ଛାଡୁନି

କେବଳ ସରକାରୀ ଜମି ବା ଜଙ୍ଗଲ ଜମି ନୁହେଁ, ସରକାରୀ ରାସ୍ତାକୁ ବି ହଡପ୍ କରିଛନ୍ତି କିଟ୍ ପ୍ରତିଷ୍ଠାତା ତଥା ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ। ଇଡକୋ ରାସ୍ତାରେ ନିଜ ସଂସ୍ଥା କିଟ୍ ନାଁରେ ଗେଟ୍ ନିର୍ମାଣ କରି ଓ ସେଠାରେ ସିକ୍ୟୁରିଟି ଜଗାଇ ହାଇଜାକ୍ କରିନେଇଛନ୍ତି ସର୍ବସାଧାରଣ ରାସ୍ତା। More

KIIT Unoiversity Row: ଭିସିଙ୍କ ସହ ଭିଡିଓ କଲ, କାନ୍ଦି ପକାଇଲେ ନେପାଳୀ ଛାତ୍ରଙ୍କ ବାପା

ପ୍ରଥମେ ପିଲାଙ୍କୁ ପିଟି ବିଦା କଲେ, ଏବେ ଫେରାଇ ଆଣିବାକୁ ବିକଳ। କିଟରେ ଛାତ୍ରୀ ମୃତ୍ୟୁ ପରେ ନେପାଳ ଛାତ୍ରଛାତ୍ରୀଙ୍କୁ ଯେଉଁଭଳି ଦୁର୍ବ୍ୟବହାର କରିବା ସହ ମାଡ଼ ମରାଯାଇଥିଲା ଏବଂ ତାଙ୍କୁ ରେଲୱେ ଷ୍ଟେସନରେ ଛାଡି ଦିଆଯାଇଥିଲା,ତାକୁ ନେଇ ଅଭିଭାବକଙ୍କ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। More

୭‍‍‍‍‍‍ବର୍ଷ ହେଲା ଝୁରୁଛି

ପାଟଣାଗଡ଼ ପାର୍ସଲବୋମା ଘଟଣାକୁ ସାତବର୍ଷ ପୂରିଛି। ୨୦୧୮ ମସିହା ଠିକ୍ ଆଜିର ଦିନରେ ଘଟିଥିବା ଏହି ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। More

Today Panchang 24th Feb 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଗୃହ ଶାନ୍ତି ପୂଜା...

କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ସୋମବାର । ଚନ୍ଦ୍ର- ଧନୁ ରାତ୍ରି ୧୨.୫୪ ଗତେ ମକର। ତିଥି- ୧୧ଶୀ ଦିବା ୦୧.୪୫ ଗତେ ୧୨ଶୀ। ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ରାତ୍ରି ୧୨.୫୪ ଗତେ ସିଂହ ରାଶିର। More

Forest Fire Prevention: ଜଙ୍ଗଲ ନିଆଁରେ ରୋକ୍ ଲଗାଇବ କୋରାପୁଟ ବନ ବିଭାଗର ନୂଆ କୌଶଳ

ପ୍ରତି ମଞ୍ଚାରେ ବନରକ୍ଷୀ,ଭିଏସଏସ ଓ ନିଆଁ ଲିଭାଳୀ ଟିମ୍ ମୁତୟନ ହୋଇଛନ୍ତି । ନୂଆ କୌଶଳ ଦ୍ବାରା ଜଣେ ଲେଖାଏଁ ବନରକ୍ଷୀଙ୍କ ଅଧିନରେ ୫୦୦ ହେକ୍ଟର ପର୍ଯ୍ୟନ୍ତ ଜଙ୍ଗଲ ସୁରକ୍ଷିତ ରହିପାରିବ ବୋଲି କହିଛନ୍ତି କୋରାପୁଟ ଡିଏଫଓ । More

Bride Leaves Husband For Lover: ମାନିଲେନି ବାଧା,ବନ୍ଧନ ଚତୁର୍ଥୀରେ ପ୍ରେମିକ ପାଖକୁ ଫେରିଗଲେ ନବବଧୂ

ଦୁଇ ଆତ୍ମା ଏକ୍ ହୋଇ ସାତ ଜନ୍ମର ସାଥୀ ହେବାର ବନ୍ଧନକୁ ବିବାହ କୁହାଯାଏ । ଏଥିରେ ବ୍ୟତିକ୍ରମ ଘଟିଲେ ବିଶୃଙ୍ଖଳିତ ହୋଇଯାଏ ଦାଂପତ୍ୟ ଜୀବନ। ଏହି ସମ୍ବେଦନଶୀଳ ଦିଗ ପ୍ରତି ଆଖି ବୁଜିଦେଉଥିବା ବାପା, ମା’ ବି ବେଳେବେଳେ ନିଜ ଇଚ୍ଛାକୁ ଲଦି ଦିଅନ୍ତି ପିଲାଙ୍କ ଉପରେ । ଏଠି କିନ୍ତୁ ସାହସ ଦେଖାଇ, ନବବଧୂ ଫେରିଯାଇଛି ପ୍ରେମିକ ପାଖକୁ, ତା’ପୁଣି ଚତୁର୍ଥୀରେ। More

NIT Rourkela: ଭାରତୀୟ ନୌସେନାକୁ ସଶକ୍ତ କରିବା ପାଇଁ ଓଡ଼ିଶାରେ ଚାଲିଛି ଗବେଷଣା, ଶତ୍ରୁ ଆଖିରେ ଧୂଳି ଦେବ ଭାରତୀୟ ନୌସେନାର ବୁଡ଼ାଜାହାଜ

ରାଉରକେଲା ନିଟ୍‌ରେ ଚାଲିଥିବା ଅଭିନବ ଜ୍ଞାନକୌଶଳର ବଡ଼ ଗବେଷଣା, ନୌସେନାର ଶକ୍ତିବୃଦ୍ଧି କରି ଆତ୍ମନିର୍ଭର ଭାରତକୁ ବଳ ଦେବା ସହ ସମୁଦ୍ର ଭିତରେ ତୈଳ ସନ୍ଧାନ ଭଳି ଗବେଷଣାକୁ ବି ସହଜ କରିବ । More

Drones Soar Over Cannabis Fields: ଗଞ୍ଜେଇ ଚାଷ଼ ବିରୋଧରେ ଜିରୋ ଟଲରାନ୍ସ; ବାଜ୍ୟାପ୍ତ ହେବ ନିଶା ଚାଲାଣରେ ବ୍ୟବହୃତ ଗାଡି...

ନଷ୍ଟ ହେଉଛି ଶହ ଶହ ଏକର ଚାଷ। ନୂଆ ଟେକ୍ନୋଲୋଜି ସାହାଯ୍ୟରେ ଆରମ୍ଭ ହୋଇଛି ଗଂଜେଇ ଚାଷ ନଷ୍ଟ ଅଭିଯାନ। କେବଳ ଚାଷ ନଷ୍ଟ ହେଉନି ବରଂ ନିଶା କାରବାରରେ ସମ୍ପୃକ୍ତ ଗାଡିକୁ ବି ବାଜ୍ୟାପ୍ତ କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା।  More

Ration Card E-KYC: ଇ-କେୱାଇସି ଗୋଲକ ଧନ୍ଦାରେ ବଣ୍ଡାଘାଟିର ଅପାଠୁଆ ମଣିଷ

ରାସନ କାର୍ଡ ଚାଲୁ ରଖିବାକୁ ଇ-କେୱାଇସି ଅପଡେଟ୍ ଟେନସନ୍ ଦେଉଛି । ଗୋଟିଏ ପଟେ ଦୁର୍ବଳ ମୋବାଇଲ୍ ନେଟୱର୍କ ଧୋକା ଦେଉଛି । ଅନ୍ୟପଟେ ଅଣଦେଖା କରୁଛି ପ୍ରଶାସନ । More