ସଂକ୍ଷେପରେ ଆଜିର ତାଜା ଖବର - Saturday, 16 December 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

‘BJD ଥରେ ଭୁଲ କରିଥିଲା, ଯେଉଁ ଅବସ୍ଥା ହେଲା... ଆଉ ଦୋହରାଇବନି’

ସାଧାରଣ ନିର୍ବାଚନ ତାରିଖ ଘୋଷଣା ହୋଇନଥିବା ବେଳେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଚର୍ଚ୍ଚାର ବିଷୟ ହୋଇଛି । କାରଣ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ଶ୍ରୀମୟୀଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । More

ସୁପ୍ରିମୋ ମୁହଁ ଖୋଲିନାହାନ୍ତି, ଅଶୋକ କହିଦେଲେ; ସତରେ ପ୍ରାର୍ଥୀ ହେବେ ତ ଶ୍ରୀମୟୀ ?

ଶ୍ରୀମୟୀ ହେବେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ । ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ୫୬ ନମ୍ୱର ୱାର୍ଡ ଜନସମ୍ପର୍କ ପଦଯାତ୍ରାରେ ଖୋଲାଖୋଲି ଏହା ଘୋଷଣା କଲେ ମନ୍ତ୍ରୀ ଅଶୋକ ପଣ୍ଡା । ଖାଲି ଘୋଷଣା ନୁହେଁ ଭୋଟ୍ ଭିକ୍ଷା ବି କଲେ । More

ମୁଖ୍ୟମନ୍ତ୍ରୀଙ୍କୁ ସୁଦର୍ଶନଙ୍କ ଚିଠି; ଐତିହ୍ୟ କୀର୍ତ୍ତିରାଜି ନଭାଙ୍ଗିବାକୁ ଅପିଲ୍‌

ଶ୍ରୀକ୍ଷେତ୍ରରେ ମଠ ମନ୍ଦିରର ଐତିହ୍ୟ କୀର୍ତ୍ତିରାଜିକୁ ନଭାଙ୍ଗିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ସୁଦର୍ଶନ । ସେ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଗାମୀ ପିଢ଼ି ପାଇଁ ଇତିହାସ ହୋଇ ରହିବ । More

‘ଧୀରଜ ଥିଲେ ଗାନ୍ଧି ପରିବାର ATM’..ଅବକାରୀ ନୀତିକୁ ଦାୟୀ କରି ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ଦେଶୀ ମଦ ସାମ୍ରାଜ୍ୟ ଉପରେ ଆଇଟି ରେଡ୍ ଏବଂ କେବଳ ଓଡ଼ିଶାରୁ ୩ ଶହ ୩୦ କୋଟିରୁ ଅଧିକ ଟଙ୍କା ଜବତ ଘଟଣାର ସପ୍ତାହକ ପରେ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲି କାଲି କିଛି ଏମିତି ସଫେଇ ରଖିଥିଲେ କଂଗ୍ରେସ ସାଂସଦ ଧୀରଜ ସାହୁ । More

୫ ବର୍ଷ ହେଲା ଲୁଚିଥିଲା, ପୋଲିସ କେମିତି ଜାଣିପାରୁନଥିଲା ? ପାକିସ୍ତାନ ଲିଙ୍କ୍‌ର ଖିଅ ଖୋଜିବ କ୍ରାଇମ୍‌ବ୍ରାଞ୍ଚ..

ଓଡ଼ିଶାରେ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀକୁ ନେଇ ହଇଚଇ । ଓଡ଼ିଶା ଭିତରେ ବୁଲୁଥିଲା ଛଦ୍ମବେଶୀ ରୂପରେ । ଦେଶ ବିରୋଧୀ ତତ୍ତ୍ୱ, ଠକେଇ ସହ ବୁଣୁଥିଲା ଆତଙ୍କୀ ନେଟୱାର୍କ । ଆଜି ଯେଉଁ ଯୁବକକୁ STF ଗିରଫ କରିଛି, ଯାହା ନାଁ ସଇଦ୍ ଈଶାନ୍ ବୁଖାରୀ । More

ଧାନ ଅମଳ ସରୁ ସରୁ ଚାଷୀ ଯନ୍ତ୍ରଣା; ରାଜ୍ୟର ଅଧିକାଂଶ ସ୍ଥାନରେ ଏଯାଏଁ ଖୋଲିନି ମଣ୍ଡି

ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଲକରେ ଏବେ ଏଭଳି ଅବସ୍ଥା । ମଣ୍ଡି ଖୋଲିବାରେ ବିଳମ୍ବ, ଦିନ ଦିନ ଧରି ଖଳାରେ ପଡି ରହିବାର ଭୟ ଏବଂ ଅଭାବୀ ବିକ୍ରି ଆଶଙ୍କାରେ କମ୍ ଦାମରେ ଆନ୍ଧ୍ର ବେପାରୀଙ୍କୁ ଧାନ ଟେକି ଦେଉଛନ୍ତି ଚାଷୀ । More

ରାଉରକେଲାରେ ଡାଇରିଆ ଭୟ; ଗଲାଣି ୪ ଜୀବନ

ରାଉରକେଲା ସହରରେ ବ୍ୟାପୁଛି ଝାଡ଼ାବାନ୍ତି । ଏଥିରେ ଶତାଧିକ ଲୋକ ଅକ୍ରାନ୍ତ ହେଉଥିବା ବେଳେ ୨ ଦିନରେ ୪ ଜଣ ଆଖି ବୁଜିଲେଣି । More

ଧର୍ମେନ୍ଦ୍ରଙ୍କ ନିର୍ବାଚନ ଗଣିତ; କହିଲେ..ଲୋକସଭାରେ ୧୫ ସିଟ୍‌, ବିଧାନସଭାରେ ନଂ ୧ ହେବୁ

ଧର୍ମେନ୍ଦ୍ରଙ୍କ ଗଣିତ, ରାଜ୍ୟ ରାଜନୀତିରେ ହଟ ଚମଟ । ଦୃଢ଼ ଭାବେ କହିଛନ୍ତି, ୨୦୨୪ରେ ଓଡ଼ିଶାରେ ବିଜେପି ପାଇବ ୧୫ଟି ସାଂସଦ ସିଟ୍ । ବିଧାନସଭାରେ ବି ବିଜେପି ଏକ ନମ୍ବର ହେବ । More

STF କବ୍‌ଜାରେ କାଶ୍ମୀରର ସନ୍ଦୀଗ୍ଧ ଆତଙ୍କୀ, ଯାଜପୁରରୁ ଧରିଲା କ୍ରାଇମବ୍ରାଞ୍ଚ୍

ସନ୍ଦିଗ୍ଧ ଯୁବକ କେତେବେଳେ ନିଜକୁ ନ୍ୟୁରୋ ସ୍ପେଶାଲିଷ୍ଟ ଡାକ୍ତର କହୁଥିଲା ତ କେତେବେଳେ ପିଏମ୍ଓ ଅଫିସର ଅଧିକାରୀ ବୋଲି କହୁଥିଲା। ତାସହ ଉଚ୍ଚପଦସ୍ଥ ଏନଆଇଏ ଅଧିକାରୀଙ୍କ ସହ ତା’ର ସଂପର୍କ ଥିବା ବି ସେ କହୁଥିଲା। More

‘ଗୋଲ୍ କରିବାର କୌଶଳ ଜାଣିଛନ୍ତି ବୋଲି ଧର୍ମେନ୍ଦ୍ରଙ୍କୁ ମିଳିଛି କୌଶଳ ଓ ଦକ୍ଷତା ବିକାଶ ମନ୍ତ୍ରୀ’

ରେଭେନ୍ସାଙ୍କ ନାଁରେ ଅନୁଷ୍ଠାନ କଥା କହିଲା ବେଳେ ଇଙ୍ଗିତ କଲେ ଭର୍ତ୍ତୃହରି। କେବଳ ଅନୁମତି ପାଇବାକୁ ଇଂରେଜଙ୍କ ନାଁରେ ଅନୁଷ୍ଠାନ କରାଯାଉଥିଲା। ଆଜି ବି ଆମ ସମାଜରେ ଏମିତି କିଛି ଶାସକ ବର୍ଗ ଅଛନ୍ତି ଯିଏ ଚାହାଁନ୍ତି ସବୁ କିଛି ତାଙ୍କ ନାଁରେ ହେଉ। More

ପ୍ରବଳ ଜାଡ଼ରେ ଜଡ଼ସଡ଼ ରାଜ୍ୟବାସୀ, ଶିମିଳିପାଳରେ ୧ ଡିଗ୍ରୀ ଯାଏଁ ତଳକୁ ଖସିଲା ପାରଦ

ବରେହିପାଣି, ଚହଲା, ଜରନ୍ଦା, ବାରହକାମୁଡ଼ା ଆଦି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। More

‘ଗାନ୍ଧି ପରିବାର ସହ ଫଟୋ ଉଠାଇ ବେପାର କରୁଥିଲେ ଧିରେଜ’

ଅନେକ ରାଜ୍ୟର ଅବକାରୀ ନିୟମକୁ ନିଜ ଢଙ୍ଗରେ ଚଳାଉଥିଲେ ଧିରଜ, ଗାନ୍ଧି ପରିବାର ସହ ଫଟୋ ଉଠାଇ ବେପାର କରୁଥିଲେ ଧିରେଜ। ଏମିତିକି ଗାନ୍ଧି ପରିବାରର ବେଶ୍ ନିକଟତର ଥିଲେ। More

ସରୁନି ‘ମଦ ସାମ୍ରାଜ୍ୟ’ ରେଡ୍‌, ବୌଦ୍ଧ ଡିଷ୍ଟିଲାରୀ ପ୍ରା. ଲିମିଟେଡ୍ ଲିଙ୍କରେ ଚଢ଼ାଉ

ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ୍ ଲିମିଟେଡ୍ ଲିଙ୍କରେ ଏହି ଚଢ଼ାଉ କରାଯାଇଥିବାର ସୂଚନା ମିଳିଛି। ଶକ୍ତି ମଲ୍ଟିଏୟାର ଏଣ୍ଡ ଲିମୋନେଡ଼ କମ୍ପାନୀ ୨୦୧୨ ମେ’ରୁ ଆଲକହଲ ଓ ନନ୍ ଆଲକହଲ ପାନୀୟ ପ୍ରସ୍ତୁତ କାର୍ଯ୍ୟ କରି ଆସୁଛି। More

‘ଓଡ଼ିଶାରେ ବିଧି ବ୍ୟବସ୍ଥା ଭଲ ନାହିଁ, ଲୋକେ ଭୟରେ ଅଛନ୍ତି’

ଓଡ଼ିଶା ସମେତ ସାରା ଦେଶରେ ଗରିବୀ କମିଛି। ଲୋକଙ୍କ ପାଖକୁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ପଠାଇଛନ୍ତି। ତେଣୁ ଓଡ଼ିଶାରେ ଓ ଦେଶରେ ଲୋକଙ୍କ ମନରେ ପ୍ରଧାନମନ୍ତ୍ରୀ ମୋଦି ଅଛନ୍ତି। More

ବୟସ ଖାଲି ଏକ ନଂ, ୯୦ରେ ବି ଫିଟ୍ ଶିବ ବଇଦ

ବୟସ ବଢିଗଲାଣି ବୋଲି ସିନା କାନକୁ ଶୁଣାଯାଉନି। ହେଲେ ସାଇକେଲ ପ୍ୟାଡେଲରେ ଏବେ ବି ଧାଇଁ ଧାଇଁ ଚାଲୁଛି ଗୋଡ଼। ତୀକ୍ଷ୍ମ ଦୃଷ୍ଟି, ଅମାପ ଜ୍ଞାନ, ଆଉ ଧୈର୍ଯ୍ୟ ଏତେ ଯେ ସାମ୍ନାରେ କୌଣସି ଯୁବକ ବି ଫେଲ୍ ମାରିବେ। ଚାଷ ଠାରୁ ବଇଦ ପାଠ। ସବୁଥିରେ ସେ ପାରଙ୍ଗମ। More

ସିମିଳିପାଳ ଯିବାକୁ ପ୍ଲାନ୍‌ କରୁଥିଲେ ଟିକେ ଅଟକି ଯାଆନ୍ତୁ ! ଗେଟ୍‌ ଆଗରେ ବସିଛନ୍ତି ଲୋକେ...

ହାତ ଟେକି ବସିଛନ୍ତି କର୍ତ୍ତୃପକ୍ଷ । ସମାଧାନର ବାଟ ବାହାରି ପାରୁ ନ ଥିବା ବେଳେ ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ । More

ପଙ୍କରେ ପଶିଲେ ପେଟ ପୂରିବ... ଧଳା ମହୁନାଡ଼ ପଛର କଳା ଯନ୍ତ୍ରଣା !

ସକାଳ ହେଉ ହେଉ ଆଗ ପଛ ହୋଇ ଘରର ମହିଳା ପୁରୁଷ ବାହାରି ପଡ଼ନ୍ତି ଜାହାଡା ହଜକୁ । ଗଭୀର ପାଣି ଭିତରେ ପଶି ମହୁନାଡକୁ ସଂଗ୍ରହ କରନ୍ତି । More

ସୁନା ଶଙ୍ଖ କହି ବିକିଦେଲେ ପିତ୍ତଳ, ଲୁଟି ନେଲେ ୩ ଲକ୍ଷ...

ରାଜେଶ ୩ ଲକ୍ଷ ଟଙ୍କା ଧରି ଉମରକୋଟ ଆସିବାକୁ କହିବାରୁ ପୁଅର କଥା ମାନି ରାଜେଶର ବାପା ଟଙ୍କା ଧରି ଉମରକୋଟ ଆସିଥିଲେ। More

ଗଜପତି ପରେ ଏବେ ନୂଆପଡ଼ାରେ ବି ବୁଲୁଛି ବାଘ, ଲୋକେ ଆତଙ୍କିତ

ବାଘଟି ଗାଡି ସାମ୍ନାକୁ ଆସିବା ସହ କିଛି ସମୟ ପରେ ଜଙ୍ଗଲକୁ ଚାଲିଯାଇଥିଲା। ଏହା ଏକ କଲରାପତରିଆ ବାଘ ବୋଲି ସୁନାବେଡା ଅଭୟାରଣ୍ୟ ପକ୍ଷରୁ ସୂଚନା ଦିଆଯାଇଛି । More

ପ୍ରବଳ ଶୀତ ! କୋରାପୁଟ-ସୁନ୍ଦରଗଡ଼ରେ ଘରୁ ବାହାରିଲେ ଦେହ ଥରୁଛି...

ସପ୍ତାହ ହେଲାଣି ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ଜାଡ ଅନୁଭୁତ ହେଉଛି । ସକାଳେ କୁହୁଡିର ଧଳା ଚାଦରରେ ଢାକିଂ ହୋଇଯାଉଛି ରାସ୍ତାଘାଟ । ବର୍ଷା ଛାଡିଲା ପରେ ଜାଡ ଶୀତ ଯୋଗୁଁ ସାଧାରଣଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । More

ଧନୁ ସଂକ୍ରାନ୍ତି ପୂର୍ବରୁ ବ୍ରହ୍ମପୁରରେ ଲାଗିଲାଣି ମୁଆଁର ସମ୍ଭାର

ଭଳିକି ଭଳି ମୁଆଁ ତିଆରିରେ ବ୍ୟସ୍ତ କାରିଗର । ସ୍ପେଶାଲ ମୁଆଁ, ଘିଅ ଓ କାଜୁ ମୁଆଁର ରହିଛି ଡିମାଣ୍ଡ । ବନ୍ଧୁ ପରିଜନଙ୍କ ପାଖକୁ ମୁଆଁ ପଠାଇବାକୁ ଲାଗିଲାଣି ଲୋକଙ୍କ ଭିଡ଼ । More

ରାଜଧାନୀରେ ମାତିଲେଣି ବୁଲା କୁକୁର; ଧାଇଁ ଆସୁଛନ୍ତି, ଝୁଣି ଦେଉଛନ୍ତି

ଭୁବନେଶ୍ୱର ବାସୀଙ୍କୁ ଘାରିଛି ବୁଲା କୁକୁର ଭୟ । ପିଲାଠୁ ନେଇ ବୟସ୍କ, ରାସ୍ତାରେ ଯା ଆସ କଲାବେଳେ କୁକୁର କାମୁଡା ଓ ଆକ୍ରମଣର ଶିକାର ହେଉଛନ୍ତି । More

ବିଦେଶୀ ସାଙ୍ଗରେ ବନ୍ଧୁ ବାନ୍ଧିଲେ; ଭାତକୁ ପୋଟଳ ରସା ଦେଲେ, ବାହୁଡିବା ପାଇଁ ଟିକେଟ୍‌ କାଟିଲେ..

ଭିନ୍ନ ଦେଶ, ଭିନ୍ନ ଭାଷା, ଭିନ୍ନ ଧର୍ମ ଆଉ ଭିନ୍ନ ଚାଲିଚଳଣି । ତଥାପି ଏମିତି କାହିଁକି ହୁଏ କେଜାଣି, ଥରୁଟିଏ ମନ ମିଶିଗଲେ ସବୁକିଛି ତୁଚ୍ଛ ହୋଇଯାଏ । ପର ବି ଆପଣାର ହୋଇଯାଏ । ପରଦେଶକୁ ଆସି ବିଦେଶୀ ବି ବନ୍ଧୁ ବନିଯାଏ । More

ଶ୍ରୀମନ୍ଦିରରେ ପଲିଥିନ ମନା, ନୂଆବର୍ଷରୁ ନିୟମ କଡ଼ାକଡ଼ି

ନୂଆବର୍ଷ ଆରମ୍ଭରୁ ଏହାକୁ କଡ଼ାକଡ଼ି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଥିବା ବେଳେ ଶ୍ରୀମନ୍ଦିର ଭିତରେ ପରିଷ୍କାର ଓ ସ୍ୱଚ୍ଛତା ଆଣିବାକୁ ଏହି ପ୍ରୟାସ ପୁର୍ନବାର ଆରମ୍ଭ ହୋଇଛି। More

୨୦୨୪ ଜୁନ୍ ୩୦ ସୁଦ୍ଧା ସବୁ ଗାଡ଼ିରେ ବାଧ୍ୟତାମୂଳକ VLTD, ବିଜ୍ଞପ୍ତି ଜାରି କଲା ରାଜ୍ୟ ପରିବହନ ବିଭାଗ

ଭିଏଲଟିଡିକୁ ଟ୍ୟାମ୍ପର ବା ଛେଡଛାଡ଼ କରାଯାଇପାରିବ ନାହିଁ। ମୋବାଇଲ ନେଟ୍‌ୱାର୍କ ନ ଥିବା ଅଞ୍ଚଳରେ ବି ଏହି ଡିଭାଇସ ଗାଡ଼ିର ଗତିବିଧିକୁ ରେକର୍ଡ କରି ରଖିବ। ନେଟୱର୍କ ଅଞ୍ଚଳକୁ ଆସିବା ମାତ୍ରେ କମାଣ୍ଡ ସେଣ୍ଟରକୁ ତଥ୍ୟ ପ୍ରେରଣ କରିବ। More