Advertisment

‘ଗୋଲ୍ କରିବାର କୌଶଳ ଜାଣିଛନ୍ତି ବୋଲି ଧର୍ମେନ୍ଦ୍ରଙ୍କୁ ମିଳିଛି କୌଶଳ ଓ ଦକ୍ଷତା ବିକାଶ ମନ୍ତ୍ରୀ’

ରେଭେନ୍ସାଙ୍କ ନାଁରେ ଅନୁଷ୍ଠାନ କଥା କହିଲା ବେଳେ ଇଙ୍ଗିତ କଲେ ଭର୍ତ୍ତୃହରି। କେବଳ ଅନୁମତି ପାଇବାକୁ ଇଂରେଜଙ୍କ ନାଁରେ ଅନୁଷ୍ଠାନ କରାଯାଉଥିଲା। ଆଜି ବି ଆମ ସମାଜରେ ଏମିତି କିଛି ଶାସକ ବର୍ଗ ଅଛନ୍ତି ଯିଏ ଚାହାଁନ୍ତି ସବୁ କିଛି ତାଙ୍କ ନାଁରେ ହେଉ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Bhartruhari Mahtab

Bhartruhari Mahtab

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପରାମର୍ଶ ଦେଲେ ସାଂସଦ ଭର୍ତ୍ତୃହରି ମହତାବ। ସଭାମଞ୍ଚରେ ଧର୍ମେନ୍ଦ୍ରଙ୍କୁ ବିଜେଡି ସାଂସଦ ଭର୍ତ୍ତୃହରିଙ୍କ ଫାଉଲ ପରାମର୍ଶ। ରେଭେନ୍ସା ବାଳିକା ବିଦ୍ୟାଳୟ ୧୫୦ ବର୍ଷ ପୂର୍ତ୍ତି ସଭାରେ ମନ୍ତବ୍ୟ। ସେ କହିଛନ୍ତି, ଖେଳ ପଡ଼ିଆରେ ଅନେକ ଫାଉଲ ଭୋଗିବାକୁ ହୁଏ । ଯିଏ ଆଗକୁ ଦୌଡ଼ିଲା ତାକୁ ଫାଉଲ ମାରିବାକୁ ଚେଷ୍ଟା ହୋଇଥାଏ। ଜୀବନରେ ବହୁ ପ୍ରକାର ଫାଉଲ ମାରିବା ଲୋକ ଅଛନ୍ତି। ଧର୍ମେନ୍ଦ୍ର ବାବୁ କିଏ କ’ଣ ଫାଉଲ ମାରୁଛି ମନ ଶଙ୍କା କରିବେନି। ଆପଣ କୁଶଳୀ ଲୋକ, ବଲ୍‌ ଛଡ଼ାଇବାକୁ କିଏ ଉଦ୍ୟମ କଲେ, ତାକୁ ଅତିକ୍ରମ କରି ଗୋଲ୍‌ କରିବା କୌଶଳ ଆପଣଙ୍କୁ ଜଣା। ସେଥିପାଇଁ ପ୍ରଧାନମନ୍ତ୍ରୀ ଆପଣଙ୍କୁ କୌଶଳ ଓ ଦକ୍ଷତା ବିକାଶ ମନ୍ତ୍ରୀ କରିଛନ୍ତି ବୋଲି କହିଛନ୍ତି ଭୁର୍ତ୍ତୃହରି ମହତାବ।

Advertisment

ସଭାମଞ୍ଚରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ଏହି ମନ୍ତବ୍ୟ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ରେଭେନ୍ସାଙ୍କ ନାଁରେ ଅନୁଷ୍ଠାନ କଥା କହିଲା ବେଳେ ଇଙ୍ଗିତ କଲେ ଭର୍ତ୍ତୃହରି। କେବଳ ଅନୁମତି ପାଇବାକୁ ଇଂରେଜଙ୍କ ନାଁରେ ଅନୁଷ୍ଠାନ କରାଯାଉଥିଲା। ଆଜି ବି ଆମ ସମାଜରେ ଏମିତି କିଛି ଶାସକ ବର୍ଗ ଅଛନ୍ତି ଯିଏ ଚାହାଁନ୍ତି ସବୁ କିଛି ତାଙ୍କ ନାଁରେ ହେଉ। ସବୁ କିଛି ତାଙ୍କ ନାଁରେ ବା ତାଙ୍କ ପରିବାର ନାଁରେ ହେଉ ଚାହାଁନ୍ତି ବୋଲି ସଭା ମଞ୍ଚରେ କହିଲେ ଭର୍ତ୍ତୃହରି। ତେବେ ଏକଥା ଭର୍ତ୍ତୃହରି କାହାକୁ ଉପଲକ୍ଷ୍ୟ କରି କହିଲେ, ତାହାକୁ ନେଇ ଏବେ ଚର୍ଚ୍ଚା ବଢ଼ିଛି।

Odisha Dharmendra Pradhan Cuttack Bhartruhari Mahtab
Advertisment
Advertisment