Advertisment

STF କବ୍‌ଜାରେ କାଶ୍ମୀରର ସନ୍ଦିଗ୍ଧ ଆତଙ୍କୀ, ଯାଜପୁରରୁ ଧରିଲା କ୍ରାଇମବ୍ରାଞ୍ଚ୍

ସନ୍ଦିଗ୍ଧ ଯୁବକ କେତେବେଳେ ନିଜକୁ ନ୍ୟୁରୋ ସ୍ପେଶାଲିଷ୍ଟ ଡାକ୍ତର କହୁଥିଲା ତ କେତେବେଳେ ପିଏମ୍ଓ ଅଫିସର ଅଧିକାରୀ ବୋଲି କହୁଥିଲା। ତାସହ ଉଚ୍ଚପଦସ୍ଥ ଏନଆଇଏ ଅଧିକାରୀଙ୍କ ସହ ତା’ର ସଂପର୍କ ଥିବା ବି ସେ କହୁଥିଲା।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Kashmir Terrorist in Odisha

Kashmir Terrorist in Odisha

କ୍ରାଇମବ୍ରାଞ୍ଚ ଏସଟିଫ୍ କବଜାରେ ସନ୍ଦିଗ୍ଧ କାଶ୍ମୀର ଯୁବକ । ଦେଶ ବିରୋଧୀ ତତ୍ତ୍ୱ, ଠକେଇ, ଜାଲିଆତି ଏବଂ ଛଦ୍ମବେଶୀ ଯୁବକକୁ ଯାଜପୁର ଧର୍ମଶାଳାରୁ ଧରିଛି କ୍ରାଇମବ୍ରାଞ୍ଚ। ତା ନାଁ ସଇଦ ଇଶାନ ବୁଖାରୀ ଓ ତାଘର ଖୁପୱାଡାରେ ବୋଲି ସୂଚନା ଦେଇଛି କ୍ରାଇମବ୍ରାଞ୍ଚ । ସନ୍ଦିଗ୍ଧ ଯୁବକ କେତେବେଳେ ନିଜକୁ ନ୍ୟୁରୋ ସ୍ପେଶାଲିଷ୍ଟ ଡାକ୍ତର କହୁଥିଲା ତ କେତେବେଳେ ପିଏମ୍ଓ ଅଫିସର ଅଧିକାରୀ ବୋଲି କହୁଥିଲା।

Advertisment

ସେହିପରି ଉଚ୍ଚପଦସ୍ଥ ଏନଆଇଏ ଅଧିକାରୀଙ୍କ ସହ ତା’ର ସଂପର୍କ ଥିବା ବି ସେ କହୁଥିଲା। ତା ନିକଟରୁ ବହୁ ପରିମାଣର ଜାଲ୍ ଡକ୍ୟୁମେଣ୍ଟ ଜବତ ହୋଇଛି। ସେଥିରେ ରହିଛି- ବିଦେଶୀ ମେଡିକାଲ ଡିଗ୍ରୀ ସାର୍ଟିଫିକେଟ୍, କିଛି ସାଧା କାଗଜରେ ଦସ୍ତଖତ ଥିବା ଡକ୍ୟୁମେଣ୍ଟ, ଆଫିଡେଭିଟ୍, ପରିଚୟ ପତ୍ର ଓ ବଣ୍ଡ ।

ତା ସହ ସେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୬ ରୁ ୭ ଜଣଙ୍କୁ ବିବାହ କରିଥିବା ମଧ୍ୟ ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ। ତାଙ୍କୁ ଏବେ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟକୁ ଆଣି ଅଧିକ ପଚରାଉଚରା ଜାରି ରହିଛି।

Advertisment

STF ଦ୍ୱାରା ଗିରଫ ଯୁବକଙ୍କୁ ନେଇ କ୍ରାଇମବ୍ରାଞ୍ଚ IGଙ୍କ ପ୍ରେସମିଟ୍‌। ଗିରଫ ବୁଖାରୀର ଆତଙ୍କୀ ଲିଙ୍କ୍ ନେଇ ଯାଞ୍ଚ ଚାଲିଛି କହିଲେ IG। ବୁଖାରୀ ବହୁତ ବଡ଼ ଠକ ଥିଲା, ଆତଙ୍କୀ ଲିଙ୍କ୍ ନେଇ ଯାଞ୍ଚ ଚାଲିଛି। କାଶ୍ମୀର ଓ ପଞ୍ଜାବ ପୋଲିସ ସହ ବି ଯୋଗାଯୋଗରେ ଅଛୁ। ୨୦୧୮ରୁ ଓଡ଼ିଶାରେ ରହୁଥିଲା ବୁଖାରୀ, ନିଜକୁ ଡାକ୍ତର କହୁଥିଲା । PMO ଅଧିକାରୀ ଓ NIA ଅଧିକାରୀଙ୍କ ନିକଟତମ ବି ବୁଖାରୀ କହୁଥିଲା ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ IG।

Odisha Jajpur Crime Branch Terror Activities Jammu Kashmir
Advertisment
Advertisment