ସଂକ୍ଷେପରେ ଆଜିର ତାଜା ଖବର - Thursday, 31 August 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ନକଲି ପୋଷାକରେ ଅସଲି ବ୍ରାଣ୍ଡର ଲୋଗୋ; ମାଡ଼ି ବସିଲା ପୋଲିସ..

ଘର ଭର୍ତ୍ତି ପ୍ୟାଣ୍ଟ୍ ସାର୍ଟ । ପୁଳାପୁଳା ରେଡିମେଡ୍ ଗାର୍ମେଣ୍ଟ । ସବୁ ଛିନଛତ୍ର ଅବସ୍ଥାରେ ଖେଳେଇ ହୋଇପଡ଼ିଛି । ଏହା କୌଣସି ସୋରୁମ୍ ନୁହେଁ କି କପଡା ଦୋକାନ ନୁହେଁ । ଅସଲି ନାଁରେ ନକଲି ମାଲ୍ ବିକୁଥିବା କପଡା ଶୋରୁମର ଚୋରା ଗୋଦାମ । More

ଆଡମିସନ୍ ଶେଷ, ତଥାପି ଡିଗ୍ରୀ କଲେଜରେ ସିଟ୍ ଫାଙ୍କା

ଜେନେରାଲ ଷ୍ଟ୍ରିମ୍‌ରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ । ପ୍ରଥମ ପର୍ଯ୍ୟାୟ ଆଡମିଶନ୍ ପରେ ବି ଯୁକ୍ତ ତିନିରେ ଖାଲି ପଡିଛି ଲକ୍ଷ ଲକ୍ଷ ସିଟ୍ । ବୈଷୟିକ ଶିକ୍ଷା ଆଡ଼କୁ ଢଳୁଛନ୍ତି କି ଛାତ୍ରଛାତ୍ରୀ ? More

କାହିଁକି ଅଦୃଶ୍ୟ ରହିଛନ୍ତି ରାଜ୍ୟର ମନ୍ତ୍ରୀ, ବିଧାୟକ ଓ ସାଂସଦ ? 

5T ସଚିବଙ୍କ ପାଇଁ ସଭା ଆୟୋଜନ କରି ଅନୁପସ୍ଥିତିକୁ ନେଇ ପ୍ରଶ୍ନ । More

ଦିଗପହଣ୍ଡିରେ ବିଜେଡି ଦୁଇ ଫାଳ ! ବିପ୍ଲବ-ବିପିନ ଗୋଷ୍ଠୀ ମୁହାଁମୁହିଁ

ବ୍ଲକ ଅଫିସ ସାମ୍ନାରେ ହଙ୍ଗାମା କଲେ ବିପିନଙ୍କ ସମର୍ଥକ । ଦଳୀୟ କନ୍ଦଳର ଗୋହି ଖୋଳିଲେ ପୂର୍ବତନ ଅଧ୍ୟକ୍ଷଙ୍କ ଗୋଷ୍ଠୀ । More

ଅଚାନକ କାହିଁକି ଡାକିଲେ ଅଧିବେଶନ ! ସଂସଦର ସ୍ପେଶାଲ ସେସନକୁ ନେଇ ବଢ଼ୁଛି ସସ୍‌ପେନ୍ସ..

ପାର୍ଲାମେଣ୍ଟରେ ଆସିପାରେ ‘ୱାନ୍ ନେସନ-ୱାନ୍ ଇଲେକ୍ସନ’ ବିଲ୍ । More

କଏଦୀ ଯାଉଛି କୁଆଡ଼େ, କରୁଛି କଣ ? ଏଣିକି ଗୋଡ଼ରେ ଲାଗିବ ଜିପିଏସ୍ ଟ୍ରାକିଂ

୭ବର୍ଷରୁ କମ୍ ଜେଲ ଦଣ୍ଡାଦେଶ ପାଇବାକୁ ଥିବା ବିଚାରାଧୀନ ବନ୍ଦୀଙ୍କୁ କାରାଗାରରୁ ଛାଡ଼ ପାଇଁ ଜେଲ୍ ବିଭାଗ ରାଜ୍ୟ ସରକାରଙ୍କୁ ଦେଇଛି କଏଦୀଙ୍କ ଗୋଡ଼ରେ GPS ଟ୍ରାକିଂ ଲାଗୁ ପ୍ରସ୍ତାବ । More

ପ୍ରକାଶ ପାଇଲା OTET ପରୀକ୍ଷା ଫଳ; ଜାଣନ୍ତୁ କେମିତି ଜାଣିବେ ରେଜଲ୍ଟ..

୨୦୨୨ OTET ପରୀକ୍ଷା ଫଳ ପ୍ରକାଶ କଲା BSE । More

୧୮ରୁ ବସିବ ସଂସଦ ସ୍ୱତନ୍ତ୍ର ଅଧିବେଶନ; ଟ୍ୱିଟ୍‌ ଯୋଗେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସୂଚନା

ସେପ୍ଟେମ୍ବର ୧୮ରୁ ୨୨ ଯାଏଁ ଚାଲିବ ସ୍ୱତନ୍ତ୍ର ଅଧିବେଶନ । ୫ଟି କାର୍ଯ୍ୟଦିବସରେ ଚାଲିବ ଲୋକସଭା ଓ ରାଜ୍ୟସଭା ଅଧିବେଶନ । More

ବାଚସ୍ପତି ରେସ୍‌ରେ ପ୍ରଫୁଲ-ଦେବୀ-ଅମର

କିଏ ହେବେ ବାଚସ୍ପତି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରଠାରୁ ଖାଲି ରହିଛି ବିଧାନସଭାର ବାଚସ୍ପତି ପଦବୀ । More

ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଉତ୍ତେଜନା,ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି

ବିପ୍ଲବ ପାତ୍ର ବନାମ ବିପିନ ପ୍ରଧାନ । ଆଜିର ନିର୍ବାଚନ ବାତିଲ ପରେ ଉତ୍ତେଜନା ।ସୁନୀତା ସେଠୀଙ୍କ ମୃତ୍ୟୁ ପରେ ଉପନିର୍ବାଚନ ହେଉଛି More

ଅପରାଧୀଙ୍କୁ ତ୍ରାହି ନାହିଁ, କଏଦୀଙ୍କ ଦେହରେ ଲାଗିବ ଜିପିଏସ୍‌

ଜେଲ୍ କର୍ତ୍ତୃପକ୍ଷଙ୍କ ପାଖରେ ରହିବ ବନ୍ଦୀର ସବୁ ଗତିବିଧି । ଜିପିଏସକୁ ନଷ୍ଟ କରିବାକୁ ଚେଷ୍ଟା କଲେ ଥାନାକୁ ଆଲର୍ଟ ଯିବ । More

‘ସଚିବ ରାଜୁତି ଚଳିବନାହିଁ, ଚଳିବ ନାହିଁ’ : ପାଣ୍ଡିଆନ ଗୋବ୍ୟାକ୍ ନାରା ଦେଲେ କଂଗ୍ରେସ କର୍ମୀ

ଯାଜପୁରରେ 5T ସଚିବ ଭି କେ ପାଣ୍ଡିଆନଙ୍କୁ ପୁଣି ଜୋରଦାର୍ ବିରୋଧ More

ଆସନ୍ତା ୨୧ ରେ ବିଧାନସଭା ବାଚସ୍ପତି ନିର୍ବାଚନ,୧୮ରେ ନାମାଙ୍କନ ଦାଖଲ

ବିକ୍ରମ ଆରୁଖଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ବାଚସ୍ପତି ପଦ More

ଭୁବନେଶ୍ୱରରୁ ଉତକେଲାକୁ ଉଡ଼ିଲା ବିମାନ,ପ୍ରଥମ ଯାତ୍ରୀ ଭାବେ ଗଲେ ମନ୍ତ୍ରୀ ଟୁକୁନି ସାହୁ

ଆରମ୍ଭ ହେଲା ଭୁବନେଶ୍ୱର-ଉତକେଲା ମଧ୍ୟରେ ବିଧିବଦ୍ଧ ବିମାନ ସେବା । More

BREAKING : ପୁଣି ମାତିଲା ମଣିଷଖିଆ କୁମ୍ଭୀର, ମଇଁଷି ଚରାଳିଙ୍କୁ ଟାଣିନେଲା

ମଇଁଷି ଚରାଉ ଥିବାବେଳେ ଚରାଳିଙ୍କୁ ଟାଣିନେଲା କୁମ୍ଭୀର More

ଆଜି ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା : ବଳଭଦ୍ର, ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ସୁଭଦ୍ରା

ବିଷ୍ଟି ଯୋଗ ଥିବାରୁ ଗତକାଲି ଗହ୍ମା ପୂର୍ଣ୍ଣିମା ନୀତି ହୋଇନଥିଲା More

Today Panchang 31st August 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ସିଂହ ମାସ ଶ୍ରାବଣ (ଶୁଦ୍ଧ)ଶୁକ୍ଳପକ୍ଷ। ଇଂରାଜୀରେ ୩୧ ତାରିଖ,ଗୁରୁବାର...ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ.. More

ଚିଲିକାରେ ବିପଦରେ ବିରଳ ଇରାୱାଡି ପ୍ରଜାତିର ଡଲଫିନ୍, ବୁଡ଼ି ଯିବ କି ବଂଶ ?

ଡଙ୍ଗାର ଫ୍ୟାନ୍, ମାଛ ଜାଲ ଯୋଗୁଁ ଡଲଫିନଙ୍କ ଜୀବନ ଯାଉଛି । କାର୍ଯ୍ୟାନୁଷ୍ଠାନ ହେଉଥିବା କହିଲା ବନ ବିଭାଗ । More

ନା ପୋଲିସକୁ ନା ଆଇନ୍‌ କାନୁନକୁ ଭୟ ! ଯୁବକଙ୍କୁ ପିଟିପିଟି ହତ୍ୟା ପରେ ଗଛରେ ଟାଙ୍ଗି ଦେଲେ...

ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେବା ସହ ଶେଷରେ ଗଛରେ ଟାଙ୍ଗି ଦେଇଥିଲେ ଉତ୍ତ୍ୟକ୍ତ ଲୋକେ। More

ଦ୍ୱନ୍ଦ୍ୱ ଭିତରେ ରାକ୍ଷୀ ସେଲିବ୍ରେସନ; ଭାଇ ହାତରେ ଭଉଣୀ ବାନ୍ଧିଲା ସମ୍ପର୍କର ରେସମୀ ଡୋରି

ଶୁଭ-ଅଶୁଭ ଓ ମଙ୍ଗଳ-ଅମଙ୍ଗଳର ଦ୍ୱନ୍ଦ୍ୱ ଭିତରେ ସାରା ଦେଶରେ ଆଜି ବେଶ୍ ଉତ୍ସାହର ସହ ପାଳିତ ହୋଇଛି ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରକ୍ଷାବନ୍ଧନ । ଭାଇ ହାତରେ ରେସମୀ ଡୋରିଟିଏ ବାନ୍ଧି ଭଉଣୀ ତା ଶୁଭ ମନାସିବା ସହିତ ନିଜର ସୁରକ୍ଷା କାମନା ବି କରିଛି । More

ଏଣିକି ପୁରା ରାଜଧାନୀ ରହିବ ସିସିଟିଭି ସର୍ଭେଲାନ୍ସରେ..

ସବୁ ଘଟଣା, ଦୁର୍ଘଟଣା, ଅପରାଧ ରେକର୍ଡ ହୋଇ ରହୁଛି କ୍ୟାମେରାରେ, ଅଭିଯୁକ୍ତର ଅଜାଣତରେ । ପୋଲିସ ତଦନ୍ତ ବେଳେ ଏଥିରୁ ମିଳୁଛି ଠୋସ୍ ପ୍ରମାଣ । ଅପରାଧ ରୋକିବାକୁ, ଅପରାଧୀଙ୍କୁ ଚିହ୍ନଟ କରିବାକୁ ବେଶ୍ କାମରେ ଆସୁଛି ସିସିଟିଭି ସର୍ଭେଲାନ୍ସ । More

ଜାଗାମିଶନ ଫର୍ମ-ଟୁ ଟେନସନ୍‌ : ନୋଟିସ୍‌ ପାଇବାର ୩ ଦିନ ଭିତରେ ଟଙ୍କା ନଦେଲେ...

ଜାଗା ମିଶନରେ ଫର୍ମ-୨ ପରେ ସର୍ଭେକୁ ନେଇ ଦ୍ୱନ୍ଦ୍ୱ । ଡ୍ରୋନ ସର୍ଭେକୁ ନେଇ ପ୍ରଶ୍ନ ଉଠାଇଲେ ହିତାଧିକାରୀ । କାହାକୁ ମେଞ୍ଚେ ତ କାହାକୁ କେଞ୍ଚେ । More

ଭୁବନେଶ୍ୱର ଏୟାରପୋର୍ଟରେ ନୂଆ ATC ଟାୱାର; ଜିରୋ ଭିଜିବିଲିଟିରେ ବିମାନକୁ କରିବ ଟ୍ରାକ୍

କାର୍ଯ୍ୟକ୍ଷମ ହୋଇଛି ଭୁବନେଶ୍ୱର ବିମାନବନ୍ଦର ନୂଆ ଏୟାର ଟ୍ରାଫିକ୍ କଂଟ୍ରୋଲ୍ ବା ଏଟିସି ଟାୱାର । ଅଗଷ୍ଟ ୨୪ରୁ ଆରମ୍ଭ ହୋଇଛି ଟ୍ରାଏଲ ରନ୍ । ଉଭୟ ପୁରୁଣା ଓ ନୂଆ ଏଟିସିରୁ ଚାଲିଛି ସମାନ୍ତରାଳ ଅପରେସନ । More

ପ୍ରଫୁଲ୍ଲ ସାମନ୍ତରାଙ୍କ କିଡ୍‌ନାପ ପଛରେ କିଏ ? ୨୪ ଘଣ୍ଟା ପରେ ବି ଫିଟୁନି ରହସ୍ୟ

ଘଟଣାକୁ ‘ଷ୍ଟେଟ୍ ଟେରରିଜମ୍’ କହି ବର୍ଷିଲେ ପ୍ରଫୁଲ୍ଲ ସାମନ୍ତରା । ଶିଳ୍ପ ନାଁରେ ଶୋଷଣ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ନିଶାନା । More