Advertisment

‘ସଚିବ ରାଜୁତି ଚଳିବନାହିଁ, ଚଳିବ ନାହିଁ’ : ପାଣ୍ଡିଆନ ଗୋବ୍ୟାକ୍ ନାରା ଦେଲେ କଂଗ୍ରେସ କର୍ମୀ

ଯାଜପୁରରେ 5T ସଚିବ ଭି କେ ପାଣ୍ଡିଆନଙ୍କୁ ପୁଣି ଜୋରଦାର୍ ବିରୋଧ

author-image
Prangyan Parimita
ଅଦ୍ୟତନ ହୋଇଛି
Congress workers protest during 5T Secretary VK Pandian’s Jajpur visit

ପାଣ୍ଡିଆନଙ୍କୁ ପୁଣି ଜୋରଦାର୍ ବିରୋଧ

ପାଣ୍ଡିଆନ ହାଏ ହାଏ.. ପାଣ୍ଡିଆନ ଗୋବ୍ୟାକ୍... ସଚିବ ରାଜୁତି ଚଳିବନାହିଁ, ଚଳିବ ନାହିଁ..ଯଦି ଚଳିବ ନିଆଁ ଜଳିବ..ରାଜରାସ୍ତାରେ ଲଢ଼େଇ ହେବ । 5T ସଚିବଙ୍କ ଯାଜପୁର ଗସ୍ତକୁ ବିରୋଧ। ପ୍ରତିବାଦ କରି କଳାପତାକା ଦେଖାଇଛନ୍ତି କଂଗ୍ରେସ କର୍ମୀ। କଳା ଟି ସାର୍ଟ ପିନ୍ଧି କଂଗ୍ରେସ କର୍ମୀ ପ୍ରତିବାଦ କରିଛନ୍ତି।

Advertisment

ଜାରକା ସ୍ଥିତ ଗୋପବନ୍ଧୁ ମୂର୍ତ୍ତି ଆଗରେ ବସି ପ୍ରତିବାଦ କରିଛନ୍ତି କଂଗ୍ରେସ କର୍ମୀ। କଂଗ୍ରେସ କର୍ମୀ କଳା ଟି ସାର୍ଟ ପିନ୍ଧି ପ୍ରତିବାଦ କରିବା ସହ ପାଣ୍ଡିଆନ୍ ଗୋ ବ୍ୟାକ୍ ନାରା ଦେଇଥିଲେ। 5T ସଚିବଙ୍କୁ ଆଜି ଯାଜପୁର ଧର୍ମଶାଳା ଗସ୍ତ ରହିଛି। ଧର୍ମଶାଳା ଜାରକା ସ୍ଥିତ ମହୋତ୍ସବ ପଡିଆରେ ଜନଶୁଣାଣିରେ ଯୋଗଦେବେ 5T ସଚିବ ।.....

5T ସଚିବଙ୍କ ୩ ଦିନିଆ ଯାଜପୁର ଗସ୍ତରେ ଅଛନ୍ତି । ପ୍ରଥମ ଦିନ ଅର୍ଥାତ ୨୯ ତାରିଖ ଦିନ ବି 5T ସଚିବଙ୍କ ଗସ୍ତକୁ ଯାଜପୁରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିଲା । ନାରାବାଜି ସହ ଯାଜପୁର ଟାଉନରେ ଶୋଭାଯାତ୍ରା ବାହାରିଥିଲା । ଜିଲ୍ଲା କଂଗ୍ରେସ ତ ବିରୋଧ କଲା, ତାସହ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କ ନେତୃତ୍ୱରେ କଳା ଶାଢ଼ୀ ପିନ୍ଧି ବ୍ୟାସନଗର ଗୋପବନ୍ଧୁ ଛକରୁ ରାଲି କରି ନାରାବାଜି ଦିଆଯାଇଥିଲା।

Advertisment

ହେଲେ ଠିକ୍ ଏତିକି ବେଳେ 5T ପୋଷାକ ପିନ୍ଧି, ହାତରେ ବାଉଁଶ ବହ୍ଲା ଧରି ରାସ୍ତାରେ ବୁଲୁଥିଲେ ଯୁବଗୋଷ୍ଠୀ । ଆଉ ସେତେବେଳେ ସାମ୍ନାସାମ୍ନି ହୋଇଥିଲେ କଂଗ୍ରେସ କର୍ମୀ ଏବଂ 5T ପୋଷାକ ପିନ୍ଧି ବାଉଁଶ ବହ୍ଲା ଧରିଥିବା ଯୁବକ । ଆଉ ସେମାନଙ୍କ ଉଗ୍ର ଆଚରଣ ପ୍ରଶ୍ଚବାଚୀ ସୃଷ୍ଟି କରିଥିଲା ।

Congress Workers 5T Secretary VK Pandian Protest
Advertisment
Advertisment