• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିରାଟ ଜଳରାଶି । ଜୁଆଡେ ଦେଖିବେ ଖାଲି ପାଣି ଆଉ ପାଣି । ଆଉ ତାହାରି ଭିତରେ ଏମିତି ସୁନ୍ଦର ଭାବେ ଖେଳନ୍ତି ଡଲଫିନ । ହେଲେ ଚିଲିକାରେ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ପାଲଟିଥିବା ବିରଳ ଇରାୱାଡି ପ୍ରଜାତିର ଡଲଫିନି ଏବେ ବିପଦରେ । ସେମାନଙ୍କ ସୁରକ୍ଷା ପାଇଁ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷପ ନେଉନଥିବା ବେଳେ ପ୍ରଶାସନ ପକ୍ଷରୁ ରହିଥିବା ନିର୍ଦ୍ଧାରିତ ଦୂରତ୍ୱକୁ ଫୁ’ କରି ଦେଇଛନ୍ତି ଡଙ୍ଗା ଚାଳକ ।

ନିଳାମ୍ୱୁ ଚିଲିକାର ନୀଳ ଜଳରାଶିରେ ଖେଳୁଥିବା ବିରଳ ଇରାୱାଡି ପ୍ରଜାତିର ଡଲଫିନ୍ ଦେଖିବାକୁ ଦେଶୀ ଡଙ୍ଗାରେ ବସି ବିଭିନ୍ନ  ଆଡୁ ଛୁଟି ଆସିଛନ୍ତି ପର୍ଯ୍ୟଟକ । ପ୍ରତିଦିନ ଶହଶହ ପର୍ଯ୍ୟଟକ ଡଙ୍ଗାରେ ଚିଲିକା ବୁଲିବା ସହିତ ଏମାନଙ୍କ ଜଳକ୍ରୀଡାକୁ ଦେଖନ୍ତି । ଡଲଫିନଙ୍କୁ ଅତିପାଖରୁ ଦେଖି ପର୍ଯ୍ୟଟକ ବି ବେଶ୍ ଖୁସି । ହେଲେ ଏବେ ସେମାନଙ୍କର ରକ୍ଷଣାବେକ୍ଷଣ ଠିକ୍ ରେ ହେଉନଥିବାରୁ ଧୀରେ ଧୀରେ ଡଲଫିନଙ୍କ ସଂଖ୍ୟା କମୁଥିବା ଅଭିଯୋଗ ହୋଇଛି ।

ଅନେକ ସମୟରେ ଚିଲିକାରେ ଡଲଫିନଙ୍କର ଅସ୍ୱାଭାବିକ ଭାବରେ ମୃତ୍ୟୁ ହଉଥିବା ଦେଖିବାକୁ ମିଳୁଛି । ଯନ୍ତ୍ର ଚାଳିତ ଡଙ୍ଗାର ଫ୍ୟାନରେ ମାଡ ହୋଇ ହେଉ ଅବା ମାଛଧରା ଜାଲରେ ଗୁଡାଇ ହୋଇ ହେଉ...ଅକାରଣରେ ପ୍ରାଣ ହରାଉଛନ୍ତି ଡଲଫିନ୍ । ହେଲେ ଏବେ ଲୋପ ପାଇବାରେ ଲାଗିଲାଣି ଏହି ଇରାୱାଡି ପ୍ରଜାତିର ଡଲଫିନ୍ । ପ୍ରଶାସନ ପକ୍ଷରୁ ସଚେତନତା ବୋର୍ଡ ଲଗାଯାଇଛି । ନିୟମ ବି ରହିଛି...ଡଲଫିନ ଚଳପ୍ରଚଳ କରୁଥିବା ଜାଗାରେ ଯନ୍ତ୍ର ଚାଳିତ ଡଙ୍ଗା ଚାଲିପାରିବ ନାହିଁ । ହେଲେ ନିୟକୁ ମାନୁଛି କିଏ?

ଦେଖିବାକୁ ମିଳୁଛି କି, ଏକା ସାଙ୍ଗରେ ୫ରୁ ଅଧିକ ଡଙ୍ଗା ଡଲଫିନଙ୍କ ଏରିଆରେ ପ୍ରବେଶ କରୁଛି । ତେଣୁ ଯନ୍ତ୍ର ଚାଳିତ ଡଙ୍ଗାର ଶବ୍ଦରେ ଭୟଭୀତ ହେବା ସହ ଡଙ୍ଗାରେ ମାଡହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି ଡଲଫିନ୍ । ଯାହାକୁ ନେଇ ଉଦବେଗ ପ୍ରକାଶ କରିବା ସହ ଏଭଳି ପରିସ୍ଥିତି ଲାଗି ରହିଲେ ଦିନେ ଚିଲିକାରୁ ଡଲଫିନ ଲୋପ ପାଇଯିବ ବୋଲି କହିଛନ୍ତି ବୁଦ୍ଧିଜୀବୀ । ସେପଟେ ଯେଉଁଠାରେ ନିୟମ ଉଲଘଂନ କରାଯାଉଛି ସେଠାରେ ସିଡିଏ ଏବଂ ବନ ବିଭାଗତ ମିଳିତ ଭାବରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି କହିଛନ୍ତି ବାଲୁଙ୍ଗା DFO l