ଲୋକେ ଆଉ ପୋଲିସ କି ଆଇନ୍ କାନୁନକୁ ସତେ ଯେମିତି ଭୟ ହିଁ କରୁ ନାହାନ୍ତି। କୌଣସି ଘଟଣା ଘଟିଲେ ତା’ର ପ୍ରତିଶୋଧ ନେବାକୁ ଯାଇ ଆଇନକୁ ହାତକୁ ନେଉଛନ୍ତି ଲୋକେ। ଯାହାର ଏକ ଉଦାହରଣ ମାଲକାନଗିରି କୋରକୋଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି।
ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେବା ସହ ଶେଷରେ ଗଛରେ ଟାଙ୍ଗି ଦେଇଥିଲେ ଉତ୍ତ୍ୟକ୍ତ ଲୋକେ। ମୃତକ ହେଲେ ଦେବା ମାଡକାମୀ। ନିଜ ପଡୋଶୀ ଜଣେ ମହିଳାଙ୍କୁ ସେ ଛୁରୀରେ ମରଣାନ୍ତକ ଆକ୍ରମଣ କରିଥିଲେ।
Also Read
#ମହିଳାଙ୍କୁ_ଆକ୍ରମଣ_ହେଲା_ବୋଲି...
— ଓଟିଭି (@otvkhabar) August 31, 2023
ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେବା ସହ ଶେଷରେ ଗଛରେ
ଟାଙ୍ଗି ଦେଲେ ଉତ୍ତ୍ୟକ୍ତ ଲୋକେ...#Malkangiri #Odisha pic.twitter.com/tdsXO9ynuR
ଖବରପାଇ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ଦେବାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଆଉ ମୃତ୍ୟୁ ପରେ ଗାଁ ମୁଣ୍ଡ ଗଛରେ ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।
ଗୁରୁତର ମହିଳାଙ୍କୁ ପରିବାର ଲୋକେ କାଲିମେଳା ମେଡିକାଲରେ ଭର୍ତ୍ତି କରିଛନ୍ତି। ଅନ୍ୟପକ୍ଷେ, ପୋଲିସ ଗାଁରେ ପହଞ୍ଚି ତଦନ୍ତ କରିବା ସହ ୪ ଜଣଙ୍କୁ ଧରି ଖୋଳତାଡ଼ ଚଳାଇଛି।