Advertisment

ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଉତ୍ତେଜନା,ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ

ବିପ୍ଲବ ପାତ୍ର ବନାମ୍ ବିପିନ ପ୍ରଧାନ । ଆଜିର ନିର୍ବାଚନ ବାତିଲ ପରେ ଉତ୍ତେଜନା । ସୁନୀତା ସେଠୀଙ୍କ ମୃତ୍ୟୁ ପରେ ଉପନିର୍ବାଚନ ହେଉଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
BJD Group Clash

bjd vs bjd

ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଗଂଜାମ ଜିଲ୍ଲା ଦିଗପହଣ୍ଡିରେ ଉତ୍ତେଜନା। ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଛି ଛକାପଞ୍ଝା। ଗୋଟିଏ ଗୋଷ୍ଠୀ ହେଉଛନ୍ତି ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କର । ଆର ଗୋଷ୍ଠୀ ହେଉଛି ବିପିନ ପ୍ରଧାନଙ୍କର। ଦୁଇ ମାସ ଆଗରୁ ବ୍ଲକ ଅଧ୍ୟକ୍ଷା ସୁନୀତା ସେଠୀଙ୍କ ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ହେଉଛି ।

Advertisment

ଆଜି ଭୋଟ ହେବାର ଥିଲା। କିନ୍ତୁ ଭୋଟ ବାତିଲ କରାଯିବାରୁ ବିପିନ ପ୍ରଧାନଙ୍କ ସମର୍ଥକ ବ୍ଲକ ଅଫିସରେ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି, ରାସ୍ତାରୋକ କରିଛନ୍ତି । ଦିଗପହଣ୍ଡି ବ୍ଲକରେ ୨୫ଟି ପଞ୍ଚାୟତ ଅଛି । ଆଗରୁ ହିଁ ବିପ୍ଲବ ପାତ୍ର ଓ ବିପିନ ପ୍ରଧାନଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ଯେଉଁ ଗୋଷ୍ଠୀକୁ ବ୍ଲକ ଅଧ୍ୟକ୍ଷ ପଦ ମିଳିବ, ଆସନ୍ତା ନିର୍ବାଚନରେ ତାଙ୍କର ଦବଦବା ରହିବ ।

ଏପରିକି ବିଧାୟକ ଟିକଟ ମଧ୍ୟ ସେହି ଗୋଷ୍ଠୀକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ତେଣୁ ସେମାନେ ବ୍ଲକ ଅଧ୍ୟକ୍ଷ ପଦ ହାତେଇବାକୁ ପ୍ରାଣପଣେ ଲାଗି ପଡ଼ିଛନ୍ତି। ବିପିନ ପ୍ରଧାନଙ୍କ ଗୋଷ୍ଠୀରେ ଥିବା ୧୪ ଜଣ ସମିତି ସଭ୍ୟ ତାଙ୍କ ଗାଁ ବୋମୋକାଇରେ ଥିବା ଜଣାପଡ଼ିଛି। ...

Advertisment
BJD
Advertisment
Advertisment