Advertisment

ଭୁବନେଶ୍ୱରରୁ ଉତକେଲାକୁ ଉଡ଼ିଲା ବିମାନ,ପ୍ରଥମ ଯାତ୍ରୀ ଭାବେ ଗଲେ ମନ୍ତ୍ରୀ ଟୁକୁନି ସାହୁ

ଆରମ୍ଭ ହେଲା ଭୁବନେଶ୍ୱର-ଉତକେଲା ମଧ୍ୟରେ ବିଧିବଦ୍ଧ ବିମାନ ସେବା ।

author-image
Prangyan Parimita
ଅଦ୍ୟତନ ହୋଇଛି
Bhubaneswar To Utkela Flight Service

Flight Service

କଳାହାଣ୍ଡିକୁ ଉଡ଼ିଲା ବିମାନ । ଭୁବନେଶ୍ୱର ବିମାନ ବନ୍ଦରରୁ କଳାହାଣ୍ଡିର ଉତ୍କେଲାକୁ ଆରମ୍ଭ ହୋଇଛି ବିମାନ ସେବା । ଦିନ ୧୦ଟା ୫ ମିନିଟରେ ଭୁବନେଶ୍ୱରରୁ ଉତକେଲା ଅଭିମୁଖେ ଉଡାଣ ଭରିଛି ଇଣ୍ଡିଆ ୱାନ ଏୟାରଲାଇନ୍ସର ୯ ସିଟ୍ ବିଶିଷ୍ଟ ବିମାନ। ପ୍ରଥମ ଯାତ୍ରୀ ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉତକେଲା ଯାଇଛନ୍ତି।

Advertisment

ଦିଲ୍ଲୀରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲ ମୋଡରେ ଏହାର ଉଦଘାଟନ କରିଥିଲେ। ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫ୍ଲାଗ ଅଫ୍ କରିଥିଲେ। ଉତକେଲାରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରାରମ୍ଭିକ ଭାବେ ଟିକେଟର ମୂଲ୍ୟ ୯୯୯ ଟଙ୍କା ରଖାଯାଇଛି।

ପ୍ରତିଦିନ ୭ଟା ୧୫ରେ ବିମାନ ଭୁବନେଶ୍ୱରୁ ବାହାରି ସକାଳ ୮ଟା ୨୫ରେ ଉତକେଲାରେ ପହଞ୍ଚିବ । ସେହପରି ଉତକେଲାରୁ ୮ଟା ୫୦ରୁ ବାହାରି ୧୦ଟାରେ ଭୁବନେଶ୍ୱରରେ ପହଞ୍ଚିବ ।

Advertisment
Flight Service
Advertisment
Advertisment