ସଂକ୍ଷେପରେ ଆଜିର ତାଜା ଖବର - Saturday, 17 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କୁମ୍ଭୀର ସହ ଯୁଦ୍ଧ, ଜିତିଲା ମଣିଷ

ଗତ ୨ ମାସରେ କେବଳ ପଟ୍ଟାମୁଣ୍ଡାଇ ଅଞ୍ଚଳରେ କୁମ୍ଭୀର ଓ ମଣିଷ ମୁହାଁମୁହିଁ ହେବାରେ ଏହା ପଞ୍ଚମ ଘଟଣା ବୋଲି କୁହାଯାଉଛି। More

ଏଣିକି ନଥିପତ୍ର ଜଞ୍ଜାଳରୁ ମୁକ୍ତ ହେବ ଜିଲ୍ଲା ଜଜ୍ କୋର୍ଟ

ପେପରଲେସ୍ ହେବ ରାଜ୍ୟର ସମସ୍ତ ଜିଲ୍ଲା ଜଜ୍ କୋର୍ଟ । ଯୋଜନାର ଶୁଭାରମ୍ଭ କଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି । More

ଖୋଲିବ କି ଶ୍ରୀମନ୍ଦିର ରତ୍ନଭଣ୍ଡାର ? ଆମିକସ୍‌କ୍ୟୁରୀ ଦେଲେ ଏମିତି ସୂଚନା

ଆସନ୍ତା ୨୭ରେ ଏନେଇ ହୋଇପାରେ ଆଲୋଚନା । ଶ୍ରୀମନ୍ଦିର ପରିଚାଳନା ବୈଠକରେ ଆଲୋଚନା ସମ୍ଭାବନା । More

ଇଟା ଭାଟି ମାଲିକଙ୍କୁ ଜୁଆଡ଼ି କହୁଛି ପୋଲିସ ! ଜବତ କରିଛି କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା କିନ୍ତୁ କହୁଛି ଅଳ୍ପ

ତେବେ କାହିଁକି ଏଭଳି ଜାଲିଆତି ? ନାନା ପ୍ରଶ୍ନ ଭିତରେ ବଲାଙ୍ଗିର ଏସ୍‌ପିଙ୍କ ସ୍କାନର୍‌ରେ କଣ୍ଟାବାଞ୍ଜି ଏସ୍ଡ଼ିପିଓ । More

ସଫଳ ହେବ କି କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’

ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଅଭିଯାନ ଦେଶବ୍ୟାପୀ ରାଜନୈତିକ ଆଲୋଡନ ସୃଷ୍ଟି କରିଛି। ୫ ମାସ ମଧ୍ୟରେ ଦେଶର ୧୨ଟି ରାଜ୍ୟ ଦେଇ ଏହି ଯାତ୍ରା ଯିବ । ଏହି ଯାତ୍ରା ଦ୍ୱାରା କଂଗ୍ରେସକୁ ଏକ ନୂଆ ପରିଚୟ ମିଳିବ କି? ଏହା ଦଳୀୟ ତଥା ସମର୍ଥକଙ୍କ ମନବଳକୁ ମଜଭୁତ କରିପାରିବ? More

ଯୌନ ନିର୍ଯାତନା ମାମଲାର ଫୈସଲା ଚିନ୍ତା ! ରାଜ୍ୟରେ ୧୯ ହଜାରରୁ ଅଧିକ ମାମଲା ପେଣ୍ଡିଂ

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି । ମାମଲାର ତ୍ୱରିତ ବିଚାର ଲାଗି ଫାଷ୍ଟ ଟ୍ରାକ୍ କୋର୍ଟ ବସେଇବାକୁ ଉଲ୍ଲେଖ । More

ଷଣ୍ଢ ପାଇଁ ଲାଇନ୍‌ଚ୍ୟୁତ ହେଲା ଜନଶତାବ୍ଦୀ ଏକ୍ସପ୍ରେସ୍‌

ଲାଇନଚ୍ୟୁତର କାରଣ ନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ବି ଷଣ୍ଢ ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥିବା କୁହାଯାଉଛି । More

ନାଁକୁ ମାତ୍ର ସହର ! ଏମିତି ଅବସ୍ଥା.. ଥରେ ବୁଲି ଆସିଲେ ଆଉ ଯିବାକୁ ମନ ହେବନି

ବ୍ୟାସନଗରରେ ଯିଏ ବୁଲିବ ସିଏ ହିଁ ଜାଣିପାରିବ ଏଠାରେ କେମିତି ହୋଇଛି ବିକାଶ । ନେତା ଓ ପ୍ରଶାସକ ସମସ୍ତେ ଏ ସମସ୍ୟା ସମ୍ପର୍କରେ ଜାଣିଛନ୍ତି । More

ବାବୁଙ୍କ ମନମୁଖୀ ପାଇଁ ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡ଼ିଲା, ଲୋକେ ବି ହନ୍ତସନ୍ତ..

ଏମିତି ପାରିବା ପଣିଆ ସରକାରୀ ବାବୁ ଆପଣ କୋଉଠି ଦେଖିନଥିବେ । ସାଢେ ସାତ କିଲୋମିଟର ରାସ୍ତା ତିଆରି କଲେ, ହେଲେ ଆଉ ଦେଢ କିମି ରାସ୍ତା ନିର୍ମାଣ ପାଇଁ ଭୁଲି ଗଲେ । More

ପାହାଡ଼ରୁ ଅନବରତ ଝରୂଛି ପାଣି, ତାକୁ ବାଉଁଶରେ ସଂଗ୍ରହ କରି ପିଉଛନ୍ତି ଲୋକେ

ପିଇବା ପାଣିର କୌଣସି ବ୍ୟବସ୍ଥା ନଥିବା କାରଣରୁ ଝରଣା ପାଣିକୁ ବାଉଁଶ ସାହାଯ୍ୟରେ ସଂଗ୍ରହ କରି ଚଳୁଛନ୍ତି ପୂରା ଅଞ୍ଚଳବାସୀ । More

ସଙ୍ଗୀନ୍‌ ଅଭିଯୋଗ ! ଚାଷୀ ଜାଣିନାହାନ୍ତି, ହେଲେ ତାଙ୍କ ନାଁରେ ମେସିନ୍‌ କିଣି ଲୁଟ୍ ହୋଇଛି ଲକ୍ଷାଧିକ ଟଙ୍କା..

ଏକଥା ଆମେ ନୁହେଁ କି ସାର୍ଥକ ବି ନିଜେ କହୁ ନାହାନ୍ତି । ହେଲେ କାଗଜପତ୍ର କହୁଛି ତାଙ୍କ ନାଁରେ କିଣାଯାଇଛି ମେସିନ୍‌ । More

ଓଡ଼ିଶାର ଆଧୁନିକ କଳା ଆନ୍ଦୋଳନରେ ଚନ୍ଦ୍ରଶେଖରଙ୍କ ଭୂମିକା ଅତୁଳନୀୟ

ଦ୍ୱିତୀୟ ଚନ୍ଦ୍ରଶେଖର ରାଓ ସ୍ମାରକୀ ବକ୍ତୃତା ଅନୁଷ୍ଠିତ ହୋଇଯାଇଛି। ‘ଚନ୍ଦ୍ରଶେଖର ଓ ସାଂପ୍ରତିକ କଳା ଆନ୍ଦୋଳନ'କୁ ନେଇ ବକ୍ତୃତା ହୋଇଥିଲା। More

ଲଜ୍‌ରୁ ଟଙ୍କା ଜବତ ଘଟଣାରେ ଆସିଲା ନୂଆ ଟ୍ୱିଷ୍ଟ୍‌

ଜବତ ଟଙ୍କାଠାରୁ ଆହୁରି ଅଧିକ ପ୍ରାୟ ୧୩ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ତେବେ ଗଣତିରେ ଅନିୟମିତତା ହୋଇଥିବା ନେଇ ବଲାଙ୍ଗିର ଏସ୍‌ପି ସ୍ପଷ୍ଟ କରିଛନ୍ତି। More

ଆସିଲା ଲାବୋରେଟୋରି ରିପୋର୍ଟ; ଖୋଲିଲା ନକଲି ମେଡିସିନ୍‌ର ଗୁମର

କଟକରୁ ଜବତ ମେଡିସିନ୍ ନକଲି ବୋଲି ସ୍ପଷ୍ଟ ହୋଇଛି । More

ପରିବାର ବୋଝ ତଳେ ଲୁଚିଗଲା ଅସୁମାରୀ ସ୍ୱପ୍ନ; ସାନ ଭଉଣୀକୁ ମଣିଷ କରିବାକୁ ମୂଲ ଲାଗୁଛନ୍ତି ଲତା

ଲତାଙ୍କ ଦୁଃଖ ଶୁଣୁଛି କିଏ? ବିଛଣାରେ ପଡିଛି ରୋଗୀଣା ମାଆ...ଆରପାରିରେ ବାପା। ସାନଭଉଣୀକୁ ମଣିଷ କରିବା ପାଇଁ ପର ଦୁଆରେ ମୂଳ ଲାଗୁଛି ଲତା ଯେତିକି ଟଙ୍କା ରୋଜଗାର ହେଉଛି ସେତିକିରେ ଚଳୁଛି ପୂରା ପରିବାର। More

ଚୁନା ହେଲା ଲେଡି ଡନ୍‌ ରଞ୍ଜୁ ଘର

ଭୁବନେଶ୍ୱର ନାରାୟଣୀ ବସ୍ତିରେ ଥିବା ଲେଡି ଡ୍ରଗ୍ସ ମାଫିଆ ରଞ୍ଜୁର ଘର ଆଜି ପୋଲିସ୍‌ ଭାଙ୍ଗି ଦେଇଛି। ହାତୁଡ଼ିରେ ପିଟି ଡ୍ରୋଜର ଚଢ଼ାଇ ପୋଲିସ୍‌ ରଞ୍ଜୁର ଘର ଭାଙ୍ଗିଛି।  More

ସମୁଦ୍ର ଗର୍ଭରେ ଲୀନ ହୋଇଯିବ ଶିଆଳୀ ବେଳାଭୂମି !

ଗର୍ଜନ କରି ମାଡି ଆସୁଛି ସମୁଦ୍ର। ଖୋଳି ହୋଇ ଗଲାଣି ୱାଚ୍‌ ଟାୱାର..କେତେବେଳେ ସମୁଦ୍ର ଗର୍ଭରେ ଲୀନ ହେବ ତାହା କହିବା ମୁସ୍କିଲ। ଜୁଆର ଏତେ ମାତ୍ରାରେ ହେଉଛି ଯେ ପଥର କି ବାଲିବସ୍ତା କିଛି ମାନୁନି More

ଆସୁଛି ଲଘୁଚାପ ! ୨୦ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

୧୮ ଏବଂ ୧୯ ତାରିରେ ରାଜ୍ୟରେ ପ୍ରବଳ ବର୍ଷା ( ୭ ରୁ ୧୧ ସେ.ମି.) ହେବାକୁ ଥିବାବେଳେ ୨୦ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ ରୁ ୨୦ ସେ.ମି.) ହୋଇପାରେ। More

ଚାଷୀ ବାପାର ଡାକ୍ତର ପୁଅ

ଏମିତି ପୁଅକୁ ନେଇ କିଏ ବା ନକରିବ ଗର୍ବ? ବାପା ଚାଷୀ, ମାଆ ବିଡି ବାନ୍ଧୁଛନ୍ତି । ପୁଅକୁ ମଣିଷ କରିବା ପାଇଁ ଜମି ବି ବିକ୍ରି କରିଦେଲେ ବାପା। ପରିବାରର ପରିଶ୍ରମ ବୁଝି ମନଦେଇ ପାଠ ପଢିଲା ପୁଅ। ଏବେ ନିଟ୍‌ରେ ସଫଳ ହେବା ପରେ ଡାକ୍ତର ହେବାକୁ ଯାଉଛନ୍ତି ବିଜନ । More

ଖାଦ୍ୟ ନାଁରେ ବିକ୍ରି ହେଉଛି ବିଷ: ‘ସସ୍‌ ବୋତଲର ବ୍ରାଣ୍ଡେଡ୍‌ ଗୋଟିଏ, ହେଲେ ଭିତରେ ଅଲଗା ସସ୍‌’

ଦୋକାନରେ ବିକ୍ରି ହେଉଥିବା ଖାଦ୍ୟର ନମୁନା ପରୀକ୍ଷା କରାଯାଇଥିଲା। ଏହି ସମୟରେ ଖାଦ୍ୟରେ ରଙ୍ଗର ପରିମାଣ ଅଧିକ ବ୍ୟବହୃତ ହେଉଥିବା ସ୍ୱାସ୍ଥ୍ୟ ବିଭାଗ ଟିମ୍ ଦେଖିବାକୁ ପାଇଥିଲେ। More

ବିଶ୍ୱକର୍ମାଙ୍କ ନିଆରା ମୂର୍ତ୍ତି; ମୁଣ୍ଡିଆ ମାରିଲେ ଦେଉଛନ୍ତି ଆଶୀର୍ବାଦ

ଆଜି ହେଉଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ପଲ୍ଲୀଠୁ ସହର ସବୁଠି ବିଶ୍ୱକର୍ମାଙ୍କୁ ଆବାହାନ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । More

ଡିଜିପିଙ୍କ ପରାମର୍ଶ- ଶିଶୁ ଏବଂ ପୀଡ଼ିତାଙ୍କୁ ଭଲ ବ୍ୟବହାର କରିବା ସହ ଅଭିଯୋଗକୁ ଭଲରେ ଶୁଣନ୍ତୁ

ଶିଶୁ ଏବଂ ପୀଡ଼ିତାଙ୍କୁ ଭଲ ବ୍ୟବହାର କରିବା ସହ ଅଭିଯୋଗକୁ ଭଲରେ ଶୁଣି ପଦକ୍ଷେପ ନେବାକୁ ଡିଜିପି ପରାମର୍ଶ ଦେଇଛନ୍ତି। ମହିଳା ଓ ଶିଶୁ ଡେସ୍କକୁ ସୁଦୃଢ କରିବାକୁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି।  More

ବିଜୁ ଏକ୍ସପ୍ରେସ୍‌ ୱେରେ ଭୟଙ୍କର ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

ଦୁର୍ଘଟଣା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଆହତଙ୍କୁ ଯଥାସମ୍ଭବ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ସେ ସୂଚନା ଦେଇଛନ୍ତି। More

ଇମୋସନାଲ ବ୍ଲାକମେଲିଂ: ଶିକାର ବନିଗଲେ ଉଚ୍ଚଶିକ୍ଷିତ ଯୁବତୀ

ସ୍ମାର୍ଟ ସିଟି ଭୁବନେଶ୍ୱରରେ ବି ଭିନ୍ନ ଭିନ୍ନ ତରିକାରେ ଦୁଇ ଜଣଙ୍କୁ ଫସାଇବାରେ ସଫଳ ହୋଇଛନ୍ତି ସାଇବର ଲୁଟେରା। More

ପାର୍ବଣରେ ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତକାରୀଙ୍କୁ ନାହିଁ ନିସ୍ତାର

ରାଜଧାନୀର ପ୍ରସିଦ୍ଧ କିଶୋର ମଟନ ହୋଟେଲକୁ ବୁଲ ଡୋଜର ଚଢାଇ ମାଟିରେ ମିଶାଇ ଦେଇଛି ବିଏମସି More

ପୁଞ୍ଜି ଆଣିବାକୁ ବିଦେଶ ବୁଲୁଛନ୍ତି ସରକାର, ହେଲେ ରାଜ୍ୟରେ ମରି ଯାଉଛି ପୁରୁଣା ସଂସ୍ଥା

ଓଟିଏମ୍ ପୁନରୁଦ୍ଧାର ପ୍ରସଙ୍ଗକୁ ନେଇ ବର୍ଷିଲେ ବିରୋଧୀ । More

ମିଶନ୍ ୨୪ ପାଇଁ ହୁଙ୍କାର ! ସନ୍ତୋଷଙ୍କ ଫର୍ମୁଲା, ଅସମ୍ଭବ ନୁହେଁ ନବୀନଙ୍କୁ ଗାଦିଚ୍ୟୁତ

ଏକ ହୋଇ ଲଢ଼ିବାକୁ ସୁରେଶଙ୍କ ଟ୍ବିଟ୍‌କୁ ନେଇ ଚର୍ଚ୍ଚା । ନବୀନଙ୍କ ୨୫ ବର୍ଷ ସେବାର ବାର୍ତ୍ତା ପହଞ୍ଚାଇବାକୁ ଶଙ୍ଖର ଯୋଜନା। More

ବଡ଼ ଦୁର୍ଘଟଣା ! ବସ୍‌କୁ ପିଟିଲା ହାଇୱା.. ୬ ମୃତ, ୧୦ ଗୁରୁତର

ଘଟଣାସ୍ଥଳନରେ ସାମାନ୍ୟ ଉତ୍ତେଜନା ଦେଖାଯାଇଛି । ଲୋକଙ୍କ ଭିଡ଼ ଜମିଛି । More