• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଲାଇନ୍‌ ଚ୍ୟୁତ ହେଲା ଆଉ ଏକ ଯାତ୍ରୀବାହି ଟ୍ରେନ୍‌ । ଷଣ୍ଢକୁ ଧକ୍କା ଦେଇ ଲାଇନଚୁ୍ୟତ ହେଲା ଜନ ଶତାଦ୍ଦୀ ଏକ୍ସପ୍ରେସ । ଭଦ୍ରକ ଷ୍ଟେସନ୍ ନିକଟରେ ଲାଇନ୍‌ଚ୍ୟୁତ ହେଲା ଜନଶତାବ୍ଦୀ ଏକ୍ସପ୍ରେସ । ଡଗରାସାହି ଲେବଲକ୍ରସିଂ ନିକଟରେ ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା । ହାୱଡ଼ାରୁ ଭୁବନେଶ୍ୱର ଆସୁଥିଲା ଏହି ଟ୍ରେନ୍‌ । ଏହି ସମୟରେ ଭଦ୍ରକ ଡଗରାସାହି ଷ୍ଟେସନ୍‌ ନିକଟରେ ଲାଇନ୍‌ଚ୍ୟୁତ ହୋଇଛି । ଲାଇନଚ୍ୟୁତର କାରଣ ନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ବି ଷଣ୍ଢକୁ ଧକ୍କା ଦେବା ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥିବା କୁହାଯାଉଛି । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।

କିଛି ଦିନ ପୂର୍ବରୁ ଆଉ ଏକ ପାସେଞ୍ଜର ଟ୍ରେନ ଲାଇନ୍‌ଚ୍ୟୁତ ହୋଇଥିଲା । ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ୍‌ର ଏକଥରେ ୪ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା । ଜୟପୁର ଛତ୍ରିପୁଟ ନିକଟରେ ଟ୍ରେନର ଏହି ଦୁର୍ଘଟଣା ଘଟିଥିଲା । ତେବେ ଦୁର୍ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇନଥିଲା । ଗୋଟିଏ ସ୍ଲିପର କ୍ଲାସ ଓ ୩ଟି ଜେନେରାଲ କୋଚ୍ ଲାଇନଚ୍ୟୁତ ହୋଇଥିଲା । ଘଟଣାସ୍ଥଳକୁ ବରିଷ୍ଠ ରେଳ ଅଧିକାରୀ ପହଞ୍ଚିବା ପରେ ମରାମତି କାମ ଆରମ୍ଭ ହୋଇଥିଲା । ଫସିଥିବା ଯାତ୍ରୀମାନଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଥିଲା । ଏହି ଘଟଣାରେ ଜଣେ ସେକ୍ସନ ଇଞ୍ଜିନିୟର ଓ ଜଣେ ଗ୍ୟାଙ୍ଗମ୍ୟାନଙ୍କୁ ସସ୍‌ପେଣ୍ଡ ମଧ୍ୟ କରାଯାଇଥିଲା ।

ସେହିପରି ଗତ ଅଗଷ୍ଟ ୨୨ ତାରିଖ ସଂଧ୍ୟାରେ ଭୁବନେଶ୍ୱର ଷ୍ଟେସନ ୟାର୍ଡରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା । ଚକ୍ରଧରପୁରରୁ ବିଜୟନଗରମ୍ ଯାଉଥିବା ଏକ ସିମେଣ୍ଟ ବୋଝେଇ ମାଲବାହୀ ଟ୍ରେନ୍‌ଟି ଲାଇନରୁ ତଳକୁ ଖସି ଯାଇଥିଲା । ଫଳରେ ଟ୍ରାକ୍ ଓ ଇଲେକ୍‌ଟ୍ରିକ୍ ଲାଇନ କ୍ଷତିଗ୍ରସ୍ତ ହୋଇଥିଲା ।