Advertisment

କୁମ୍ଭୀର ସହ ଯୁଦ୍ଧ, ଜିତିଲା ମଣିଷ

ଗତ ୨ ମାସରେ କେବଳ ପଟ୍ଟାମୁଣ୍ଡାଇ ଅଞ୍ଚଳରେ କୁମ୍ଭୀର ଓ ମଣିଷ ମୁହାଁମୁହିଁ ହେବାରେ ଏହା ପଞ୍ଚମ ଘଟଣା ବୋଲି କୁହାଯାଉଛି।

author-image
Chandan Shishu
Man Injured in Crocodile Attack in Kendrapara

Man Injured in Crocodile Attack in Kendrapara

କୁମ୍ଭୀର ଆଁରୁ ଖସି ନିଶ୍ଚିତ ମୃତ୍ୟୁମୁଖରୁ ଜୀବନ ରକ୍ଷା। ସାହସ, ଲଢେଇ ଓ ଉପସ୍ଥିତ ବୁଦ୍ଧିରୁ ଯାଉ ଯାଉ ବଞ୍ଚିଗଲା ଜୀବନ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ନିମପୁର ଗାଁରେ ପୁଣି ଦେଖାଦେଇଛି କୁମ୍ଭୀର ଆତଙ୍କ। ପୁଣି ମଣିଷ ଶିକାର ବେଳେ ହାରିଛି କୁମ୍ଭୀର, ଜିତିଛି ମଣିଷ। ସମୟ ଆଜି ଭୋର ପ୍ରାୟ ୩ଟା ୪୦ ମିନିଟ୍। ସବୁଦିନ ଭଳି ବଡ଼ି ଭୋରରୁ ଶୌଚ ଓ ସ୍ନାନ ପାଇଁ ବ୍ରାହ୍ଣଣୀ ନଦୀ କୂଳକୁ ବାହାରି ଯାଇଥିଲେ ନିମପୁର ଗାଁର ବବୃବାହନ ଭୂୟାଁ।

Advertisment

ବବୃବାହନ ପାଣିରେ ପଶିବା ମାତ୍ରେ ତାଙ୍କ ଗୋଡ଼କୁ ଧରି ନେଇଥିଲା ଏକ ବିଶାଳକାୟ କୁମ୍ଭୀର। ପରେ ସେ ପାଣିରେ ପଡ଼ିଯିବାରୁ ତାଙ୍କ ଜଂଘକୁ କାମୁଡ଼ି କ୍ଷତାକ୍ତ କରିଥିଲା କୁମ୍ଭୀର। ମୁହଁରେ ପଡ଼ି ନିଶ୍ଚିତ ମୃତ୍ୟୁ ହେବା ଜାଣି, ନିଜ ଭିତରେ ସାହାସ ଜୁଟାଇ ଲଢେଇ କରିଥିଲେ। ବବ୍ରୁ ଉଭୟଙ୍କ ଭିତରେ ପ୍ରାୟ ୧୦ରୁ ୧୫ ମିନିଟ ଧରି ଚାଲିଥିଲା। ଲଢେଇ ଶେଷରେ ନିକଟରେ ଥିବା ଏକ ବାଉଁଶ ଖୁଣ୍ଟକୁ ଧରିଦେବାରୁ ପାଣି ଭିତରୁ ଉପରକୁ ଆସିବାରେ ସଫଳ ହୋଇଥିଲେ ବବ୍ରୁ। ତେବେ ସେତେବେଳକୁ ସେ ଗୁରୁତର ହୋଇସାରିଥିଲେ।

କୁମ୍ଭୀର ଆକ୍ରମଣରେ ଗୁରୁତର ବବୃବାହନ ଏବେ କେନ୍ଦ୍ରାପଡ଼ା ଜିଲ୍ଲା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ନିମପୁର ଗାଁରେ କୁମ୍ଭୀର ଆକ୍ରମଣ ଘଟଣା ନୂଆ ନହେଲେ ବି ଘଟଣା ପାଇଁ ସ୍ଥାନୀୟ ଲୋକେ ବନ ବିଭାଗକୁୁ ଦାୟୀ କରିଛନ୍ତି। ସେମାନଙ୍କ ଅଭିଯୋଗ ଲୋକଙ୍କୁ କୁମ୍ଭୀରଠାରୁ ରକ୍ଷା ଲାଗି ନଦୀ କୂଳରେ ବନ ବିଭାଗ ପକ୍ଷରୁ ସୁରକ୍ଷା ବାଡ଼ ତିଆରି ହୋଇଛି। କିନ୍ତୁ ଗତ ବନ୍ୟାରେ ଏ ବାଡ଼ କ୍ଷତିଗ୍ରସ୍ତ ହେବା ପରେ ଏଥିପ୍ରତି ଆଉ ଦୃଷ୍ଟି ଦେଇନି ବନ ବିଭାଗ। ସୁରକ୍ଷା ବାଡ଼ ମରାମତି ପାଇଁ ଅନୁରୋଧ ପରେ ବନ ବିଭାଗ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ନିମପୁର ବାସିନ୍ଦା।

Advertisment

କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ, ରାଜନଗର, ମହାକାଳପଡ଼ା ଓ ରଜକନିକା ଅଞ୍ଚଳରେ କୁମ୍ଭୀର ଆକ୍ରମଣ ନିତିଦିନିଆ କଥା। ଗତ ୨ ମାସରେ କେବଳ ପଟ୍ଟାମୁଣ୍ଡାଇ ଅଞ୍ଚଳରେ କୁମ୍ଭୀର ଓ ମଣିଷ ମୁହାଁମୁହିଁ ହେବାରେ ଏହା ପଞ୍ଚମ ଘଟଣା ବୋଲି କୁହାଯାଉଛି।

(ରିପୋର୍ଟ: ମନୋଜ ସ୍ବାଇଁ, କେନ୍ଦ୍ରାପଡ଼ା ଓ ପ୍ରବୀର ନାୟକ, ପଟ୍ଟାମୁଣ୍ଡାଇ)

Crocodile Attack Crocodile
Advertisment
Advertisment