• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଝାରସୁଗୁଡ଼ାରେ ବଡ଼ ଦୁର୍ଘଟଣା । ବସକୁ ଜୋରଦାର ପିଟିଲା ହାଇୱା । ଦୁର୍ଘଟଣାରେ ୬ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା । ଏହାସହ ଘଟଣାରେ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି । ସମ୍ବଲପୁର- ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ ୱେରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଜେଏଏସ୍‌ଡବ୍ଲୁ ପ୍ଲାଣ୍ଟର ୬୦ରୁ ଅଧିକ କମ୍ପାନୀରୁ ଶ୍ରମିକଙ୍କୁ ନେଇ ଝାରସୁଗୁଡ଼ା ଫେରୁଥିଲା ବସ୍ । ଏହି ସମୟରେ ସରବାହାଲ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ ଦୁଇଟି ଗାଇକୁ ଧକ୍କା ଦେଇ ଡିଭାଇଡର ଡେଇଁ ବସ୍‌କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ସନ୍ଧ୍ୟା ପ୍ରାୟ ୭ଟା ବେଳେ ଘଟିଛି ।

ତେବେ ଦୁର୍ଘଟଣାର କାରଣ ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ । ଏଥିରେ କାହାର ଭୁଲ ରହିଛି ସେନେଇ କିଛି ସୂଚନା ଦେଇନାହିଁ ପୋଲିସ । ତେବେ ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡ଼ିକୁ ଉଦ୍ଧାର କରିବା ସହ ଆହତଙ୍କୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଅନ୍ୟପଟେ ମୃତଦେହ ଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ତେବେ ସ୍ଥାନୀୟ ଲୋକ ମଧ୍ୟ ଉଦ୍ଧାର କାର୍ଯ୍ୟରେ ପୋଲିସକୁ ସହଯୋଗ କରିଥିଲେ । ଘଟଣାସ୍ଥଳନରେ ସାମାନ୍ୟ ଉତ୍ତେଜନା ଦେଖାଯାଇଛି । ଲୋକଙ୍କ ଭିଡ଼ ଜମିଛି ।