ସଂକ୍ଷେପରେ ଆଜିର ତାଜା ଖବର - Tuesday, 13 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସମୁଦ୍ର ଆଁକୁ ଚାଲିଯିବନି ତ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ?

ଗଭୀର ଚିନ୍ତା ପ୍ରକଟ କଲେ ପରିବେଶବିତ୍ । ପୁରୀ ପ୍ରଶାସନ କହିଲା କରାଯିବ ସ୍ଥାୟୀ ପ୍ରତିକାର । More

ନିର୍ଦ୍ଦୋଷକୁ ରାତି ଅଧିଆ ଉଠାଇ ଆଣିଲା ପୋଲିସ ! ଥାନାରେ ପଶି ନିର୍ଧୁମ ଛେଚିଲେ ଗାଁ ଲୋକ

ଥାନାରେ ଭଙ୍ଗାରୁଜା, ପୋଲିସ କର୍ମଚାରୀ ଲହୁଲୁହାଣ । ଗଂଜେଇ ଚାଲାଣ ମାମଲାରେ ଜଣଙ୍କୁ ଗିରଫ କରିଛି ପୋଲିସ । More

‘କେନ୍ଦୁଝର ମାଟି ଅରିନ୍ଦମଙ୍କ ପରି ଜଣେ ସାହସୀ ପୁଅ ପାଇ ଗର୍ବିତ’

ସାହସୀ ସାମ୍ବାଦିକ ଅରିନ୍ଦମଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଜନ୍ମମାଟିରେ ଅରିନ୍ଦମଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି। କେନ୍ଦୁଝର ରାଇକଳାରେ ଅରିନ୍ଦମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ। More

୨୦୨୪ ଜିତିବାକୁ କର୍ମୀଙ୍କୁ ଟ୍ରେନିଂ ଦେଲା ବିଜେପି, କିଛି ଫରକ ପଡ଼ିବନି କହିଲେ ବିଜେଡି-କଂଗ୍ରେସ

୨୦୨୪ରେ ଓଡ଼ିଶାରେ ବିଜେପି ସରକାର ପାଇଁ କସରତ । ପୁରୀରେ ବିଜେପିର ୩ ଦିନିଆ ପ୍ରଶିକ୍ଷିଣ ଶିବିର । More

ଘର କିଣିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର

ଘର କ୍ରେତାଙ୍କ ଲାଗି ଖୁସି ଖବର। ଚୁକ୍ତି ବେଳର ରେଟ୍ ହିଁ ହେବ ଚୂଡ଼ାନ୍ତ ମୂଲ୍ୟ। ଜିଏସ୍‌ଟି, ସେବାକର ଓ ଡେଭଲପ୍‌ମେଣ୍ଟ୍‌ ଫି ନାଁରେ ଶୋଷଣରୁ ମିଳିବ ମୁକ୍ତି। ବିଲ୍ଡର ନେଇପାରିବେନି ଅଧିକ ମୋଟା ଅଙ୍କର ଟଙ୍କା। More

ବସ ଯାତ୍ରୀଙ୍କ ଠାରୁ ଜବତ ହେଲା ୩୩ ଲକ୍ଷରୁ ଅଧିକ ଟଙ୍କା

ଗଂଜେଇ ଯାଞ୍ଚ ବେଳେ ମିଳିଲା ବିଡ଼ା ବିଡ଼ା ନୋଟ୍। ବସ୍‌ଯାତ୍ରୀଙ୍କ ଠାରୁ ମିଳିଛି ଏହି ଟଙ୍କା। ଏହାର ପରିମାଣ ୩୩ ଲକ୍ଷରୁ ଅଧିକ। କୁଆଡ଼େ ନେଉଥିଲେ ଏତେ ପରିମାଣର ନୋଟ୍ ? ପାର୍ବଣ ପୂର୍ବରୁ ଅପରାଧୀଙ୍କ ଗତିବିଧିକୁ ନେଇ ଚିନ୍ତା ଘାରିଛି। More

ସିକନ୍ଦରାବାଦ୍‌ ନିଆଁରେ ପୋଡ଼ି ଚାଲିଗଲା ଓଡ଼ିଆ ଦମ୍ପତିଙ୍କ ଜୀବନ

ଗତ ରାତିରେ ଲଜ୍ ତଳେ ଥିବା ଇଲେକ୍ଟ୍ରିକ୍‌ ସ୍କୁଟି ସୋରୁମ୍‌ରେ ଲାଗିଥିଲା ନିଆଁ । More

ଟ୍ରକ୍‌ ଚୋରି ଘଟଣାରେ ବିଜେଡି ଯୁବ ନେତା ଗିରଫ

ଅଶ୍ୱଜିତଙ୍କ ଗିରଫକୁ ନେଇ ଯାଜପୁର ଜିଲ୍ଲା ବିଜେପି ପକ୍ଷରୁ ବିଜେଡିକୁ ଟାର୍ଗେଟ କରାଯାଇଛି । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।  More

ଶୁଣିଲାନି ପ୍ରଶାସନ; ଗାଁ ଲୋକ ଏକାଠି ହେଲେ, ଶିଆଳି ଲଟାରେ ପୋଲ ତିଆରି କଲେ

ଗୁହାରି, ଦରଖାସ୍ତ ଦେଇ ଦେଇ ଶୁଣିଲାନି ପ୍ରଶାସନ। ଏକାଠି ହେଲେ ଗାଁ ଲୋକେ, କାଠକୁ ଶିଆଳି ଲଟାରେ ବାନ୍ଧି ତିଆରି କଲେ ପୋଲ। ବିନା ସିମେଣ୍ଟ ଖୁଣ୍ଟରେ ତିଆରି ହେଲା ପୋଲ। ଲୋକେ କହିଲେ, ଏ ସରକାର ଥିବା ପର୍ଯ୍ୟନ୍ତ ପୋଲ ହେବନି। More

ଟେଲରିଂ କରି ଘର ଚଳାଉଥିଲେ ସୁରେନ୍ଦ୍ର, ଜ୍ୱରରେ ଚାଲିଗଲା ଜୀବନ ! ଏବେ ପୁରା ପରିବାର ଅସହାୟ

ଘରେ ଏକମାତ୍ର ରୋଜଗାରିଆ ଥିଲେ ସ୍ୱାମୀ ନରେନ୍ଦ୍ର ନାୟକ । ସେ ଚାଲିଯିବା ପରେ ମୁଣ୍ଡ ଉପରେ ଛାତ ନାହିଁ କି ପେଟକୁ ଦାନା ନାହିଁ । More

ନେତା ଓ ପ୍ରଶାସକଙ୍କ ମଧ୍ୟରେ ବିବାଦ ! ଅଳିଆ ଉଠାଇଲେନି ସଫେଇ କର୍ମଚାରୀ

ନେତା ଓ ପ୍ରଶାସକଙ୍କ ମଧ୍ୟରେ ତିକ୍ତତା। ଅଳିଆ ଆବର୍ଜନାରେ ଫୁଲ୍ ହେଲା ତାଳଚେର ସହର...ସଫେଇ କର୍ମଚାରୀଙ୍କ ସାଙ୍ଘାତିକ ଅଭିଯୋଗ। କହିଲେ, ଦୁଇ ବେଳ କାମ କରୁଛୁ ଗୋଟିଏ ବେଳର ଦରମା ପାଉଛୁ। ପୂଜା ଗଲା ହେଲେ ବୋନସ ମିଳିଲାନି.. More

ଗଞ୍ଜେଇ ଧରିବାକୁ ହୋଇଥିଲା ଚଢ଼ାଉ, ମିଳିଲା ପୁଳା ପୁଳା ଟଙ୍କା ବିଡ଼ା

ସଂପୃକ୍ତ ବ୍ୟକ୍ତି ବସ୍‌ରେ ବ୍ରହ୍ମପୁରରୁ କଟକ ଯାଉଥିଲା ବୋଲି ପୋଲିସ ଆଗରେ କହିଛି । More

ଦୁଇ ଦୁଇଟି ସନ୍ଦେହଜନକ ମୃତ୍ୟୁ ! ହଠାତ୍‌ କାହିଁକି କଲେ ଆତ୍ମହତ୍ୟା ?

ବୌଦ୍ଧ କଣ୍ଟାମାଳ ବ୍ଲକ ପ୍ରୋଜେକ୍ଟ କୋର୍ଡିନେଟର ଠାକୁର ବେହେରାଙ୍କ ସନ୍ଦେହଜନଙ୍କ ମୃତ୍ୟୁ ହୋଇଛି । ବ୍ଲକ କଲୋନୀ ସ୍ଥିତ ସରକାରୀ ବାସଭବନରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । More

ହଷ୍ଟେଲ୍‌ ରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଛାତ୍ରଙ୍କ ମୃତଦେହ

ଛାତ୍ର ଜଣଙ୍କ ଏକ ଘରୋଇ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ଥିଲେ ବୋଲି ଜଣାପଡ଼ିଛି। ଗତକାଲି ସମ୍ପୃକ୍ତ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। More

ଭୁବନେଶ୍ୱର ଏୟାରପୋର୍ଟ ପରିସରରେ ଭୟଙ୍କର ଦୁର୍ଘଟଣା: ଡିଭାଇଡରରେ ପିଟି ହୋଇ ୨୦ ଫୁଟ ଉପରକୁ ଉଠିଲା କାର୍‌, ତା’ପରେ...

ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ୩ଟା ସମୟରେ ଭୁବନେଶ୍ୱର ଏୟାରପୋର୍ଟ ପରିସର ନିକଟରେ ଏହି ଛାତିଥରା ଦୁର୍ଘଟଣା ଘଟିଛି। ଯଦିଓ ଏହି ମର୍ମନ୍ତୁଦ ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି, ତେବେ ହାଇ ସିକ୍ୟୁରିଟି ଜୋନ୍‌ରେ ଏଭଳି ଦୁର୍ଘଟଣାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।  More

ଗୋଟିଏ ପରେ ଗୋଟିଏ ମୁଣ୍ତ ନେଉଛି ଅଜଣା ରୋଗ: ୧୨ ଦିନରେ ନେଲାଣି ୮ ଜୀବନ

ମାଲକାନଗିରିରେ ଅଜଣା ରୋଗର ଭୟ । ଅଜଣା ରୋଗରେ ୭ବର୍ଷର ଶିଶୁର ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି । More

କୁଆଖାଇ ନଦୀ ଶଯ୍ୟାରେ ସୂର୍ଯ୍ୟକିରଣ ସୋ’; ଚାଲିଛି ଜୋରଦାର ପ୍ରସ୍ତୁତି

ବାୟୁସେନା ପକ୍ଷରୁ ଓଡ଼ିଶାରେ ଏହି ଚିତାକର୍ଷକ ସୂର୍ଯ୍ୟକିରଣ ସୋ’ ପ୍ରଦର୍ଶିତ ହେବ ।  More

CMC କାଉନ୍‌ସିଲ୍‌ ମିଟିଂରେ ମେୟରଙ୍କୁ କଳା ପତାକା ପ୍ରଦର୍ଶନ

CMC କାଉନସିଲ ବୈଠକରେ ମେୟରଙ୍କୁ ଟାର୍ଗେଟ କଲେ ବିଜେପି କର୍ପୋରେଟର୍‌ । ବୈଠକ ଚାଲିଥିବାବେଳେ କଳା ପତାକା ପ୍ରଦର୍ଶନ କରିବା ସହ ହଲ୍ ମଝିକୁ ଆସି ବିଜେପି କର୍ପୋରେଟରମାନେ ବିଭିନ୍ନ ସମସ୍ୟାକୁ ନେଇ ମେୟରଙ୍କୁ ବିରୋଧ କରିଛନ୍ତି । More

ମହଙ୍ଗା ପଡ଼ିଲା ରାତି ଅଧିଆ ରେଡ୍‌, ପୋଲିସ୍‌କୁ ତଳେ ପକାଇ ଖୋବି ପକାଇଲେ...

ଥାନାରେ ପଶି ଉତ୍ତ୍ୟକ୍ତ ଲୋକ ପୋଲିସ୍‌କୁ ନିସ୍ତୁକ ମାଡ଼ ମାରିଛନ୍ତି। ଏପରିକି ତଳେ ପକାଇ ପୋଲିସ୍‌କୁ ମାଡ଼ ମାରିଥିବା ଦେଖିବାକୁ ମିଳିଛି। ପୋଲିସ୍‌ର ରାତି ଅଧିଆ ଚଢଉକୁ ବିରୋଧ କରି ଲୋକଙ୍କ ଆକ୍ରୋଶ ବଢ଼ିଥିଲା। More

ଘର କିଣିବା ପାଇଁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର, ରିଅଲ୍‌ ଇଷ୍ଟେଟ୍ ନିୟମରେ ବଡ଼ ପରିବର୍ତ୍ତନ...

ଏଣିକି ରିଅଲ୍‌ ଇଷ୍ଟେଟ୍ ସଂସ୍ଥା ଘର/ ଜମି କ୍ରେତାଙ୍କ ଠାରୁ ଜିଏସ୍‌ଟି, ସେସ୍କି ଅନ୍ୟାନ୍ୟ ଟିକସ ନେଇ ପାରିବେନି। ସେମାନେ ଘର ମୂଲ୍ୟ ବାଦ୍ କିଛି ଟିକସ ନେଇପାରିବେନି। More

ଯମ ପରି ମାଡ଼ି ଆସିଲା, ଆଖି ଆଗରେ ଚଢ଼ିଗଲା: ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ଚଢ଼ିଗଲା ଡମ୍ପର

ଜାତୀୟ ରାଜପଥରେ ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ଏକ ଡମ୍ପର ଚଢ଼ି ଯାଇଛି। ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।  More

ପହଁରିକି ପଳାଇ ଆସିଲେ ସ୍ୱାମୀ, ପାଣିରେ ବୁଡ଼ିଗଲେ ସ୍ତ୍ରୀ

ସ୍ୱାମୀର ଆଖି ସାମ୍ନାରେ ସ୍ତ୍ରୀର ଜୀବନ ଚାଲି ଯାଇଛି। ସ୍ୱାମୀ,ସ୍ତ୍ରୀ କାର୍‌ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତାକଡ଼ରେ ଥିବା ପୋଖରୀ ଭିତରକୁ ପଶି ଯାଇଥିଲା।  More

ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତା ୧୮ ତାରିଖରୁ ପୁଣି ରାଜ୍ୟରେ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି। ସେପ୍ଟେମ୍ବର ୧୮ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। More

ମିଳୁନି ସହମତି; ଝୁଲି ରହିଛି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଭାଗ୍ୟ

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟାଳୟ ଇସ୍ୟୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ, ଏହା ପଶ୍ଚିମ ଓଡ଼ିିଶା ଲୋକଙ୍କ ଭାବାବେଗ ସହ ଜଡିତ ଥିବାରୁ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି । More

ଉଗ୍ର ହେଉଛି ସମୁଦ୍ର ! ଲହଡ଼ି ମାଡ଼ରେ ପୁରୀ-କୋଣାର୍କ ମରିନ୍ ଡ୍ରାଇଭ୍‌ର ଭୁଶୁଡ଼ିଲା ଗାଡର୍ଓାଲ୍

ବାଲିବସ୍ତା ଓ ବହ୍ଲା ଦେଇ ରୋକିବାକୁ ପ୍ରୟାସ । ଜଗତସିଂହପୁର ଶିଆଳି ବେଳାଭୂମିରେ ଧୋଇଗଲା ଭ୍ୟୁ ଟାଓ୍ୱାର ଚଟାଣ  । More

ଧନ୍ୟ ଆମ ସ୍ମାର୍ଟସ୍କୁଲ ବ୍ୟବସ୍ଥା ! ଆଲମିରା ସାଜିଛି ଏଠି କଳାପଟା

ସାଲେପୁରରେ ଶିବ ମନ୍ଦିରରେ ପାଠ ପଢୁଛନ୍ତି ପିଲା । ସ୍କାର୍ଟସ୍କୁଲ୍ ନାଁରେ ଭେଳିକି ଦେଖାଉଛନ୍ତି କି ରାଜ୍ୟ ସରକାର? More

ମହାବାହୁଙ୍କ ପାଖକୁ ଫେରିବ କି କୋହିନୂର?

କୋହିନୂରକୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଆଣିବା ଲାଗି ଚାଲିଛି ଉଦ୍ୟମ । More

ବାରବାଟୀରେ ଖେଳିବେ କ୍ରିକେଟ୍ ଲିଜେଣ୍ଡସ୍‌

କଟକ ବାରବାଟୀ ମୈଦାନରେ ଭେଟେରାନଙ୍କୁ ଆକ୍ସନରେ ଦେଖିବାକୁ ମିଳିବ । More