• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମାଲକାନଗିରିରେ ଅଜଣା ରୋଗର ଭୟ । ଆଜି ଆଉ ଜଣଙ୍କର ଏନେଇ ମୃତ୍ୟୁ ହୋଇଛି । ଆଜି ସକାଳେ ଅଜଣା ରୋଗରେ ୭ବର୍ଷର ଶିଶୁର ମୃତ୍ୟୁ ହୋଇଛି ।  ଗତକାଲି ସ୍କୁଲରୁ ଫେରିବା ପରେ ଶିଶୁଟି ଗୁରୁତର ହୋଇ ପଡିଥିଲା । ଆଜି ସକାଳେ ତାହାର ମୃତ୍ୟୁ ହୋଇଛି ।

ଏହି ଘଟଣା ପରେ ମାଲକାନଗିରି ମାଥିଲି ବ୍ଲକ ହଳଦୀକୁଣ୍ଡରେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ୯ଜଣ ରୋଗୀଙ୍କୁ ବୁଝାସୁଝା କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଡାକ୍ତରୀ ଟିମ୍ ହଳଦୀକୁଣ୍ଡ ଗାଁରେ ପହଞ୍ଚି ଚିକିତ୍ସା କରିବା ସହ ସେମାନଙ୍କୁ ବୁଝାଇସୁଝାଇ ମେଡିକାଲକୁ ଆଣିଛନ୍ତି । ଏଥିସହ ଏକ ମେଡିକାଲ ଟିମ୍ ସେଠାରେ ରହି ସ୍ଥିତି ଉପରେ ନଜର ରଖିଛନ୍ତି ।

ମାଲକାନଗିରି, କୋରାପୁଟ ପରେ ନବରଙ୍ଗପୁର ଚନ୍ଦାହାଣ୍ଡିରେ ମଧ୍ୟ ଅଜଣା ରୋଗ ଆତଙ୍କ ଦେଖିବାକୁ ମିଳିଛି । କିଛିଦିନ ତଳେ ଗାଁର ଗୋଟିଏ ପରିବାରର ୪ ଜଣଙ୍କ ଏନେଇ ମୃତ୍ୟୁ ହୋଇଛି । ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁକୁ ନେଇ ଚନ୍ଦାହାଣ୍ଡି ଗମ୍ଭାରୀଗୁଡା ଭୋଇପାରା ସାହିରେ ଚାଞ୍ଚଲ୍ୟ । ଆତଙ୍କିତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ ।