Advertisment

ହଷ୍ଟେଲ୍‌ ରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଛାତ୍ରଙ୍କ ମୃତଦେହ

ଏକ ଘରୋଇ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ଥିଲେ ବୋଲି ଜଣାପଡ଼ିଛି। ଗତକାଲି ସମ୍ପୃକ୍ତ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Student Suicide In Bhubaneswar

Student Suicide In Bhubaneswar

ରାଜ୍ୟରେ ଦିନକୁ ଦିନ ଆତ୍ମହତ୍ୟା ମାମଲା ବଢ଼ିବାରେ ଲାଗିଛି। ଗତ କିଛି ବର୍ଷ ଧରି ରାଜ୍ୟରେ ଆତ୍ମହତ୍ୟା ପ୍ରବଣତା ବଢିବାରେ ଲାଗିଛି। ଯୁବପିଢ଼ିମାନେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଆପଣାଉଥିବା ଦେଖିବାକୁ ମିଳିଛି। କିଛିଦିନ ପୂର୍ବେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ରେଲୱେ କଲୋନୀରେ ଜଣେ ବି.ଟେକ୍‌ ଛାତ୍ରୀ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ଆଉ ଜଣେ କଲେଜ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଇନଫୋଭ୍ୟାଲି ଥାନା ଅଞ୍ଚଳରେ ଥିବା ଏକ ଘରୋଇ କଲେଜ ହଷ୍ଟେଲରୁ ସମ୍ପୃକ୍ତ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। 

Advertisment

ସେ ଏକ ଘରୋଇ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ଥିଲେ ବୋଲି ଜଣାପଡ଼ିଛି। ଗତକାଲି ସମ୍ପୃକ୍ତ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ହଷ୍ଟେଲ୍‌ ରୁମ୍‌ରୁ ଉକ୍ତ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ଏହା ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ମୃତ୍ୟୁର କାରଣ ଜଣାପଡ଼ିନି। କେଉଁ କାରଣ ପାଇଁ ଛାତ୍ର ଜଣକ ଏଭଳି ଚରମ ପଦକ୍ଷେପ ନେଲେ ତାହା ଅସ୍ପଷ୍ଟ ରହିଛି। ପୋଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି। ଆଜି ସକାଳେ ମୃତ ଛାତ୍ରଙ୍କ ପରିବାର ଲୋକ କଲେଜରେ ପହଞ୍ଚିଥିବା ସୂଚନା ମିଳିଛି।

ସୂଚନାଥାଉ କି, ଏନସିଆରବିର ତଥ୍ୟ କହୁଛି ରାଜ୍ୟରେ ପ୍ରତିଦିନ ହାରାହାରି ୧୫ରୁ ଅଧିକ ଆତ୍ମହତ୍ୟା କରୁଛନ୍ତି । ପ୍ରତି ଲକ୍ଷେ ଲୋକଙ୍କ ମଧ୍ୟରୁ ବର୍ଷକୁ ୧୨ ଜଣ ଆତ୍ମହତ୍ୟା କରୁଛନ୍ତି । ଏନସିଆରବିର ସଦ୍ୟତମ ଆକ୍ସିଡେଣ୍ଟାଲ୍ ଡେଥ୍ସ ଆଣ୍ଡ ସୁଇସାଇଡ୍ସ ଇନ୍ ଇଣ୍ଡିଆ-୨୦୨୧ ରିପୋର୍ଟରୁ ମିଳିଥିବା ତଥ୍ୟ କହୁଛି, ୨୦୨୧ରେ ରାଜ୍ୟରେ ଆତ୍ମହତ୍ୟା କରିଛନ୍ତି ୫ ହଜାର ୬୫୧ ଜଣ । ଏହା ୨୦୨୦ରେ ଆତ୍ମହତ୍ୟା କରିଥିବା ୫ ହଜାର ୫୪୬ ଜଣଙ୍କ ତୁଳନାରେ ୨ ପ୍ରତିଶତ ଅଧିକ। 

Advertisment
Student Suicide Student Ends Life
Advertisment
Advertisment