/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662995248.jpg)
Puri-Konark Marine Drive
ଘୁ ଘୁ ଗର୍ଜନ କରି ମାଡ଼ି ଆସୁଛି ସମୁଦ୍ର । ସ୍ଥଳଭାଗ ମୁହାଁ ଉଛୁଳା ଢେଉ ସହ ଭୟଙ୍କର ଶବ୍ଦ ଆଉ କ୍ଷୀପ୍ର ବେଗ । ସମୁଦ୍ରର ଏଭଳି ଉଗ୍ର ରୂପ, ଆଗରୁ କେବେ ଦେଖାଯାଇନଥିଲା । ଦୁଇ ଦିନ ହେଲାଣି ସାମୁଦ୍ରିକ ଜୁଆର କୂଳ ଖାଇବାରେ ଲାଗିଛି । ଫଳରେ କୋଣାର୍କ-ପୁରୀ ମେରାଇନ୍ ଡ୍ରାଇଭ୍ ପ୍ରତି ଘନେଇଲାଣି ବିପଦ। ମେରାଇନ୍ ଡ୍ରାଇଭ୍ର ଇକୋ ରିଟ୍ରିଟ୍ ହେଉଥିବା ସ୍ଥାନର ସ୍ଥିତି ସାଂଘାତିକ । ସମୁଦ୍ର କୂଳ ଲଂଘି ବେଳାଭୂମି ସୁରକ୍ଷା ପ୍ରାଚୀରକୁ ଭାଙ୍ଗି ଦେଇଛି । ଆଜି ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି ପୁରୀ ଉପଜିଲ୍ଲାପାଳ । ଗାର୍ଡ ୱାଲ ଭୁଶୁଡି ପଡ଼ିଥିବା ସ୍ଥାନରେ ବହ୍ଲା ପୋତି ଓ ବାଲିବସ୍ତା ପକାଇ ଜୁଆର ରୋକିବାକୁ ଉଦ୍ୟମ କରାଯାଉଛି ।
ସେହିଭଳି ଜଗତସିଂହପୁର ଏରସମା ବ୍ଳକ୍ ଶିଆଳି ବେଳାଭୂମିର ବି କୂଳ ଖାଇବାରେ ଲାଗିଛି ସମୁଦ୍ର । ଜୁଆର ମାଡରେ ଭ୍ୟୁ-ଟାଓ୍ୱାର ଚଟାଣର କିଛି ଅଂଶ ଧୋଇଗଲାଣି । ଫଳରେ ଟାଓ୍ୱାର ପ୍ରତି ବିପଦ ଦେଖାଦେଇଛି । ଗତବର୍ଷ ଲଘୁଚାପ ଯୋଗୁ ଅଶାନ୍ତ ସମୁଦ୍ରର ଢେଉ ମାଡ଼ି ଆସି ଟାଓ୍ୱାର ତଳଭାଗ କ୍ଷତିଗ୍ରସ୍ତ ହୋଇଥିଲା । ପାଖ ଗାଁରେ ପାଣି ମଧ୍ୟ ପଶିଥିଲା । ବାଲିବସ୍ତା ପକାଇ ପ୍ରଶାସନ ଜୁଆର ରୋକିବାକୁ ଉଦ୍ୟମ କରିଥିବା ବେଳେ ଏବେ ପୁଣି ଦେଖାଦେଇଛି ସମୁଦ୍ରର ଉଗ୍ର ରୂପର ଆତଙ୍କ ।
ସେପଟେ ଗଂଜାମ ର ପୋଡମପେଟା, ରାମେୟାପାଟଣା ଏବଂ ଛତ୍ରପୁରର ଆର୍ଯ୍ୟପଲ୍ଲୀ ଭଳି ସମୁଦ୍ର କୂଳିଆ ଅଂଚଳକୁ ସମୁଦ୍ର ଧିରେ ଧିରେ ଗିଳିବାକୁ ବସିଲାଣି । ସମୁଦ୍ର ଗର୍ଭରେ ଲୀନ ହୋଇଗଲାଣି ଶହ ଶହ ଘର । ତେବେ କଣ ପାଇଁ ଦିନକୁ ଦିନ କରାଳ ହେଉଛି ସମୁଦ୍ରର ରୂପ ? କୂଳ ଲଂଘି ଜନବସତି ଆଡ଼କୁ କାହିଁକି ମାଡ଼ି ଆସୁଛି ଜୁଆର ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)