/odishatv-khabar/media/post_attachments/uploadimage/library/16_9/16_9_0/s_1663046574.jpg)
Mob Barges Into Police Station After Breaking Open Gate And Thrashes Police Officials
ଆଦିବାସୀଙ୍କ ଘରେ ରାତି ଅଧିଆ ଚଢ଼ଉ କରି ଗିରଫ ଏବଂ ମିଥ୍ୟା ମାମଲା ରୁଜୁ ପ୍ରତିବାଦରେ ତାତିଲେ ଲୋକେ। ୬ଟି ପଞ୍ଚାୟତର ଆଦିବାସୀ ଅଡ଼ବା ଥାନା ଘେରାଉ କରିବା ସହ ପୋଲିସ୍ ଉପରକୁ ଆକ୍ରମଣ କରିବା ସହ ଭଙ୍ଗାରୁଜା କରିଛନ୍ତି। ଥାନାରେ ପଶି ଉତ୍ତ୍ୟକ୍ତ ଲୋକ ପୋଲିସ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଏପରିକି ତଳେ ପକାଇ ପୋଲିସ୍କୁ ମାଡ଼ ମାରିଥିବା ଦେଖିବାକୁ ମିଳିଛି। ପୋଲିସ୍ର ରାତି ଅଧିଆ ଚଢଉକୁ ବିରୋଧ କରି ଲୋକଙ୍କ ଆକ୍ରୋଶ ବଢ଼ିଥିଲା।
ସୂଚନା ଅନୁସାରେ, ଗତକାଲି ଝରଣପୁର ଗାଁରେ ରାତି ଅଧିଆ ଚଢ଼ାଉ କରି ପୋଲିସ୍ ଜଣେ ବ୍ୟକ୍ତିଙ୍କୁ ଉଠାଇ ଆଣିଥିଲା। ଗଞ୍ଜେଇ କାରବାର ମାମଲାରେ ପୋଲିସ୍ ଉଠାଇ ନେଇଥିବା ଅଭିଯୋଗ ହୋଇଥିବା ବେଳେ ପୋଲିସ୍ ବିରୋଧରେ ଲୋକମାନେ ପାଲଟା ଅଭିଯୋଗ ଆଣିଛନ୍ତି। ମିଛ ମାମଲା ରୁଜୁ କରି ପୋଲିସ୍ ଉଠାଇ ନେଇଥିବା ଲୋକେ ଅଭିଯୋଗ କରିଛନ୍ତି।
#ଥାନାରେ_ପଶି_ପୋଲିସ୍କୁ_ପିଟିଲେ#ତଳେ_ପକାଇ_ଖୋବି_ଚାଲିଲେ
ରାତି ଅଧିଆ ଚଢ଼ଉ କରି ଗିରଫ ଏବଂ ମିଥ୍ୟା ମାମଲା ରୁଜୁ ପ୍ରତିବାଦରେ ତାତିଲେ ଆଦିବାସୀ। ଅଡ଼ବା ଥାନା ଘେରାଉ ସହ ପୋଲିସ୍ ଉପରକୁ ଆକ୍ରମଣ...#Ganjam#Odishapic.twitter.com/xLYU8ACCFG— ଓଟିଭି (@otvkhabar) September 13, 2022
ପୋଲିସ୍ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆଜି ୬ ଖଣ୍ଡ ପଞ୍ଚାୟତର ଶତାଧିକ ଆଦିବାସୀ ମହିଳା ଓ ପୁରୁଷମାନେ ଥାନା ସମ୍ମୁଖରେ ପ୍ରତିବାଦ କରିବା ସହ ତୁରନ୍ତ ମାମଲା ପ୍ରତ୍ୟାହାର କରିବାକୁ ଦାବି ହୋଇଛି। ଲୋକଙ୍କ ଆକ୍ରମଣ ଭୟରେ ଅଡ଼ବା ଥାନା କର୍ମଚାରୀ ଶୂନ୍ୟ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)