Advertisment

ଘର କିଣିବା ପାଇଁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର, ରିଅଲ୍‌ ଇଷ୍ଟେଟ୍ ନିୟମରେ ବଡ଼ ପରିବର୍ତ୍ତନ...

ଏଣିକି ରିଅଲ୍‌ ଇଷ୍ଟେଟ୍ ସଂସ୍ଥା ଘର/ ଜମି କ୍ରେତାଙ୍କ ଠାରୁ ଜିଏସ୍‌ଟି, ସେସ୍ କି ଅନ୍ୟାନ୍ୟ ଟିକସ ନେଇ ପାରିବେନି। ସେମାନେ ଘର ମୂଲ୍ୟ ବାଦ୍ କିଛି ଟିକସ ନେଇପାରିବେନି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Real Estate New Rules

Good news for home-buyers in Odisha

ଘର ମୂଲ୍ୟ ଉପରେ ଟିକସ ଦେବେନି ଗ୍ରାହକ। ଯେପରି ରିଅଲ୍‌ ଇଷ୍ଟେଟ୍ ସଂସ୍ଥା ଅତିରିକ୍ତ ଦେୟ ଚାର୍ଜ କରି ଠକି ପାରିବେନି, ସେନେଇ ଓଡିଶା ରିଅଲ ଇଷ୍ଟେଟ୍ ନିୟମରେ ସଂଶୋଧନ କରାଯାଇଛି।

Advertisment

ସଂଶୋଧିତ ନିୟମାନୁଯାୟୀ, ଏଣିକି ରିଅଲ୍‌ ଇଷ୍ଟେଟ୍ ସଂସ୍ଥା ଘର/ ଜମି କ୍ରେତାଙ୍କ ଠାରୁ ଜିଏସ୍‌ଟି, ସେସ୍‌ କି ଅନ୍ୟାନ୍ୟ ଟିକସ ନେଇ ପାରିବେନି। ସେମାନେ ଘର ମୂଲ୍ୟ ବାଦ୍ କିଛି ଟିକସ ନେଇପାରିବେନି। ରିଅଲ୍‌ ଇଷ୍ଟେଟ୍ ସଂସ୍ଥା ଘରର ନିର୍ମାଣ ଖର୍ଚ୍ଚ, ଟିକସକୁ ମିଶାଇ ଘରର ମୂଲ୍ୟ ଧାର୍ଯ୍ୟ କରିବେ।

ତେବେ ଧାର୍ଯ୍ୟ ସମୟ ଠାରୁ ବିଳମ୍ବରେ ପ୍ରକଳ୍ପ ଶେଷ ହେଲେ କ୍ରେତା ଘର ପାଇଁ ଅଧିକ ଅର୍ଥ ଦେବେନି। ଏନେଇ ରିଅଲ୍‌ ଇଷ୍ଟେଟ୍ ସଂସ୍ଥା ମଧ୍ୟ ବାଧ୍ୟ କରିପାରିବେ ନାହିଁ। ଆପାର୍ଟମେଣ୍ଟରେ ସର୍ବସାଧାରଣ ବ୍ୟବହାର ପାଇଁ ଥିବା ଅଞ୍ଚଳ ଗୁଡ଼ିକୁ ପୃଥକ ପୃଥକ କରି ବିକ୍ରି କରାଯାଇପାରିବ ନାହିଁ। ଏହାଦ୍ୱାରା ବିଲ୍‌ଡର୍‌ମାନେ ପାର୍କିଂ ଅଞ୍ଚଳ ବାବଦକୁ ଯେଉଁ ଅର୍ଥ ନେଉଥିଲେ ତାହା ନେଇପାରିବେନି। ସମସ୍ତେ ସବୁ ଅଞ୍ଚଳକୁ ବ୍ୟବହାର କରିପାରିବେ।

Advertisment

ପାର୍କିଂ ଅଞ୍ଚଳରେ କୌଣସି କଟକଣା ରହିବନି। ସର୍ବସାଧାରଣ ସ୍ଥାନରେ ଅଗ୍ନି ନିର୍ବାପକ ସରଞ୍ଜାମ ଲାଗିଥିଲେ ଏହା ବାବଦକୁ ବିକ୍ରେତା ଅତିରିକ୍ତ ଅର୍ଥ ନେଇପାରିବେନି। ଗ୍ରାହକଙ୍କୁ ସୁହେଇଲା ଭଳି ଓଡିଶା ରିଅଲ ଇଷ୍ଟେଟ୍ ନିୟମରେ କିଛି ସଂଶୋଧନ କରାଯାଇଛି। 

Home Buyers Real Estate Rules
Advertisment
Advertisment