ସଂକ୍ଷେପରେ ଆଜିର ତାଜା ଖବର - Wednesday, 25 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ

ବିରାଜଙ୍କ ପରଲୋକ ନେଇ ସାନ ପୁଅ ଅର୍ଣ୍ଣବ ଦାସଙ୍କ ସୂଚନା । ଅନେକ ଟିଭି ସିରିୟଲ ଓ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରିଥିଲେ ବିରାଜ । More

କାଳ ହେଲା କଳିଙ୍ଗା ! ଏଣିକି ବାହାର ଗାଡ଼ିକୁ ଘାଟି ରାସ୍ତା ଦେଇ ଯିବା ମନା

ବିଲମ୍ବିତ ରାତିରେ ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଭଞ୍ଜନଗର ଓ ଜି.ଉଦୟଗିରି ପୋଲିସ । ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ପହଞ୍ଚି ବସ୍‌ରୁ ଜଣକ ପରେ ଜଣେ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । More

ଅଜଣା ପଲ୍ଲୀରୁ ଅନ୍ତର୍ଜାତୀୟ ମଞ୍ଚରେ ଚମକିବେ ଦୁଇ ଓଡ଼ିଆ ପୁଅ

ସୂଦୁର କଳାହାଣ୍ଡି ଜିଲ୍ଲାରୁ କଲମ୍ବିଆ ଯିବେ ଲାଲୁ । ଆଉ ଏଥିପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜୋରଦାର ଅଭ୍ୟାସ ଚଳାଇଛନ୍ତି । ସେହିପରି ଆଉ ଜଣେ ବଣ ମଲ୍ଲୀ ହେଲେ ସୁନ୍ଦରଗଡ଼ ନୂଆ ଗାଁ ବ୍ଲକ ବାରିଲେପଟା ଗାଁର ଆର୍ୟନ୍ ଏକା । ଆର୍ୟନ ଏବେ ଭାରତୀୟ ଆଥଲେଟିକ୍ ଜଗତ ପାଇଁ ନୂଆ ସମ୍ଭାବନା । More

ଅନୁଭବଙ୍କ ଭିଡିଓ ଆଟାକ୍‌ ପରେ ବର୍ଷାଙ୍କ କାଉଣ୍ଟର ଆଟାକ୍, ପୁଣି ଫେସ୍‌ବୁକ୍‌ରେ ଲେଖିକି ଟାର୍ଗେଟ୍‌ କଲେ ସାଂସଦ

ବର୍ଷାଙ୍କ ଏତଲା ଭିତ୍ତିରେ IPC ଧାରା ୫୦୯ ଅର୍ଥାତ୍ ମର୍ଯ୍ୟାଦା ହାନୀ ଏବଂ IT ACTରେ ରୁଜୁ ହୋଇଛି ମାମଲା । ବର୍ଷାଙ୍କ ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଲେଖାର ସ୍କ୍ରିନସଟ୍ ଜବତ କରିଛି ପୋଲିସ । More

ପରିକ୍ରମା ପ୍ରକଳ୍ପ ନେଇ ସରକାରଙ୍କ ଉପରେ ବର୍ଷିଲେ ଶଙ୍କରାଚାର୍ଯ୍ୟ, ତଥାପି ଯୁକ୍ତି କରୁଛି ବିଜେଡି

ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ସମସ୍ତଙ୍କୁ ଶୁଣିବା ପରେ ପ୍ରକଳ୍ପକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । More

ଶ୍ରୀମନ୍ଦିର ଛତିଶା ନିଯୋଗରେ ସ୍ନାନ ନୀତି ନିର୍ଘଣ୍ଟ; ଭୋର ୪ଟାରୁ ସ୍ନାନ ପହଣ୍ଡି, ଦିନ ସାଢ଼େ ୧୧ ସୁଦ୍ଧା ଜଳଲାଗି

ଜୁନ୍ ୧୪ରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା । କୋଭିଡ୍ କୋପ କମିବା ପରେ ଦୁଇବର୍ଷ ପରେ ସ୍ନାନ ବେଦୀରୁ ଭକ୍ତଙ୍କ ସହ ଭଗବାନଙ୍କ ମିଳନ ହେବ । ଏଥିପାଇଁ ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଚୂଡାନ୍ତ ହୋଇଛି ଦେବସ୍ନାନ ପୂର୍ଣ୍ଣମୀ ନୀତି କାନ୍ତି । More

ରାଜନଗରରେ ଜବରଦଖଲ ଉଚ୍ଛେଦ ବେଳେ ପ୍ରସାଶନ ଜନତା ମୁହାଁମୁହିଁ

ସରକାରୀ ଜାଗାରେ ଏକ କୋଠା ଘର ଭଙ୍ଗାଯିବାକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି । ପ୍ରସାଶନ ଜନତା ମୁହାଁମୁହିଁ ହୋଇଛନ୍ତି । More

ପୋଲିସ ସମ୍ମୁଖରେ ଭାଇକୁ ହାଣିଲା ଭାଇ

ପୋଲିସ ଉପସ୍ଥିତିରେ ଆକ୍ରମଣ କରିଚାଲିଥିଲେ ହେଁ କାବୁ କରିବାକୁ ଯାଇ ନାକେଦମ ହୋଇଥିଲା ପୋଲିସ । More

ପିଆଜ କିଲୋକୁ ୫ ଟଙ୍କା : ଅଭାବୀ ବିକ୍ରିର ଶିକାର ହେଉଛି ଚାଷୀ

ପିଆଜ ଘର ନାହିଁ । ବାଧ୍ୟ ହୋଇ କିଲୋ ପିଝା ପାଞ୍ଚରୁ ଦଶ ଟଙ୍କାରେ ପିଆଜ ବିକ୍ରି କରୁଛନ୍ତି ଚାଷୀ । More

ବାରମ୍ବାର ମିଛ ଧରା ପଡ଼ିବା ପରେ ବି ସମାନ ଯୁକ୍ତି ବାଢ଼ୁଛି ବିଜେଡି

ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ NMA ଅନୁମୋଦନ କରିଛି । ପ୍ରେସ ରିଲିଜ୍ ଜରିଆରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଏଭଳି ମନ୍ତବ୍ୟ ଦେଇଛନ୍ତି । More

ଛତିଶା ନିଯୋଗ ବୈଠକରେ ମହାପ୍ରଭୁଙ୍କ ସ୍ନାନଯାତ୍ରାଠୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧକ୍ଷତାରେ ବସଥିବା ବୈଠକରେ ପୁରୀ ଜିଲ୍ଲାପାଳ, ଏସ୍‌ପି, ଶ୍ରୀମନ୍ଦିର ପ୍ରଶାସନିକ କର୍ମଚାରୀ ଓ ଛତିଶା ନିଯୋଗର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । More

ବର୍ଷାଙ୍କ ଆକ୍ସନ, ଅନୁଭବଙ୍କ ରିଆକ୍ସନ: ପୁଣି ସୋସିଆଲ୍‌ ମିଡିଆରେ ଜବାବ ଦେଲେ ଅନୁଭବ

ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ସୋସିଆଲ୍‌ ମିଡିଆ ୱାର୍‌ ଆହୁରି ତେଜିବାରେ ଲାଗିଛି। ଏପରି ଲାଗୁଛି ଏବେ ସ୍ୱାମୀ-ସ୍ତ୍ରୀଙ୍କ କଳିର କଡ଼ା ଜବାବ ଫ୍ୟାନ୍ସ ଦେଉଛନ୍ତି। More

ଡିଲିଟ୍ ହେଇଯିବ କି ଅନୁଭବଙ୍କ ୟୁଟ୍ୟୁବ୍ ଓ ଫେସବୁକ୍ ? ଫସି ଯିବେ କି ଫ୍ୟାନ୍ ?

ପତ୍ନୀଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ଭିଡିଓ ଛାଡ଼ି ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଏବେ ହରଡ଼ଘଣାରେ। ବର୍ଷାଙ୍କ ଏତଲା ଭିତ୍ତିରେ ସାଇବର ଥାନା ପୋଲିସ ଆଇପିସିର ଧାରା ୫୦୯ ଓ ଆଇଟି ଆଇନରେ ମାମଲା ରୁଜୁ କରିଛି। More

ସାଇବର ଥାନାରେ ବର୍ଷା, କହିଲେ- ‘ମୋ ଛବି ଖରାପ ପାଇଁ କିଛି ବ୍ୟକ୍ତି ଷଡ଼ଯନ୍ତ୍ର କରୁଛନ୍ତି’

ଦିନକୁ ଦିନ ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଜଟିଳ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଛବି ଖରାପ କରାଯାଉଥିବା ଅଭିଯୋଗ କରି କଟକ ସାଇବର ଥାନାରେ ବର୍ଷା ଏତଲା ଦେଇଛନ୍ତି।  More

'ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ବ୍ଲୁ-ପ୍ରିଣ୍ଟ ଲୋକଙ୍କ ସାମ୍ନାରେ ରଖ'

ଶ୍ରୀମନ୍ଦିର ସ୍ଥିତି କେମିତି ଅଛି, ସଂପୂର୍ଣ୍ଣ ଟେକ୍ନିକାଲ ଇଭାଲୁଏସନ ହେଉ।  More

ପୁରୀରେ ବିକାଶ ନାଁରେ ବିଲୁପ୍ତ ମାର୍ଗ ପ୍ରଶସ୍ତ ହେଉଛି: ଶଙ୍କରାଚାର୍ଯ୍ୟ

ପୁରୀ ହେଉଛି ଧାର୍ମିକ ରାଜଧାନୀ; ଏହାର ବିକୃତ ଓ ବିଲୁପ୍ତ କରା ନ ଯାଉ ବୋଲି ସେ କହିଛନ୍ତି। More

କଳିଙ୍ଗା ଘାଟିରେ କେମିତି ଓଲଟିଲା ଟୁରିଷ୍ଟ୍‌ ବସ୍‌ ? କାଳ ରାତ୍ରିର କାହାଣୀ କହିଲେ ଡ୍ରାଇଭର

ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କଳିଙ୍ଗା ଘାଟିରେ ବଡ଼ଧରଣର ଦୁର୍ଘଟଣା ଘଟିଛି। ଟୁରିଷ୍ଟ ବସ୍ ଓଲଟି ୬ ଜଣଙ୍କ ଜୀବନ ଚାଲି ଯାଇଛି। More

ଆସନ୍ତା ୨ ଦିନ ବର୍ଷା, ଘଡ଼ଘଡ଼ି

୧୩ ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ, ଅରେଞ୍ଜ ଓ୍ୱାର୍ଣ୍ଣିଂ। More

ଏହି ରାଶିର ବ୍ୟକ୍ତିଙ୍କୁ ଆଜି ମିଳିପାରେ ଶୁଭ ଫଳ, ବ୍ୟବସାୟରେ ହୋଇପାରନ୍ତି ଲାଭବାନ୍‌

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ବୁଧବାର । ଘାତ ଚନ୍ଦ୍ର- ଧନୁ ରାଶିର ଅହୋରାତ୍ର, ଘାତ ବାର- କର୍କଟ ରାଶିର ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ, ନାସ୍ତି। More

ଗୁଳି ଫୁଟାଇ ୨୦ ଲକ୍ଷ ଲୁଟିନେଲେ

ଜଣେ ବ୍ୟବସାୟୀ ଘଟଣାସ୍ଥଳରେ ଟଳି ପଡିଥିଲେ। More

ଆମେରିକାରେ ସ୍କୁଲରେ ପଶି ଆଖିବୁଜା ଗୁଳିମାଡ଼: ୧୮ ଛାତ୍ରଛାତ୍ରୀ ମୃତ

ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଟେକ୍ସାସ ଗଭର୍ଣ୍ଣର ନିର୍ଦ୍ଦେଶ ଦେଇଛନ୍ତି। More

କଳିଙ୍ଗା ଘାଟିରେ ଓଲଟିଲା ବସ୍‌, ୬ ମୃତ

ଟୁରିଷ୍ଟ ବସ୍‌ଟି ଫୁଲବାଣୀରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। More

ଅଶାନ୍ତ ପୁରୀ; ଗୁଳିକାଣ୍ଡର କେଇ ଘଣ୍ଟା ପରେ ହେଲା ଛରାମାଡ଼

ସୂର୍ଯ୍ୟନାରାୟଣ ତ୍ରିପାଠୀ ନାମକ ଯୁବକ ଗୁରୁତର । ପୂର୍ବ ଶତ୍ରୁତାରୁ ଛୁରାମାଡ଼ ହୋଇଥିବା ଆଶଙ୍କା । ଗୁରୁତର ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । More

ରାଜ୍ୟସଭା ଆସନ ପାଇଁ କାହାକୁ ଭରସା କରିବେ ନବୀନ ?

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଏଥିସହିତ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ବଡ଼ ପ୍ରଶ୍ନ, ପ୍ରସନ୍ନ ଆଚାର୍ଯ୍ୟ, ଏନ୍.ଭାସ୍କର ରାଓ ଓ ସସ୍ମିତ ପାତ୍ରଙ୍କ ସ୍ଥାନରେ କିଏ କିଏ ପାଇବେ ଟିକଟ୍? କାହା ଉପରେ ଭରସା କରିବେ ନବୀନ? More

କାହା ଭରସାରେ ଆଗକୁ ବଢ଼ିବେ ଶରତ, ଗଠନ କରିବେ କି ନୂଆ ଟିମ୍‌ ?

ନୂଆ ସଭାପତି, ନୂଆ ମିସନ୍, ନୂଆ ଭିଜନ୍ । ଭିଜନ୍ ୨୦୨୪ ମୋଡରେ ପିସିସି ସଭାପତି ଶରତ ପଟ୍ଟନାୟକ । ୬ ମାସରେ କଂଗ୍ରେସର ବଡ଼ ପରିବର୍ତ୍ତନ ହେବ । ବଦଳିବ ରୂପରେଖ, ବଦଳିବ ଆଭିମୁଖ୍ୟ । ନେତାଙ୍କୁ ଦକ୍ଷତା ଅନୁଯାୟୀ ଦାୟିତ୍ୱ ମିଳିବ । More

ପୁରୀରେ ପୁଣି ଫୁଟିଲା ଗୁଳି, ଜଣେ ମୃତ

ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ସୂଚନା । ୨ ଜଣ ଦୁର୍ବୃତ୍ତ ୨ ରାଉଣ୍ଡ ଗୁଳି କରିଥିବା ସୂଚନା । More

ସରିଜ୍‌ ଗହଣା ଦୋକାନ ଲୁଟ୍‌ ପଛର ମାଷ୍ଟର ମାଇଣ୍ଡ ମହିଳା ଗିରଫ

ରାଜଧାନୀରେ ଗୋଟିଏ ପରେ ଗୋଟିଏ ଗହଣା ବ୍ୟବସାୟୀଙ୍କୁ ଟାର୍ଗେଟ ସହ ବେଗୁନିଆ ଏବଂ ନୟାଗଡ଼ରେ ଗହଣା ଦୋକାନ ଲୁଟ ପଛର ଆନ୍ତଜିଲ୍ଲା ଲୁଟେରା ଗ୍ୟାଙ୍ଗ ଧରାପଡିଛି । More