/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653470390.jpg)
Anubhav-Varsha Family Dispute
ଦିନକୁ ଦିନ ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଜଟିଳ ହେବାରେ ଲାଗିଛି। ଗୋଟିଏପଟେ ସାଂସଦ ଅନୁଭବ ମହାନ୍ତି ଗୋଟିଏ ପରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଛାଡ଼ୁ ଥିବାବେଳେ ଅନ୍ୟପଟେ ପତ୍ନୀ ବର୍ଷା ଥାନାର ଦ୍ୱାରସ୍ଥ ହେଉଛନ୍ତି।
ପ୍ରଥମେ ଅନୁଭବ ମହାନ୍ତି ପାରିବାରିକ ବିବାଦ ମାମଲାକୁ ନେଇ ଦୁଇ ଦୁଇଟି ଭିଡିଓ ଛାଡ଼ିଥିଲେ। ଏହାପରେ ପତ୍ନୀ ବର୍ଷା କଟକ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଅନୁଭବ ଗତକାଲି ପୁଣି ଏକ ଭିଡିଓ ସୋସିଆଲ୍ ମିଡିଆରେ ଛାଡ଼ିଥିଲେ। ଏହାପରେ ଆଜି ବର୍ଷା ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି।
‘#ମୋ_ଛବି_ଖରାପ_ପାଇଁ_ଷଡ଼ଯନ୍ତ୍ର_ଚାଲିଛି’ #ସାଇବର_ଥାନାରେ_ଏତଲା_ଦେଲେ_ବର୍ଷା
ସୋସିଆଲ ମିଡିଆରେ ଛବି ଖରାପ କରାଯାଉଥିବା ଅଭିଯୋଗ କରି କଟକ ସାଇବର ଥାନାରେ ଏତଲା ଦେଲେ ବର୍ଷା...#AnubhavMohanty#VarshaPriyadarshini#AnubhavVarshaFamilyDispute#Odishapic.twitter.com/WLY2pVKjL8— ଓଟିଭି (@otvkhabar) May 25, 2022
ସୋସିଆଲ ମିଡିଆରେ ଛବି ଖରାପ କରାଯାଉଥିବା ଅଭିଯୋଗ କରି କଟକ ସାଇବର ଥାନାରେ ବର୍ଷା ଏତଲା ଦେଇଛନ୍ତି। କିଛି ବ୍ୟକ୍ତି ତାଙ୍କ ଛବି ଖରାପ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ବର୍ଷା ଅଭିଯୋଗ କରିଛନ୍ତି। ବର୍ଷାଙ୍କ ଏତଲା ଭିତ୍ତିରେ IPC ଧାରା ୫୦୯ ଓ IT ACTରେ ମାମଲା ରୁଜୁ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)