Advertisment

କଳିଙ୍ଗା ଘାଟିରେ କେମିତି ଓଲଟିଲା ଟୁରିଷ୍ଟ୍‌ ବସ୍‌ ? କାଳ ରାତ୍ରିର କାହାଣୀ କହିଲେ ଡ୍ରାଇଭର

ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କଳିଙ୍ଗା ଘାଟିରେ ବଡ଼ଧରଣର ଦୁର୍ଘଟଣା ଘଟିଛି। ଟୁରିଷ୍ଟ ବସ୍ ଓଲଟି ୬ ଜଣଙ୍କ ଜୀବନ ଚାଲି ଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Kalinga Ghat Bus Mishap - Brake failure led to accident

Kalinga Ghat Bus Mishap - Brake failure led to accident

ପୁଣି କାଳ ସାଜିଲା କଳିଙ୍ଗା ଘାଟି। ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କଳିଙ୍ଗା ଘାଟିରେ ବଡ଼ଧରଣର ଦୁର୍ଘଟଣା ଘଟିଛି। ଟୁରିଷ୍ଟ ବସ୍ ଓଲଟି ୬ ଜଣଙ୍କ ଜୀବନ ଚାଲି ଯାଇଛି। ଦୁର୍ଘଟଣାରେ ୪୫ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଥିବା ବେଳେ ୧୫ ଜଣଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ପଶ୍ଚିମବଙ୍ଗର ଟୁରିଷ୍ଟ ବସ୍‌ଟି ଫୁଲବାଣୀ ଦାରିଙ୍ଗବାଡ଼ିରୁ ଭାଇଜାଗ୍ ଅଭିମୁଖେ ଯାଉଥିବା ବେଳେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା

Advertisment

ଦାରିଙ୍ଗବାଡିରୁ ଭାଇଜାଗ୍ ଯିବା ବାଟରେ କଳିଙ୍ଗା ଘାଟିରେ କେମିତି ଘଟିଲା ଦୁର୍ଘଟଣା ? ବିଳମ୍ବିତ ରାତିରେ ସେହି ସମୟର ଛାତିଥରା ଦୁର୍ଘଟଣାର କାହାଣୀ ବର୍ଣ୍ଣନା କରିଛନ୍ତି ବସ୍‌ ଡ୍ରାଇଭର। କଳିଙ୍ଗା ଘାଟିରୁ ଓହ୍ଲାଇବା ବେଳେ ଶେଷ ବୁଲାଣି ପାଖରେ ବ୍ରେକ୍ ଫେଲ୍‌ ହୋଇଥିଲା। ଫଳରେ ସମସ୍ତ ଚେଷ୍ଟା ସତ୍ତ୍ୱେ ଗାଡ଼ିକୁ ସେ ରୋକି ପାରିଲେ ନାହିଁ ବୋଲି ଡ୍ରାଇଭର ଅତି ଦୁଃଖର ସହ କହିଛନ୍ତି। ଦୁର୍ଘଟଣାରେ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି।

ବସ୍‌ ଡ୍ରାଇଭରଙ୍କ କହିବା ଅନୁସାରେ, କଳିଙ୍ଗା ଘାଟି ପୂର୍ବରୁ ଆମେ ଖାଇବା ଖାଇଥିଲୁ। ଏହାପରେ ଗାଡ଼ି ଛାଡ଼ିଥିଲା। ତେବେ ଦୁର୍ଗାପ୍ରସାଦରୁ ୨ କି.ମି. ପୂର୍ବରୁ ଗାଡ଼ିର ବ୍ରେକ୍‌ ଆଉ କାମ କରିନଥିଲା। ଗାଡ଼ିର ବ୍ରେକ୍‌ ଫେଲ୍‌ ହେବାନେଇ ଯାତ୍ରୀଙ୍କୁ ସୂଚନା ମଧ୍ୟ ଦେଇଥିଲୁ। କଳିଙ୍ଗା ଘାଟିରୁ ୮ କି.ମି. ତଳକୁ ଆମେ ଚାଲି ଆସିଥୁଲୁ। ଆଉ ୨ କି.ମି. ଯିବା ପରେ ଘାଟି ରାସ୍ତା ଶେଷ ହୋଇଥାନ୍ତା। ହେଲେ ତା’ପୂର୍ବରୁ ଏହି ଅଭାବନୀୟ ଘଟଣା ଘଟିଥିଲା। ବ୍ରେକ୍‌ ଫେଲ୍‌ ଯୋଗୁ ଗାଡ଼ି ପୁରା ଓଲଟି ପଡ଼ିଥିଲା। 

Advertisment

ସୂଚନାଥାଉ କି, ଗତକାଲି ବିଳମ୍ବିତ ରାତିରେ କଳିଙ୍ଗା ଘାଟିରେ ଟୁରିଷ୍ଟ୍‌ ବସ୍‌ ଓଲଟି ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୫ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଛନ୍ତି। ୧୫ ଜଣଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ପଶ୍ଚିମବଙ୍ଗର ଟୁରିଷ୍ଟ ବସ୍‌ଟି ଫୁଲବାଣୀ ଦାରିଙ୍ଗବାଡ଼ିରୁ ଭାଇଜାଗ୍ ଅଭିମୁଖେ ଯାଉଥିବା ବେଳେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା। ମୃତାହତ ଯାତ୍ରୀମାନେ ପଶ୍ଚିମବଙ୍ଗ ହାୱଡା ଜିଲ୍ଲାର ଉଦୟନାରାୟଣପୁର ଥାନା ଅନ୍ତର୍ଗତ ସୁଲତାନପୁର ଗାଁର ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ଭଞ୍ଜନଗର ଓ ଜି.ଉଦୟଗିରି ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। 

ଭଞ୍ଜନଗର ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମୃତକମାନେ ହେଲେ ସୁପ୍ରିୟା ଦେନ୍‌ରେ, ସଞ୍ଜିତ ପାତ୍ର, ରିମା ଦେନ୍‌ରେ, ମୌସୁମୀ ଦେନ୍‌ରେ, ବର୍ଣ୍ଣାଳି ମାନ୍ନା ଏବଂ ଜଣେ ରୋଷେୟା। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଏବଂ ୨ ଜଣ ପୁରୁଷ ଅଛନ୍ତି। ବସ୍‌ରେ ଥିଲେ ଡ୍ରାଇଭର ଏବଂ କର୍ମଚାରୀଙ୍କୁ ମିଶାଇ ୭୭ ଜଣ ଯାତ୍ରୀ ଥିଲେ।

Kalinga Ghat Kalinga Ghat Bus Accident Kalinga Ghat Accident
Advertisment
Advertisment