• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୀଳାଦ୍ରି ଭକ୍ତ ନିବାସରେ ବସିଥିବା ଛତିଶା ନିଯୋଗ ବୈଠକ ଶେଷ ହୋଇଛି । ବୈଠକରେ ରାଜେନ୍ଦ୍ରାଭିଷେକ, ରକ୍ମିଣୀ ହରଣ ଏକାଦଶୀ, ଚମ୍ପକ ଦ୍ୱାଦଶୀ, ଦଇତାପତି ପ୍ରବେଶ, ସେନାପଟା ଲାଗି, ଦେବସ୍ନାନ ପୂର୍ଣ୍ଣିମା, ଚକାବିଜେ, ଖଳିଲାଗି ଏକାଦଶୀ, ରାଜପ୍ରସାଦ ବିଜେ, ନବଯୌବନ ଦର୍ଶନ ସହ ଶ୍ରୀଗୁଣ୍ଡିଚା ଯାତ୍ରାର ନୀତିକାନ୍ତି ସ୍ଥିର ହୋଇଛି ।

 

ଦୁଇବର୍ଷ ପରେ ରଥଯାତ୍ରାରେ ଭକ୍ତ ସାମିଲ ହେବାକୁ ଯାଉଛନ୍ତି, ତେଣୁ ଶୃଙ୍ଖଳିତ ନୀତିକାନ୍ତି ଉପରେ ମୁଖ୍ୟତଃ ଆଲୋଚନା କରାଯାଇଛି । ଏଥର ହାତୀ ବେଶ ଦର୍ଶନ ପାଇଁ ବୈଠକରେ ଅନୁମତି ଦିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧକ୍ଷତାରେ ବସଥିବା ବୈଠକରେ ପୁରୀ ଜିଲ୍ଲାପାଳ, ଏସ୍‌ପି, ଶ୍ରୀମନ୍ଦିର ପ୍ରଶାସନିକ କର୍ମଚାରୀ ଓ ଛତିଶା ନିଯୋଗର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

ସେପଟେ ଆଜି ଜ୍ୟେଷ୍ଠ କୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତନୀତି ହୋଇଥିବାରୁ ଦ୍ୱିତୀୟ ଭୋଗମଣ୍ଡପ ପରେ ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ୪ ଘଣ୍ଟା ଲାଗି ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇସାରିଛି । ସ୍ନାନଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ସରିଛି । ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ଅନୁମୋଦିତ ହୋଇଛି । ବୈଠକ ପରେ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।