Advertisment

ବର୍ଷାଙ୍କ ଆକ୍ସନ, ଅନୁଭବଙ୍କ ରିଆକ୍ସନ: ୟୁଟ୍ୟୁବ ବଦଳରେ ଏଥର ଫେସବୁକ୍‌କୁ ଅସ୍ତ୍ର କଲେ ଅନୁଭବ

ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ସୋସିଆଲ୍‌ ମିଡିଆ ୱାର୍‌ ଆହୁରି ତେଜିବାରେ ଲାଗିଛି। ଏପରି ଲାଗୁଛି ଏବେ ସ୍ୱାମୀ-ସ୍ତ୍ରୀଙ୍କ କଳିର କଡ଼ା ଜବାବ ଫ୍ୟାନ୍ସ ଦେଉଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Social Media War Between Anubhav And Varsha

Social Media War Between Anubhav And Varsha

ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ସୋସିଆଲ୍‌ ମିଡିଆ ୱାର୍‌ ଆହୁରି ତେଜିବାରେ ଲାଗିଛି। କେତେବେଳେ ପାରିବାରିକ ବିବାଦ ମାମଲାକୁ ନେଇ ‍ବର୍ଷାଙ୍କ ବିରୋଧରେ ଅନୁଭବ ସୋସିଆଲ ମିଡିଆରେ ଭିଡିଓ/ପୋଷ୍ଟ ଛାଡ଼ୁଛନ୍ତି ତ ଆଉ କେତେବେଳେ ବର୍ଷାଙ୍କ ଫ୍ୟାନ୍‌ ସୋସିଆଲ୍‌ ମିଡିଆରେ ଅନୁଭବଙ୍କ ନାଁ ନନେଇ ତାଙ୍କ ବିରୋଧରେ ପୋଷ୍ଟ ଶେଆର କରୁଛନ୍ତି। ଅନୁଭବ ଗୋଟିଏ ପୋଷ୍ଟ/ଭିଡିଓ ଶେଆର କଲେ ବର୍ଷାଙ୍କ ଫ୍ୟାନ୍‌ ଏହାର ଜବାବ ଦେବାକୁ ଏକ ପ୍ରକାର ତୟାର ହୋଇ ଅଛନ୍ତି। ଏପରି ଲାଗୁଛି ଏବେ ସ୍ୱାମୀ-ସ୍ତ୍ରୀଙ୍କ କଳିର କଡ଼ା ଜବାବ ଫ୍ୟାନ୍ସ ଦେଉଛନ୍ତି। ଏବେ ଏହା ସ୍ୱାମୀ-ସ୍ତ୍ରୀଙ୍କ କଳି ହୋଇ ରହିନାହିଁ ବରଂ ଫ୍ୟାନ୍ସଙ୍କ ମଧ୍ୟରେ ସୋସିଆଲ ମିଡିଆରେ ଏକ ପ୍ରକାର ୱାର୍‌ ହୋଇଗଲାଣି। ଯାହାର ଜ୍ୱଳନ୍ତ ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଉଭୟଙ୍କ ଫ୍ୟାନ୍ କ୍ଲବ୍ ଯାହା ପୋଷ୍ଟ କରୁଛନ୍ତି, ପ୍ରକୃତରେ ସେସବୁ ଫ୍ୟାନ୍ କରୁଛନ୍ତି ନା ସେମାନଙ୍କ ନାଁରେ ଅନୁଭବ ଓ ବର୍ଷା ସେସବୁ ପୋଷ୍ଟ କରୁଛନ୍ତି।  

Advertisment

ଗତକାଲି ବର୍ଷା ପ୍ରିୟଦର୍ଶିନୀ ଫ୍ୟାନ୍ସ କ୍ଲବ୍‌ ପକ୍ଷରୁ ଫେସ୍‌ବୁକ୍‌ରେ ଏକ ପୋଷ୍ଟ୍‌ ଶେଆର କରାଯାଇଥିଲା। ଯେଉଁଥିରେ ଉଲ୍ଲେଖ କରାଯାଇଥିଲା, ‘ସୋସିଆଲ ମିଡିଆର ଅପବ୍ୟବହାର କରି ନିଜର ବିବାହିତା ଜୀବନ ସାଥୀକୁ ଭୟଭୀତ କରି, ବଦନାମ କରି, ତାଙ୍କ ଚରିତ୍ର ସଂହାର କରି ଜଣେ ସ୍ୱାମୀ ସମାଜକୁ କି ଶିକ୍ଷା ଦେଉଛନ୍ତି ? ଜଣଙ୍କୁ ବରବାଦ କରିବାକୁ କେତେ ତଳ ସ୍ତରକୁ ଯାଉଛନ୍ତି, ସମଗ୍ର ଓଡ଼ିଶା ସାକ୍ଷୀ । କୋର୍ଟରେ ନିଜେ କେସ୍ ଫାଇଲ୍‌ କଲା ପରେ ଜଣେ ଯଦି କହେ ମୋତେ ଖାଲି କୋର୍ଟ ଦୌଡିବାକୁ ପଡୁଛି , ଏଥିପାଇଁ ଦାୟୀ କିଏ ?.... ଏହାସହ ଆହୁରି ଅନେକ କଥା ଲେଖା ଯାଇଥିଲା। ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ବର୍ଷାଙ୍କ ନାଁରେ ଫେସ୍‌ବୁକ୍‌ରେ ଥିବା ଏହି ଫ୍ୟାନ୍ସ କ୍ଲବ୍‌ ପେଜ୍‌କୁ କିଏ ପରିଚାଳନା କରୁଛି ତାହା ଜଣାପଡ଼ି ନାହିଁ।

ବର୍ଷା ପ୍ରିୟଦର୍ଶିନୀ ଫ୍ୟାନ୍ସ କ୍ଲବ୍ ପକ୍ଷରୁ ଶେଆର ହୋଇଥିବା ପୋଷ୍ଟ....

ଘଟଣା ଯାହା ହେଉ ନା କାହିଁକି ବର୍ଷାଙ୍କ ଫ୍ୟାନ୍ସ କ୍ଲବ୍‌ ପକ୍ଷରୁ ଫେସ୍‌ବୁକ୍‌ରେ ଏଭଳି ପୋଷ୍ଟ ପରେ ଅନୁଭବ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ଅନୁଭବଙ୍କ ଅଫିସିଆଲ୍‌ ଫେସ୍‌ବୁକ୍‌ ପେଜ୍‌ରେ ଏହି ପୋଷ୍ଟର ଜବାବ ରଖାଯାଇଛି। ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ, ‘ମୁଁ ଜାଣିଛି ଯେ ତୁମେ(ବର୍ଷା) ହିଁ ଏହି ଫ୍ୟାନ୍‌ ପେଜ୍‌ ପରିଚାଳନା କରୁଛ ଏବଂ ଏହିସବୁ ପୋଷ୍ଟ ତୁମେ ହିଁ ପୋଷ୍ଟ କରୁଛ।’

Advertisment

ଅନୁଭବଙ୍କ ଅଫିସିଆଲ୍ ଫେସ୍‌ବୁକ୍‌ ପେଜ୍‌ରେ ଶେଆର ହୋଇଥିବା ପୋଷ୍ଟ...

Varsha Priyadarshini Anubhav Mohanty Anubhav- Varsha Marital Discord Anubhav-Varsha Family Dispute
Advertisment
Advertisment