Advertisment

ଅନୁଭବଙ୍କ ଭିଡିଓ ଆଟାକ୍‌ ପରେ ବର୍ଷାଙ୍କ କାଉଣ୍ଟର ଆଟାକ୍, ପୁଣି ଫେସ୍‌ବୁକ୍‌ରେ ଲେଖିକି ଟାର୍ଗେଟ୍‌ କଲେ ସାଂସଦ

ବର୍ଷାଙ୍କ ଏତଲା ଭିତ୍ତିରେ IPC ଧାରା ୫୦୯ ଅର୍ଥାତ୍ ମର୍ଯ୍ୟାଦା ହାନୀ ଏବଂ IT ACTରେ ରୁଜୁ ହୋଇଛି ମାମଲା । ବର୍ଷାଙ୍କ ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଲେଖାର ସ୍କ୍ରିନସଟ୍ ଜବତ କରିଛି ପୋଲିସ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Anubhav- Varsha

ଅନୁଭବ, ବର୍ଷା ପାରିବାରିକ ବିବାଦରେ ନିଇତି ଯୋଡି ହେଉଛି ନୂଆ ଫର୍ଦ୍ଦ । ଦୁହିଁଙ୍କ ମଧ୍ୟରେ ଜାରି ରହିଛି ଆରୋପ-ପ୍ରତ୍ୟାରୋପ । ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ପୋଷ୍ଟକୁ ନେଇ ସାଇବର ଥାନାରେ ଏତଲା ଦେଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ଅଭିଯୋଗ କରିଛନ୍ତି, ସୋସିଆଲ ମିଡିଆରେ ମୁଁ ଜାଣିବାକୁ ପାଇଲି ଯେ, ଅନୁଭବ ମହାନ୍ତି ରିଅଲ୍ ହିରୋ ଅଫ୍ କେନ୍ଦ୍ରାପଡା ଫେସବୁକ୍ ପେଜ୍ ମାଧ୍ୟମରେ କେହି ଜଣେ ଅଜଣା ବ୍ୟକ୍ତି ମୋ ସମ୍ବନ୍ଧରେ ଅନେକ ବିଭ୍ରାନ୍ତକାରୀ, ଅସମ୍ମାନଜନକ ଟିପ୍ପଣୀ ଦେଇ ବିଭିନ୍ନ ପୋଷ୍ଟ ଓ ଭିଡିଓ ମାଧ୍ୟମରେ ମୋ ଚରିତ୍ର ସଂହାର କରି ସମାଜରେ ମୋତେ କଳଙ୍କିତ କରିଚାଲିଛି ।

Advertisment

ସମାଜରେ ମୋ ମର୍ଯ୍ୟାଦାକୁ ହାନୀ କରି ମୋର ଅପୂରଣୀୟ କ୍ଷତି ଘଟାଉଛି । ଯାହାଦ୍ୱାରା ସମାଜରେ ମୁଣ୍ଡ ଟେକି ଚାଲିବା ମୋ ପାଇଁ କଷ୍ଟକର ହୋଇପଡିଛି । ମୋ ସ୍ୱାମୀ ଡିଭୋର୍ସ ଫାଇଲ୍ କରିବା ପରଠାରୁ ୨୦୨୦ରୁ ଆଜି ୨୦୨୨ ପର୍ଯ୍ୟନ୍ତ କେହି ଜଣେ ଅଜଣା ବ୍ୟକ୍ତି ମୋର ବ୍ୟକ୍ତିଗତ ଚାଟ୍, ମୋ ସ୍ୱାମୀଙ୍କ ସହ ଭିଡିଓ, ମୋର ଏକ ଅଡିଓକୁ କଟ୍ ଜଏଣ୍ଟ ଏଡିଟିଂ କରି ଏହି ପେଜ୍ ମାଧ୍ୟମରେ ମୋତେ ବଦନାମ କରିଚାଲିଛି ।

ବର୍ଷାଙ୍କ ଏତଲା ଭିତ୍ତିରେ IPC ଧାରା ୫୦୯ ଅର୍ଥାତ୍ ମର୍ଯ୍ୟାଦା ହାନୀ ଏବଂ IT ACTରେ ରୁଜୁ ହୋଇଛି ମାମଲା । ବର୍ଷାଙ୍କ ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଲେଖାର ସ୍କ୍ରିନସଟ୍ ଜବତ କରିଛି ପୋଲିସ । ଏହା ଆଧାରରେ ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ସେହି ନିର୍ଦ୍ଦିଷ୍ଟ ସୋସିଆଲ ମିଡିଆ ଆକାଉଣ୍ଟ କିଏ ବ୍ୟବହାର କରୁଥିଲେ ? ବିବାଦୀୟ ଲେଖା କିଏ ପୋଷ୍ଟ କରିଛନ୍ତି ? ତାଙ୍କୁ ଚିହ୍ନଟ ପାଇଁ ଉଦ୍ୟମ କରାଯାଉଥିବା କଟକ ଡିସିପି କହିଛନ୍ତି ।

Advertisment

ସେପଟେ ଆଇନଜୀବୀଙ୍କ ମତ ହେଉଛି, ଆଇପିସିର ଧାରା ୫୦୯ରେ ରୁଜୁ ହୋଇଥିବା ମାମଲା ସେତେଟା ଗୁରୁତର ନୁହେଁ । ଏଥିରେ ଅଭିଯୁକ୍ତଙ୍କୁ ଜାମିନ ମିଳିପାରିବ । ତେବେ IT ACTରେ ରୁଜୁ ମାମଲା ଅଭିଯୁକ୍ତଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ । ଏଥିରେ ସର୍ବାଧିକ ୫ ବର୍ଷ ଯାଏଁ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି ।

ଏପଟେ ତିନି ତିିନିଟି ଭିଡିଓ ପୋଷ୍ଟ ପରେ ଏଥର ଲେଖା ମାଧ୍ୟମରେ ପତ୍ନୀ ବର୍ଷାଙ୍କୁ ଟାର୍ଗେଟ୍ କରିଛନ୍ତି ଅନୁଭବ । ସୋସିଆଲ ମିଡିଆରେ ଅନୁଭବ ଲେଖିଛନ୍ତି, ସେ ଜାଣିଛନ୍ତି ଫ୍ୟାନ୍ ପେଜ୍ ନାଁରେ ନିଜେ ବର୍ଷା ହିଁ ତାଙ୍କ ବିରୋଧରେ ଲେଖୁଛନ୍ତି । ବର୍ଷା କାହିଁକି ମେଡିକାଲ ଟେଷ୍ଟ, ପଲିଗ୍ରାଫ୍ ଟେଷ୍ଟ ଏବଂ ଫୋରେନ୍ସିକ୍ ଟେଷ୍ଟକୁ ଡରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ । ଏଥିସହ ବର୍ଷା ଏକା ନୁହଁନ୍ତି, ତାଙ୍କର ଏକ ଫୁଲ୍ ଟିମ୍ ଏଠି ସକ୍ରିୟ ରହିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେମାନେ କୋର୍ଟକୁ ଘର ଓ ଥାନାକୁ ମାମୁଁ ଘର ଭାବୁଛନ୍ତି ବୋଲି ଲେଖିଛନ୍ତି ଅନୁଭବ ।

Politics Anubhav Varsha
Advertisment
Advertisment