• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଲାଲୁଙ୍କ ବାପା ମାଆ ଦେଖାଉଛନ୍ତି ସଫଳତାର ପଦକ । ନିଜ ମେହନତରେ ପଦକ ହାସଲ କରିଛନ୍ତି ଲାଲୁ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଆଶ୍ରମପଡାରେ ତାଙ୍କ ଘର । ବାପା ଜଣେ ଦିନ ମଜୁରିଆ ଓ ମାଆ ହଷ୍ଟେଲରେ ରୋଷେୟା ଭାବେ କାମ କରନ୍ତି । ପିଲାଟି ଦିନରୁ ହିଁ ଲାଲୁର ଖେଳକୂଦ ପ୍ରତି ରହିଥିଲା ବିଶେଷ ଆଗ୍ରହ ।

ସୂଦୁର କଳାହାଣ୍ଡି ଜିଲ୍ଲାରୁ କଲମ୍ବିଆ ଯିବେ ଲାଲୁ । ଆଉ ଏଥିପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜୋରଦାର ଅଭ୍ୟାସ ଚଳାଇଛନ୍ତି । ଆସନ୍ତା ଅଗଷ୍ଟ ୨ରୁ ୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବିଶ୍ୱ ଜୁନିଅର ଆଥଲେଟିକ୍ସ ଚାମ୍ପିଅନସିପରେ ଭାଗନେବେ ଲାଲୁପ୍ରସାଦ । ପ୍ରଥମ ଓଡ଼ିଆ ଭାବେ ସେ ବିଶ୍ୱ ଜୁନିୟର ଆଥଲେଟିକ୍ସ ଚାମ୍ପିୟାନସିପରେ ଭାଗ ନେବେ । କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଥିବା ଇଣ୍ଡିଆନ ଗ୍ରାଣ୍ଡପିକ୍ସରେ ଲଙ୍ଗଜମ୍ପ ଇଭେଣ୍ଟ ରେ ୭.୫୮ମିଟର ଡେଇଁ ତୃତୀୟ ସ୍ଥାନ ଅଧିକାର କରିବା ପରେ ବିଶ୍ ଜୁନିୟର ଆଥଲେଟିକ୍ସ ଚାମ୍ପିୟାନସିପ ପାଇଁ ଟିକେଟ୍ ହାସଲ କରିଛନ୍ତି ।

ସେହିପରି ଆଉ ଜଣେ ବଣ ମଲ୍ଲୀ ହେଲେ ସୁନ୍ଦରଗଡ଼ ନୂଆ ଗାଁ ବ୍ଲକ ବାରିଲେପଟା ଗାଁର ଆର୍ୟନ୍ ଏକା । ଆର୍ୟନ ଏବେ ଭାରତୀୟ ଆଥଲେଟିକ୍ ଜଗତ ପାଇଁ ନୂଆ ସମ୍ଭାବନା । ଦିନେ ସୁନ୍ଦରଗଡ଼ ସ୍ଥିତ ସ୍ପୋର୍ଟସ୍ ହଷ୍ଟେଲକୁ ହକି ଖେଳ ପାଇଁ ଟ୍ରାଏଲ୍ସ ଦେବାକୁ ଆସିଥିଲେ । ଆଉ ବନିଗଲେ sprinter ।

କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଥିବା ଇଣ୍ଡିଆନ ଗ୍ରାଣ୍ଡପିକ୍ସ ତୃତୀୟ ଚରଣରେ ସେ ୨ଶହ ମିଟର ଦୌଡ ପ୍ରତିଯୋଗୀତା ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଏବେ ସେ କଳିଙ୍ଗ ଷ୍ଟାଡିୟମରେ ପ୍ରଶିକ୍ଷଣରତ । ଷ୍ଟେଟ୍ ଆଥଲେଟିକ୍ ମିଟର୍‌ରେ ଶହେ ମିଟର ଦୌଡରେ ନୂଆ ମିଟ୍ ରେକର୍ଡ କରିଛନ୍ତି ଆର୍ୟନ । ଆଗାମୀ fedaration କପ ରେ ଭଲ ପ୍ରଦର୍ଶନ କରି ବିଶ୍ ଜୁନିୟର ଆଥଲେଟିକ୍ସ ଚାମ୍ପିୟାନସିପ ଟିକଟ ହାତେଇବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ଆର୍ୟନ୍ ।

ଗରିବ ପରିବାରରେ ଲାଲୁ ପ୍ରାସାଦ ଏବଂ ଆର୍ୟନ୍ ଜନ୍ମ, ହେଲେ ତାଙ୍କ ଉଦ୍ୟମ ଏବଂ ପ୍ରଚେଷ୍ଟା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।