• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ବୁଧବାର । ତିଥି – ୧୦ମୀ ଦିବା ୧୧/୩୨/୫୦ ଗତେ ୧୧ଶୀ। ଚନ୍ଦ୍ର- ମୀନ ଅହୋରାତ୍ର। ଘାତ ଚନ୍ଦ୍ର- ଧନୁ ରାଶିର ଅହୋରାତ୍ର, ଘାତ ବାର- କର୍କଟ ରାଶିର ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ, ନାସ୍ତି।

ଶୁଭ ସମୟ- ପ୍ରାତଃ ୦୭/୪୮/୩୪ ରୁ ୦୮/୨୭/୪୯, ଦିବା ୧୦/୦୫/୪୫ ରୁ ୧୧/୧୭/୩୪, ଦିବା ୦୧/୫୪/୧୫ ରୁ ୦୫/୨୩/୧୦, ସନ୍ଧ୍ୟା ୦୬/୧୫/୨୪ ରୁ ୦୯/୫୪/୧୧ ରାତ୍ରି ୧୨,୦୫/୨୮ ରୁ ୦୧/୩୨/୫୯
ଅଶୁଭ ସମୟ- ରାହୁ କାଳ-   ଦିବା ୧୧/୪୩/୪୦ ରୁ ୦୧/୨୧/୩୬।  କାଳ ବେଳା- ଦିବା ୦୮/୨୭/୪୦ ରୁ ୧୦/୦୫/୪୫। ବାର ବେଳା – ଦିବା ୧୧/୪୩/୪୦ ରୁ ୦୧/୨୧/୩୬। କାଳ ରାତ୍ରି-  ରାତ୍ରି ୦୨/୨୭/୪୧ ରୁ ୦୩/୪୯/୪୩

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ- ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ଦାୟିତ୍ୱ ଦେବେ। ପ୍ରିୟ ବ୍ୟକ୍ତିଙ୍କ ସହ ମିଶିବା ପାଇଁ  ଦିନଟି ଭଲ ରହିବ।
ପ୍ରତିକାର -  ମଙ୍ଗଳଙ୍କର ମନ୍ତ୍ର ପାଠ କରନ୍ତୁ ।

ବୃଷ- ଆଜି ଆପଣଙ୍କୁ କିଛି ନୂଆ ଦାୟିତ୍ୱ ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। କାମକୁ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ ଓ ସେଥିରେ ଲାଭ ମିଳିବ। 
ପ୍ରତିକାର - ଶୁକ୍ରଙ୍କର  ମନ୍ତ୍ର ପାଠ କରନ୍ତୁ ।

ମିଥୁନ- ନିଜ ସାମର୍ଥ୍ୟ ଅନୁଯାୟୀ ସରଳ ଭାବେ କାମ ପୁରା କରିବେ। ଦେବୀମାତାଙ୍କ ପ୍ରତି ଆସ୍ଥା ବଢିବ। ଆପଣଙ୍କର ସୁନ୍ଦର ବ୍ୟବହାର ଓ ରୁଚିପୂର୍ଣ୍ଣ କଥାରେ ଅନ୍ୟମାନେ ଖୁସି ହୋଇଯିବେ।
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ ।

କର୍କଟ- ଅତି ଭଲ ସମ୍ପର୍କ ରଖିଥିବା ବ୍ୟକ୍ତି ବିଶେଷ ଚିନ୍ତାର କାରଣ ହୋଇପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତବାନ୍ନ ନହେଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ମହିଳାମାନେ ପାରିବାରିକ ସମସ୍ୟା ଓ ବଦ୍‌ହଜମୀ ଜନିତ ସମସ୍ୟା ଭୋଗିବେ।
ପ୍ରତିକାର – ବରଗଛ ମୂଳରେ କିଛି କ୍ଷୀର ଢାଳି ଦିନଟି ଆରମ୍ଭ କରନ୍ତୁ

ସିଂହ- ମାନସିକ ସ୍ଥିରତା ଅଭାବରୁ କୌଣସି ସ୍ଥିର ନିଷ୍ପତ୍ତି ନେଇ ପାରିବେ ନାହିଁ। ଆନୁଷ୍ଠାନିକ କାମରେ ତଥା, ସଭାସମିତିରେ ଅପ୍ରିୟ ମିଛ କଥାକହି ବିରୋଧି ହୋଇପାରନ୍ତି। ଋକ୍ତଚାପ ବୃଦ୍ଧି ହୋଇପାରେ।
ପ୍ରତିକାର – ମାଙ୍କଡକୁ ଗୁଡ ଖାଇବାକୁ ଦିଅନ୍ତୁ 

କନ୍ୟା- ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ଅଗ୍ରାଧିକାର ଦେଇ କାମ କରିଲେ ଅପେକ୍ଷାକୃତ ସଫଳତା ପାଇ ପାରନ୍ତି। ପାରିବାରିକ କ୍ଷେତ୍ରରେ ଆଶିଂକ ଉନ୍ନତି ଦେଖା ଦେଇପାରେ। ଲକ୍ଷ୍ୟ ହାସଲ ହୋଇପାରେ।

ପ୍ରତିକାର – ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ

ତୁଳା- ଦୂରଯାତ୍ରା, ବାଣିଜ୍ୟ,ବ୍ୟବସାୟ କାରବାର କ୍ଷେତ୍ରରେ ଉନ୍ନତି ଆସିବ। ବନ୍ଧୁଙ୍କ ପ୍ରତିଶ୍ରୁତି ଯାହାକି ଆପଣଙ୍କ କାମରେ ଆସିବ। ନିଜର ଶକ୍ତି ଓ ସାମର୍ଥ୍ୟ ପାଇଁ  ସୁନାମ  ଅର୍ଜନ କରିବେ।
ପ୍ରତିକାର –କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

ବିଛା- ଯାତ୍ରା ସମୟରେ ଅନ୍ୟମନସ୍କ କାରଣ ହେତୁ ଭୁଲ୍‌ କରିପାରନ୍ତି। ଅନ୍ୟମାନଙ୍କ କାର୍ଯ୍ୟକଳାପ ଯୋଗୁ ଆପଣ ଅସୁବିଧାରେ ପଡ଼ିପାରନ୍ତି। ବନ୍ଧୁଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ଭାବ ପ୍ରକାଶ କରିବେ।
ପ୍ରତିକାର - ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ଧନୁ- ବ୍ୟବସାୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହୋଇପାରେ। ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ରହିଛି। ଜୀବନସାଥିଙ୍କ ପାଇଁ ଭଲ ତାଳ ମେଳ ବଜାୟ ରହିବ।
ପ୍ରତିକାର – ୫ଟି ହଳଦିଆ ଲଡୁ ଧର୍ମସ୍ଥାନ ରେ ଭୋଗ ଲଗାନ୍ତୁ

ମକର- ଆପଣଙ୍କ ପାଖକୁ ନୂଆ ଦାୟିତ୍ୱ ଆସିପାରେ। ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଶୁଭ ଦାୟକ ରହିବ। ଶାରିରୀକ କ୍ରୀଡ଼ା ଭୋଗିଲେ ମଧ୍ୟ ଅନ୍ୟ ସମସ୍ତ କର୍ମରେ ଶୁଭଫଳ ପାଇବେ।
ପ୍ରତିକାର – ଶନିଙ୍କ ମାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

କୁମ୍ଭ- ଋଣଗ୍ରସ୍ତ ହେବେ। କାର୍ଯ୍ୟରେ ବାଧାବିଘ୍ନ ଓ ଅଯଥା ବିଳମ୍ବ ଦେଖାଦେଇ ପାରେ। କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ।
ପ୍ରତିକାର – ମହାଦେବଙ୍କ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

ମୀନ- ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ଇର୍ଷାପରାୟଣ,ଖଳ ବ୍ୟକ୍ତି ମାନେ ଶତ୍ରୁତା କରିଲେ ମଧ୍ୟ କ୍ଷତି ଘଟାଇ ପାରିବେ ନାହିଁ
ପ୍ରତିକାର - ଗୁରୁଜନଙ୍କୁ ପ୍ରଣାମ କରନ୍ତୁ

 (ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)