• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚାଷୀଙ୍କ ଦୁଃଖ ବୁଝିବାକୁ କେହି ନାହିଁ । କଠିନ ପରିଶ୍ରମ କରୁଛନ୍ତି, କିନ୍ତୁ ଫଳ ମିଳୁନି । କେତେବେଳେ ପ୍ରକୃତିର ଦାଉ ତ ଆଉ କେବେ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ପିଆଜ ଚାଷୀ l ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ପ୍ରାୟ ଦୁଇ ଶହ ଏକର ଜମିରେ ପିଆଜ ଚାଷ ହେଉଛି l କିନ୍ତୁ ଠିକ ସମୟରେ ସରକାରୀ ଯୋଜନାରେ ଚାଷୀଙ୍କୁ ମିଳୁନି ବିହନ କି ସାର l ଏପରିକି ଅଞ୍ଚଳରେ ପିଆଜ ଘର ନଥିବାରୁ ଅଭାବୀ ବିକ୍ରିର ଶିକାର ହୋଇ କମ ଦରରେ ବିକ୍ରି କରୁଛି ପିଆଜ ଚାଷୀ l ପିଆଜ ଘର ପାଇଁ ବାରମ୍ବାର ଦାବି ହେଉଥିଲେ ବି ଫଳ ଶୂନ l

ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ପିଆଜ ଚାଷ ହୋଇଥାଏ l ତୁରେକେଲା,ଅଲଣ୍ଡା,ଯାମଖୁଣ୍ଟା,ଝଲପ,ପୁଡାପାଲି,ଭୁଷଲାଡ଼, କପିଲାଭଟା ଓ ଆଖ ପାଖ ଗାଁ ର ୨୦୦ ଏକର ଚାଷ ଜମିରେ ପିଆଜ ଚାଷ ହୋଇଥାଏ l ମୂଖ୍ୟତଃ ଚାଷ କାର୍ଯ୍ୟ ହିଁ ଏହି ଅଞ୍ଚଳର ଲୋକଙ୍କ ମୁଖ୍ୟ ବେଉସା l ପ୍ରାୟ ଛଅ ମାସର ପରିଶ୍ରମ କରି ଏପ୍ରିଲ ମାସରେ ପିଆଜ ଚାଷ ଅମଳ ହୁଏ l ହେଲେ ଏତେ ପରିଶ୍ରମର ଲାଭ କିଛି ନାହିଁ । କାରଣ ପିଆଜ କିଲୋ ଏବେ ପାଞ୍ଚ ଟଙ୍କା l

ପିଆଜ ରଖିବା ପାଇଁ ଚାଷୀଙ୍କ ଘରେ ଜାଗା ନାହିଁ l ଯାହା ଫଳରେ ବାଧ୍ୟ ହୋଇ ସେମାନେ କିଲୋ ପିଛା ପାଞ୍ଚରୁ ଦଶ ଟଙ୍କା ଭିତରେ ବିକ୍ରି କରିଦେଉଛନ୍ତି l ଚାଷୀଙ୍କ ଅଭିଯୋଗ ସରକାରଙ୍କ ତରଫରୁ ଠିକ ସମୟରେ ଓ ସରକାରୀ ମୂଲ୍ୟରେ ବିହନ,ସାର ମିଳୁନାହିଁ l ପୂରା ପରିବାରର ଛଅ ମାସ ଧରି ପରିଶ୍ରମ କରି ଚାଷ କରୁଥିଲେ ବି ଲାଭ ମିଳୁନି l ଏପରିକି ପିଆଜ ଘର ପାଇଁ ଦୀର୍ଘ ବର୍ଷରୁ ଚାଷୀ ଦାବି କରୁଥିଲେ ବି ଫଳ ଶୁନ l

ସେପଟେ ଆଗାମୀ ଦିନରେ ଅଞ୍ଚଳରେ ପିଆଜ ଘର ଦାବି କରିଛନ୍ତି ଚାଷୀ l ନଚେତ ଚାଷୀ ଙ୍କ ଦାବି ପୂରଣ ନହେଲେ ଚାଷ କାମ ଛାଡି ବାହାର ରାଜ୍ୟକୁ ଦାଦନ ଖଟିଯିବାକୁ ଚେତାବନୀ ଦେଇଛନ୍ତି ପିଆଜ ଚାଷୀ l ସେପଟେ ଏହି ବିଷୟରେ ବଙ୍ଗୋମୁଣ୍ଡା ବ୍ଲକର ସହକାରୀ ଉଦ୍ୟାନ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ପିଆଜ ଘର ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଯିବା ।