ସଂକ୍ଷେପରେ ଆଜିର ତାଜା ଖବର - Saturday, 16 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମଲ୍‌ରେ ସଠିକ୍ ଢଙ୍ଗରେ ପାଳନ ହେଉଛି ତ ଫାୟାର ସେଫ୍ଟି ଗାଇଡଲାଇନ୍ସ ?

ଅଗ୍ନିକାଣ୍ଡ ପରେ ଏହି ମଲ୍‌ରେ ଫାୟାର ସେଫ୍ଟିକୁ ଅଧିକ କଡାକଡି କରାଯାଇଛି। More

ପ୍ରେମଜନିତ ଆତ୍ମହତ୍ୟାରୁ କେମିତି ମୁକୁଳିବେ ପିଲା ?

ପ୍ରେମଜନିତ ଆତ୍ମହତ୍ୟାକୁ ନେଇ ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ- NCRBର ତଥ୍ୟ ବି ଚମକାଇ ଦେଲାଭଳି।  More

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଥମୁନି ବିବାଦ; ଏବେବି ଚାଲିଛି ବେଧଡକ କାମ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଥମୁନି ବିବାଦ । ବିଧାନସଭାରୁ ସଂସଦ ଯାଏଁ, ସବୁଠି ପ୍ରକାଶ ପାଇଛି ଉଦ୍‌ବେଗ । ଏପରିକି ହାଇକୋର୍ଟରେ ବିଚାରାଧୀନ ରହିଛି ମାମଲା । ତଥାପି ଜାରି ରହିଛି ଐତିହ୍ୟ କରିଡର୍ ପ୍ରକଳ୍ପ କାମ । More

ମୋସ୍କଭା ବୁଡ଼ିବା ପରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଛି: ରୁଷୀୟ ସରକାରୀ ଟିଭି

ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଉପରେ ବ୍ୟାନ୍ ଲଗାଇଛି ଋଷ।  More

ମେ' ମାସରୁ ଶିକ୍ଷାଦାନ ଓ ପରୀକ୍ଷା ପଦ୍ଧତିରେ ଆସିବ ନୂଆ ସଂସ୍କାର

ମେ ରୁ ଆରମ୍ଭ ହେବ ନୂଆ ଶିକ୍ଷା ବର୍ଷ । ଶିକ୍ଷାଦାନ ଓ ପରୀକ୍ଷା ପଦ୍ଧତିରେ ଆସିବ ନୂଆ ସଂସ୍କାର । କରୋନା ପାଇଁ ୭୦ ପ୍ରତିଶତ ସିଲାବସ୍‌ରେ ପାଠ ପଢା ଚାଲିଥିଲା । ଏଣିକି ପିଲାଙ୍କୁ ପଢାଯିବ ଶତ ପ୍ରତଶତ ସିଲାବସ୍ । More

ନିଜ ପାପ ଲୁଚାଇବାକୁ ଯାଇ ଶ୍ୱଶୁରକୁ ଆରପାରିକୁ ପଠାଇଲା ବୋହୂ

ଏ କେମିତିକା ବୋହୂ? ନିଜର ପାପ ସମ୍ପର୍କକୁ ଲୁଚାଇବାକୁ ଯାଇ ଅନ୍ଧାର ରାତିରେ ଶ୍ୱଶୁରକୁ ମାରିଦେଲା। ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଗାଁ ଲୋକେ । ଯା’ ଖୋଲିଲେ ପରକୀୟା ପ୍ରୀତିର ରହସ୍ୟ.. More

ଲୁଟିଲେ, ଲହୁଲୁହାଣ କଲେ; ଜଙ୍ଗଲରେ ଫିଙ୍ଗି ଦେଇ ଚାଲିଗଲେ

୬୬ ବର୍ଷୀୟ ବୟସ୍କଙ୍କୁ ରାସ୍ତା ମଝିରେ ଆକ୍ରମଣ କରି ୬ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଲୁଟ୍‌ ପରେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କଲେ। ଶେଷରେ ପାଖ ଜଙ୍ଗଲରେ ଫୋପାଡ଼ି ଦେଇ ଚାଲିଗଲେ।  More

ଘାଟ ବିବାଦ: ଚିଲିକା ମଝିରେ ଫସିଲେ ଶତାଧିକ ଯାତ୍ରୀ

ବିନା କାରଣରେ କାହିଁକି ଏଭଳି ଦଶା ଭୋଗିଲେ ଯାତ୍ରୀ More

‘ମୁଁ ଯାହାକୁ ନିଜର ଭାବିଥିଲି, ସେ ମୋ ଜୀବନକୁ ନଷ୍ଟ କରିଦେଲା...ବାପା ଏମାନଙ୍କୁ ଛାଡ଼ିବନି’

ଯେଉଁ ଝିଅକୁ ସେ ଭଲ ପାଉଥିଲେ, ଘନିଷ୍ଠ ସାଙ୍ଗ ସହ ସେ ଝିଅର ପ୍ରେମ ସମ୍ପର୍କ ଜାଣିବା ପରେ ଏହାକୁ ସହି ପାରିଲେ ନାହିଁ ଯୁବକ। ଶେଷରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।  More

କର୍ତ୍ତବ୍ୟ ଆଗରେ ହାର ମାନିଛି ଟାଣୁଆ ଖରା

ବୈଶାଖ ମାସର ଟାଣ ଖରା। ୪୨ ଡିଗ୍ରୀ ଉପରେ ରହିଲାଣି ତାପମାତ୍ର..ଅସହ୍ୟ ଗରମରେ ରାସ୍ତା ଉପରେ ଟ୍ରାଫିକ୍‌ ଡ୍ୟୁଟି କରୁଛନ୍ତି ଟ୍ରାଫିକ୍‌ ପୋଲିସ୍‌। ଟ୍ରାଫିକ୍‌ ପୋଷ୍ଟ ତ ଦୂରର କଥା ଗଛ ଛାଇରେ ବି ଟିକିଏ ଛିଡ଼ା ହେବାକୁ ସମୟ ନାହିଁ କି ସୁଯୋଗ ବି ନାହିଁ More

'ରାଜ୍ୟ ସରକାର ଯାହା ବି କରୁଛନ୍ତି, ଆଇନ୍‌ ଅନୁଯାୟୀ କରନ୍ତୁ'

ଶ୍ରୀମନ୍ଦିର କରିଡର ପ୍ରକଳ୍ପକୁ ନେଇ ବିବାଦ ସୃଷ୍ଟି ହେବା ପରେ ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଚାଲିଥିବା ଜଗନ୍ନାଥ ମନ୍ଦିର ବଞ୍ଚାଅ ଅଭିଯାନରେ ଯୋଡ଼ି ହୋଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । More

କୋର୍ଟରେ ଗୁହାରି କଲେ ଅନୁଭବ, ହେଲେ କାହିଁକି ?

କୋର୍ଟଙ୍କ ପାଖରେ ସାଂସଦ ଅନୁଭବ ମହାନ୍ତି ଗୁହାରି କରିଛନ୍ତି। ପତ୍ନୀ ବର୍ଷାଙ୍କ ସହ ବିବାହ ବିଚ୍ଛେଦ ମାମଲାର ତ୍ୱରିତ ଶୁଣାଣି କରିବାକୁ ଅନୁଭବ ଗୁହାରି କରିଛନ୍ତି। କଟକ ଫ୍ୟାମିଲି କୋର୍ଟରେ ଆଜି ସାକ୍ଷ୍ୟ ଗ୍ରହଣ ପାଇଁ ଅନୁଭବ ଉପସ୍ଥିତ ହୋଇଥିଲେ। More

ମେ’ ୧ରୁ ନୂଆ ଶିକ୍ଷାବର୍ଷ: ୧୦୦% ସିଲାବସ୍‌ରେ ହେବ ପାଠପଢ଼ା

ଏଣିକି ୧୦୦% ସିଲାବସ୍‌ରେ ହେବ ପାଠପଢ଼ା। ମେ’ ପହିଲାରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।  More

ମନ୍ତ୍ରୀ ଅରୁଣ ସାହୁଙ୍କ ଘର ଉପରକୁ ଟମାଟୋ ମାଡ଼, ଇସ୍ତଫା ଦାବି କଲା ଛାତ୍ର କଂଗ୍ରେସ

ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱର ବାସଭବନ ଉପରକୁ ଟମାଟୋ ମାଡ଼। ମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ। ମନ୍ତ୍ରୀଙ୍କ ବିରୋଧରେ ନାରାବାଜି ସହ ଇସ୍ତଫା ଦାବି କରିଛନ୍ତି ବିକ୍ଷୋଭକାରୀ। More

ପୁଅ ଆଗରେ ସମୁଦ୍ରରେ ଭାସିଗଲେ ବାପା

ପୁଅ ଆଗରେ ସମୁଦ୍ରରେ ଭାସିଗଲେ ବାପା । ପୁରୀ ସମୁଦ୍ର ବେଳାଭୂମିରେ ବାପପୁଅ ଦୁହେଁ ଖେଳୁଥିଲେ ପୁଅ ଆଗରେ ଷ୍ଟଣ୍ଟ ଦେଖାଉଥିଲେ । ଷ୍ଟଣ୍ଟ ମାରୁ ମାରୁ ଲହଡ଼ି ଭିତରେ ବାସିଗଲେ ବାପା । More

ସ୍କୁଲ୍‌ରେ ଖରାଛୁଟି ଘୋଷଣା କଲେ ଓଡ଼ିଶା ସରକାର

ଘୋଷଣା ହେଲା ଖରାଛୁଟି। ଜୁନ୍‌ ୬ରୁ ୧୬ ପର୍ଯ୍ୟନ୍ତ ସ୍କୁଲ୍‌ରେ ଖରାଛୁଟି ଘୋଷଣା ହୋଇଛି।  More

‘ପଇସା ନେଇଯାଉଛ କାମ କରୁନ’, ଭୁବନେଶ୍ୱର ନୂଆ ମେୟର ସୁଲୋଚନାଙ୍କୁ ରୋକ୍‌ଠୋକ୍‌ ଶୁଣାଇଲେ ବ୍ୟବସାୟୀ

ନୂଆ ମେୟରଙ୍କୁ ଏଭଳି ରୋକଠୋକ୍ ବାଣି ଶୁଣାଇଛନ୍ତି ବ୍ୟବସାୟୀ । ଏମିତିକି ମେୟରଙ୍କୁ ସିଧାସଳଖ ଚେତାବନୀ ଦେଇଛନ୍ତି ମାର୍କେଟ ବିଲ୍ଡିଂ ବ୍ୟବସାୟୀ । More

ଭୁବନେଶ୍ୱର ATM ଲୁଟ୍‌ ପଛରେ ବାଂଲାଦେଶ ଲିଙ୍କ୍‌ !

ଭୁବନେଶ୍ୱର ଶିଶୁପାଳଗଡ଼ ଲିଙ୍ଗିପୁର ହାଉସିଂବୋର୍ଡ ଛକରୁ ATM ତାଡ଼ି ନେଇ ୨୦ ଲକ୍ଷ ଲୁଟ୍ ମାମଲାର ପର୍ଦ୍ଦାଫାସ୍ ହୋଇଛି। କମିଶନରେଟ୍ ପୋଲିସ୍‌ ୨ ଏଟିଏମ୍ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାଂଲାଦେଶୀ ହୋଇଥିବା ବେଳେ ଅନ୍ୟ ଜଣେ କୋଲକାତାର ହୋଇଥିବା ସୂଚନା ମିଳିଛି।  More

ପୁରୁଣା ଫର୍ମୁଲା ରିପିଟ୍ ! ଦଶମ-ଦ୍ୱାଦଶରେ ହେବ ଏକକ ବୋର୍ଡ ପରୀକ୍ଷା..

ଦୁଇଦିନ ତଳେ ଅନୁଷ୍ଠିତ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକରେ ଏନେଇ ବ୍ୟାପକ ଆଲୋଚନା ହୋଇଛି । ଛାତ୍ରଛାତ୍ରଙ୍କୁ ସମ୍ପୂର୍ଣ୍ଣ ସିଲାବସ୍ ପଢ଼ାଯିବା ସହ ପୂର୍ବ ପଦ୍ଧତି ଅନୁଯାୟୀ ପରୀକ୍ଷା କରିବାକୁ ପ୍ରସ୍ତୁତ ହୋଇଛି । More

ଷ୍ଟକ୍‌ରେ ନାହିଁ କୋଇଲା, ଏଥର ଘନ ଘନ ବିଜୁଳି କାଟ ! ଖାଉଟିଙ୍କ ମନରେ ଅସନ୍ତୋଷ

ବିଜୁଳି ବଳକା ରାଜ୍ୟ ଓଡ଼ିଶାରେ ବିଜୁଳି କାଟକୁ ନେଇ ପ୍ରଶ୍ନ ଉଠାଇଲେଣି ଉପଭୋକ୍ତା ଓ ବିଶେଷଜ୍ଞ । ପାୱାର ଆନାଲିସିଷ୍ଟଙ୍କ ମତରେ, ରାଜ୍ୟରେ ପିକ୍ ଓ ଅଫ୍-ପିକ୍ ବିଜୁଳି ଚାହିଦାରେ ବଡ଼ ପାର୍ଥକ୍ୟ ରହୁଛି । More

ମାନସିକଧାରୀଙ୍କ ଅଜବ ନୀତି ! ପିଠିରେ ଲୁହା କଣ୍ଟା ଫୋଡ଼ି ଝୁଲୁଛନ୍ତି, ତଳେ କଣ୍ଟାରେ ଗଡ଼ୁଛନ୍ତି

ପିଠିରେ ଲାଗିଥିବା କଣ୍ଟାରେ ରଶି ଲଗାଇ ଭକ୍ତଙ୍କ ଆଡକୁ ମୁହଁ କରି ଘୁରିଥାନ୍ତି ଏହି ମାନସିକଧାରୀ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଭୀମପୁର ଗାଁରେ କାହିଁ କେଉଁ କାଳରୁ ଏଭଳି ପରମ୍ପରା ଚାଲି ଆସୁଛି । More

ପରିବାର ଲୋକ ମୀନାବଜାର ବୁଲିବାକୁ ଛାଡ଼ିଲେନି, ଜୀବନ ହାରିଦେଲେ ୩ ଯୁବତୀ !

ବୁଲିବାକୁ ନଛଡ଼ାଯିବାରୁ ନିରାଶ ହୋଇ ଗଛରେ ଓଢ଼ଣି ଲଗାଇ ଝୁଲି ପଡ଼ିଲେ ଯୁବତୀ । ପ୍ରଥମିକ ତଦନ୍ତରୁ ଏହା ସ୍ପଷ୍ଟ ହୋଇଥିବା ପୋଲିସର ସୂଚନା ।  More

ବିବାହିତା ମହିଳାଙ୍କୁ ଦେଢ଼ ଲକ୍ଷରେ କରୁଥିଲେ ବିକ୍ରି; ଧରିଲା ପୋଲିସ

ଜଣେ ବିବାହିତା ମହିଳାଙ୍କୁ ଦେଢ଼ ଲକ୍ଷ ଟଙ୍କାରେ ରାଜସ୍ଥାନରେ ବିକ୍ରି ଅଭିଯୋଗରେ ଝାରସୁଗୁଡ଼ା ପୋଲିସ ୫ ଜଣଙ୍କୁ ଗିରଫ କରିଛି । More

ପୁଡୁଚେରୀ ଏକ୍ସପ୍ରେସ ଲାଇନଚ୍ୟୁତ; ରେଳ ବିଭାଗ ପକ୍ଷରୁ ଉଦ୍ଧାର କାମ ଜାରି

ମୁମ୍ବାଇର ଦାଦରରୁ ପୁଡୁଚେରୀ ଅଭିମୁଖେ ଯାତ୍ରା କରୁଥିବା ପୁଡୁଚେରୀ ଏକ୍ସପ୍ରେସ ଲାଇନଚ୍ୟୁତ । More

ତାତିରୁ ମିଳିବ କି ଆଶ୍ୱସ୍ତି ? ଆଗାମୀ ୩ ଦିନ ଭିତରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଆଗାମୀ ୩ ଦିନ ଭିତରେ ଦକ୍ଷିଣ ସହ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ଅନୁମାନ କରାଯାଉଛି । More

କେଶରୀ ମଲ୍‌ରେ ଅଗ୍ନିକାଣ୍ଡ ଘଟଣା: ଆଜି କାରଣ ଖୋଜିବ ଯୁଗ୍ମ ଅନୁଧ୍ୟାନକାରୀ ଟିମ୍

ଭୁବନେଶ୍ୱର କେଶରୀ ମଲ୍‌ରେ ଅଗ୍ନିକାଣ୍ଡ । ନିଆଁ କେମିତି ଲାଗିଲା, ଆଜି ତାର କାରଣ ଖୋଜାଯିବ । More

୨ ମାସ ପାଇଁ ସମଦ୍ରରୁ ମାଛ ଧରିବା ମନା

କଟକଣା ଅବଧିରେ ସାମୁଦ୍ରିକ ମତ୍ସ୍ୟଜୀବୀ ହାତ ବାନ୍ଧି ବସିଥିବାରୁ ସେମାନଙ୍କୁ ପେଟପାଟଣା ଚିନ୍ତା ଘାରୁଛି। More

ଭୁବନେଶ୍ୱର କେଶରୀ ମଲ୍‌ରେ ଅଗ୍ନିକାଣ୍ଡ

ମଲ୍‌ର ୬ରୁ ୭ଟି ସୋ ରୁମ୍‌ରେ ଲାଗିଥିଲା ନିଆଁ। More

ଭିନ୍ନକ୍ଷମ କମିଶନଙ୍କ ଅଧ୍ୟକ୍ଷ କାହିଁକି ହେବେନି ଦିବ୍ୟାଙ୍ଗ?

ଶେଷଥର ପାଇଁ ୨୦୧୯ରେ ସୁଲୋଚନା ଦାସଙ୍କୁ ରାଜ୍ୟ ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷ କରିଥିଲେ ରାଜ୍ୟ ସରକାର। More

ୟୁଟ୍ୟୁବକୁ ଗୁରୁ କରି ପାହାଡ଼ିଆ ଜମିରେ ଫଳାଇଲେ ଆପଲ୍ ଓ ବେରୀ

ବଡ଼ ସାହାଯ୍ୟ କଲା ୟୁଟ୍ୟୁବ। ଗୋଟିଏ ଏକର ପାହାଡ଼ିଆ ଜମିରେ ଚାଷ କଲେ ଆପଲ୍ ଓ ବେରୀ। ଯଦିଓ ଏ ସବୁ କେବଳ କାଶ୍ମୀରରେ ଫଳେ ବୋଲି ଆମର ଧାରଣା। କିନ୍ତୁ ଏ ଚାଷୀଭାଇ ଜଣକ କମାଲ୍ କରି ଦେଖାଇଲେ। ଏତେ ପରିମାଣରେ ଫଳ ଫଳୁଛି ଯେ ଡାଳ ଭାଙ୍ଗିବା ଉପରେ। ଆଉ ରୋଜଗାର ବି ଭଲ ହେଉଛି। More

ବିଜେପି ନଜରରେ ଅଳ୍ପ ଭୋଟ୍‌ ହାରିଥିବା ନେତା ଓ ସ୍ୱାଧୀନ ପ୍ରାର୍ଥୀ

ପଞ୍ଚାୟତ ଓ ପୌର ନିର୍ବାଚନ ପରେ ବିଜେପିର ପରବର୍ତ୍ତି ଟାର୍ଗେଟ ୨୦୨୪ ସାଧରାଣ ନିର୍ବାଚନ । ଦିଲ୍ଲୀରେ ବିଜେପି ୱାର୍କିଂ ଟିମ୍, ବିଧାୟକ, ସାଂସଦମାନଙ୍କ ସହ କେନ୍ଦ୍ରୀୟ ନେତାଙ୍କ ମାନସମନ୍ଥନ ପରେ ନୂଆ ରଣନୀତି ସହ ମୌଦାନକୁ ଓହ୍ଲାଇବାକୁ ଯାଉଛି ଦଳ । More

ରାଜଧାନୀରୁ ଗିରଫ କୋକେନ୍‌ ବାପାରୀଙ୍କ ଫିଟୁଛି ଗୁମର; ହକି ବିଶ୍ୱକପ୍‌ରେ ବେପାର ଥିଲା ଲକ୍ଷ୍ୟ

ଏବେ ପ୍ରଶ୍ନ, ହକି ବିଶ୍ୱକପ୍‌କୁ ଟାର୍ଗେଟ କରି ଅଭିଯୁକ୍ତ, ଓଡ଼ିଶାକୁ କୋକେନ ଆଣିଥିଲେ ନା ବହୁ ଦିନ ହେଲା ଏହି ଧନ୍ଦାରେ ଲିପ୍ତ ଅଛନ୍ତି ? ସେହିପରି ଏହି ନିଶା କାରବାର ପଛରେ ରହିଛି ଆଉ କେଉଁମାନଙ୍କ ସଂପୃକ୍ତି? More