Fire Mishap At Bhubaneswar Keshari Mall
ଭୁବନେଶ୍ୱର କେଶରୀ ମଲ୍ରେ ଅଗ୍ନିକାଣ୍ଡ । ଗତ ରାତିରେ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ନିକଟ କେଶରୀ ମଲ୍ରେ ଅଗ୍ନିକାଣ୍ଡ ଘଟିଥିଲା । ମଲ୍ର ୬ରୁ ୭ଟି ସୋ ରୁମ୍ରେ ନିଆଁ ଲାଗିଥିଲା । ପୂରା ହୁତ୍ ହୁତ୍ ହୋଇ ଜଳିଥିଲା । ତେବେ ନିଆଁ କେମିତି ଲାଗିଲା,ଆଜି ତାର କାରଣ ଖୋଜାଯିବ । ଏକ ଯୁଗ୍ମ ଅନୁଧ୍ୟାନକାରୀ ଟିମ୍ କାରଣ ଖୋଜିବେ ତେବେ ସର୍ଟ ସର୍କିଟ୍ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।
Advertisment
ସୂଚନା ଅନୁସାରେ, ନିଆଁ ଲାଗିବା କାରଣରୁ ମଲ୍ର ଚତୁଃପାର୍ଶ୍ୱ ଧୂଆଁମୟ ହୋଇଯାଇଥିଲା । ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ପହଞ୍ଚି ବହୁ କଷ୍ଟରେ ନିଆଁକୁ ଆୟତ୍ତ କରିଥିଲେ । ହେଲେ ଆୟତ୍ତ ପୂର୍ବରୁ ସୋରୁମ୍ରେ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)