Advertisment

'ରାଜ୍ୟ ସରକାର ଯାହା ବି କରୁଛନ୍ତି, ଆଇନ୍‌ ଅନୁଯାୟୀ କରନ୍ତୁ'

ଶ୍ରୀମନ୍ଦିର କରିଡର ପ୍ରକଳ୍ପକୁ ନେଇ ବିବାଦ ସୃଷ୍ଟି ହେବା ପରେ ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଚାଲିଥିବା ଜଗନ୍ନାଥ ମନ୍ଦିର ବଞ୍ଚାଅ ଅଭିଯାନରେ ଯୋଡ଼ି ହୋଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
undefined

Samir Mohanty

ଶ୍ରୀମନ୍ଦିର କରିଡର ପ୍ରକଳ୍ପକୁ ନେଇ ବିବାଦ ସୃଷ୍ଟି ହେବା ପରେ ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଚାଲିଥିବା ଜଗନ୍ନାଥ ମନ୍ଦିର ବଞ୍ଚାଅ ଅଭିଯାନରେ ଯୋଡ଼ି ହୋଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

Advertisment

ସେ କହିଛନ୍ତି ଯେ, ରାଜ୍ୟ ସରକାର ଯାହା ବି କରୁଛନ୍ତି, ଆଇନ ଅନୁସାରେ କରନ୍ତୁ । ବିଭିନ୍ନ ସଂଗଠନ ଏହି ପ୍ରସଙ୍ଗରେ ଲୋକଙ୍କ ମତ ମାଗୁଛନ୍ତି । ଜଗନ୍ନାଥପ୍ରେମୀ ଏଥିରେ ଯୋଡ଼ି ହେଲେ, ଗୋଟିଏ ମତ ପ୍ରକାଶ ପାଇଲେ, ରାଜ୍ୟ ସରକାରଙ୍କ ଉପରେ ପ୍ରଭାବ ପଡିବ ବୋଲି କହିଛନ୍ତି ସମୀର ମହାନ୍ତି।

ଏହାର ଜବାବରେ ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର କହିଛନ୍ତି ଯେ, ଶ୍ରୀମନ୍ଦିର ପରି ରାଜ୍ୟର କୀର୍ତ୍ତିରାଜିକୁ ସଂରକ୍ଷିତ ରଖିବାକୁ, କିପରି ଅଧିକ ଶ୍ରଦ୍ଧାଳୁ ଆସିବେ ଏବଂ ଠିକ୍‌ରେ ଦର୍ଶନ କରିପାରିବେ । ସେନେଇ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ସେଥିରେ ଅସୁବିଧା କଣ ରହିଛି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି ।

Advertisment

ତା ସହିତ ସେ କହିଛନ୍ତି, ବିଜେପି କେବଳ ସମାଲୋଚନା କରିବା ଆଳରେ ସମାଲୋଚନା କଲେ କିଛି ହେବ ନାହିଁ । କଣ କରାଯିବା ଉଚିତ ସେମାନେ ମତାମତ ଦିଅନ୍ତୁ ବୋଲି କହିଛନ୍ତି ଦେବୀପ୍ରସାଦ ମିଶ୍ର ।

Politics Heats Up Srimandir Heritage Corridor
Advertisment
Advertisment